ଟିଟିଲାଗଡ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ସରସ୍ଵତୀ ପୂଜା ଓ ବିଦ୍ୟାରମ୍ଭ ସଂସ୍କାର ଅନୁଷ୍ଠିତ

385 0

ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)ଗୁରୁବାର ଏହି ଶୁଭଲଗ୍ନକୁ ବିଶ୍ଵ ପ୍ରତିକ୍ଷୀତ ମାଘଶୁକ୍ଳ ପଞ୍ଚମୀ ସରସ୍ବତୀ ପୂଜା ଓ ଭାରତର ରାଷ୍ଟ୍ରୀୟ ପର୍ବ ସାଧାରଣତନ୍ତ୍ର ଦିବସ ଦୈବ ସଂଯୋଗ । ଏହିଦିନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଟିଟିଲାଗଡ଼ ପରିସରରେ ଅନୁଷ୍ଠିତ ହୋଇଥିଲା ଶିଶୁ ବୋଧ ଶ୍ରେଣୀରେ ଅଧ୍ୟୟନରତ ଶିଶୁଙ୍କର ବିଦ୍ୟାରମ୍ଭ ସଂସ୍କାର କାର୍ଯ୍ୟକ୍ରମ। ଦୁଇଶହରୁ ଉର୍ଦ୍ଧ୍ବ ଅଭିଭାବକ ଓ ଅଭିଭାବିକା ସେମାନଙ୍କ ଶିଶୁ ମାନଙ୍କୁ ନେଇ ନିକଟସ୍ଥ ବୈଷ୍ଣଦେବୀ ମନ୍ଦିରରୁ ଆଜ୍ଞାମାଳ ଗ୍ରହଣ କରି ଏକ ଭବ୍ୟ ସଞ୍ଚଳନ କରି ବିଦ୍ୟାଳୟକୁ ପ୍ରବେଶ କରିଥିଲେ।

ପ୍ରଧାନ ଆଚାର୍ଯ୍ୟ ଶ୍ଯାମ ସୁନ୍ଦର ମହାପାତ୍ର ଓ ତାଙ୍କର ସହ ଧର୍ମିଣୀ ଶ୍ରୀମତୀ ତରଙ୍ଗିଣୀ ମହାପାତ୍ର ଶିଶୁଙ୍କର ପଦଧୌତ କରି ଶିଶୁମାନଙ୍କୁ ସ୍ବାଗତ କରିଥିଲେ । ଶିଶୁ ମନ୍ଦିରର ପୂଜନ ମଣ୍ଡପରେ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ସରସ୍ଵତୀଙ୍କ ସଭକ୍ତିକ ପୂଜା ସହିତ ପ୍ରଧାନ ଆଚାର୍ଯ୍ୟଙ୍କ ନେତୃତ୍ବରେ ସମସ୍ତ ଅଭିଭାବକ ଅଭିଭାବିକା ୧୦୮ ଥର ସରସ୍ଵତୀଙ୍କ ବୀଜ ମନ୍ତ୍ର ପାଠକରି ଯଜ୍ଞକୁଣ୍ଡରେ ଘୃତାହୂତି ଦେଇ ଶିଶୁଙ୍କ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ସମ୍ପାଦିତ କରିଥିଲେ ।

ଶେଷରେ ସମସ୍ତେ ସରସ୍ଵତୀଙ୍କ ସୁଦିବ୍ୟ ପ୍ରସାଦ ନେଇ ଗୃହକୁ ପ୍ରତ୍ୟାବର୍ତନ କରିଥିଲେ, ଶିଶୁ ବାଟିକା ପ୍ରମୁଖା ସଂଯୁକ୍ତା ପାଣିଗ୍ରାହୀଙ୍କ ତତ୍ତ୍ବାବଧାନରେ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ବାଲ ଭାରତୀ, କନ୍ୟା ଭାରତୀର ଛାତ୍ରଛାତ୍ରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହିତ ସମ୍ପନ୍ନ ହୋଇଥିଲା ।

Related Post

ପନ୍ଦର ଦିନ ମଧ୍ୟରେ ନାୟ ନମିଳିଲେ ଥାନା ସମ୍ମୁଖରେ ସପରିବାର ଆତ୍ମହୁତି ଦେବୁ

Posted by - July 10, 2021 0
ମାଲକାନଗିରି:(ଅବଦୁଲ ଗନି)ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ପାଙ୍ଗାମ ନିକଟସ୍ତ ଶିରା ଗୁଡା ଠାରେ ଗତ 2020 ସେପ୍ଟେମ୍ବର 8ତାରିଖ ଦିନ ମାଥିଲି ପୋଲିସ ଗାଡି ଦୋଖରେ…

ବସ୍ତା ବ୍ଲକରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ବାରା ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର

Posted by - October 24, 2021 0
ବସ୍ତା:(ପ୍ରଭାକର ମଲ୍ଲିକ )ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ପରିସରରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ,ଓଡିଶା ସରକାରଙ୍କ ଦ୍ବାରା ଦଶମ ପର୍ଯ୍ୟାୟ ଭିନ୍ନକ୍ଷମ…

ରାୟଗଡ ଜିଲ୍ଲାପାଳଙ୍କ କଲ୍ୟାଣ ସିଂପୁର ବ୍ଲକରେ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

Posted by - July 13, 2022 0
ମୁନିଗୁଡ଼ା:(ରମାକାନ୍ତ ପଡାଲ)ଆଜି ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ କଲ୍ୟାଣ ସିଂପୁର ବ୍ଳକଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ…

କଣ୍ଟାମାଳ ଅବସରପ୍ରାପ୍ତ କର୍ମଚାରୀ ସଂଘ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ

Posted by - January 9, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ଅବସରପ୍ରାପ୍ତ କର୍ମଚାରୀ ସଂଘ କଣ୍ଟାମାଳ ର 11 ତମ ବନ୍ଧୁମିଳନ ତଥା ବାର୍ଷିକ ଅଧିବେଶନ ବନ୍ଧପାଲି ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l…

ସୁନେହେରା କଲ ପ୍ରକଳ୍ପ ଓ ମାନବ ଅଧିକାର ସେବା ସମିତି ପକ୍ଷରୁ ରବି ଚାଷ କର୍ମଶାଳା

Posted by - December 1, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଇଟିସି ମିଶନ ଶୁନେହେରା କଲ୍ ପ୍ରକଳ୍ପ ଆନୁକୂଲ୍ୟରେ…