କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକ ସଦର ଇନ୍ଦ୍ରା ଆବାସ କଲୋନୀ ଠାରେ ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଥିଲା।ଅଭିଯୁକ୍ତ ମଦନ ନାଏକ ପିତା ତାରୁଣୀ ନାଏକ କାଶୀପୁର । ମଦନ ନାଏକ ଚାରି ପ୍ରାଣୀ ତଥା ଖୋର୍ଦ୍ଧା ନାଏକ, ସଞ୍ଜୁ ନାଏକ ଏବଂ ଦୁଇଟି କୁନି ଶିଶୁ ପୁତ୍ରଙ୍କୁ ପ୍ରାୟ ୧୦ ରୁ ୧୨ ଲିଟର ପେଟ୍ରୋଲ ନେଇଁ ସେମାନଙ୍କ ଶରିର ରେ ଢାଳି ଜୀବନ୍ତ ଜାଳି ଦେବାକୁ ପ୍ରୟାସ କରିଥିଲେ ଏବଂ ଶେଷରେ ଖୋର୍ଦ୍ଧା ନାଏକଙ୍କ ଘରକୁ ମଦନ ନାଏକ ପେଟ୍ରୋଲ ଯୋଗେ ଜାଳି ଦେଇଥିଲେ ବୋଲି ଖୋର୍ଦ୍ଧାଙ୍କ ବହୁ ସଞ୍ଜୁ ନାଏକ ସ୍ୱାମୀ- ବୈରାଗୀ ନାଏକ କାଶୀପୁର ଥାନାରେ ଲଛମା ନାଏକ, ପରମା ନାଏକ ଓ ମଦନ ନାଏକଙ୍କ ବିରୋଧରେ ଅଭିଯୋଗ କରିଥିଲେ ।ଏହି ମାମଲାରେ କାଶୀପୁର ପୋଲିସ ତଦନ୍ତ କରି ଅଭିଯୁକ୍ତ ମଦନ ନାଏକକୁ କୋର୍ଟ ଚାଲାଣ କରିଛି ।
ପିଡିତା ତଥା ଅଭିଯୋଗ କାରୀ ସଞ୍ଜୁ ନାଏକଙ୍କ ବୟାନ ମୁତାବକ ! ସେ ଏବଂ ତାଙ୍କ ଶାଶୁ ଖୋର୍ଦ୍ଧାଙ୍କ ସମେତ ଦୁଇ ଶିଶୁ ଘରେ ଥିଲେ । ସଞ୍ଜୁଙ୍କ ସ୍ୱାମୀ ବୈରାଗୀ ଗୃହରେ ଅନୁପସ୍ଥିତ ଥିବା ଜାଣି ମଦନ ନାଏକ ପେଟ୍ରୋଲ ନେଇଁ ଆସି ଥିଲେ ହଠାତ ଚାରିପ୍ରାଣୀଙ୍କ ଉପରେ ପ୍ରଥମେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେବାକୁ ଉଦ୍ୟମ କରିଥିଲେ ଏବଂ ବାହାର ପଟୁ କବାଟ ବନ୍ଦ କରି ପିଡୀତଙ୍କ ଘରେ ମଧ୍ୟ ପେଟ୍ରୋଲ ଢାଳି ନିଆଁ ଜାଳି ଦେଇଥିଲେ ।ଚାରିପ୍ରାଣୀ ଚିତ୍କାର କଲାବେଳେ ସାହି ପଡିଶା ଲୋକେ ସେମାନଙ୍କୁ ମୃତ୍ୟୁମୁଖରୁ ତୁରନ୍ତ ଉଦ୍ଧାର କରିଥିଲେ ବୋଲି ପିଡିତ ପରିବାର ପ୍ରକାଶ କରିଛନ୍ତି ।
ଏହି ଘଟଣାକୁ କେନ୍ଦ୍ର କରି ସଞ୍ଜୁ ନାଏକ ! ମଦନ ନାଏକ ପିତା ତାରୁଣୀ , ପରମା ନାଏକ ପିତା ତାରୁଣୀ ଓ ଲଛମା ନାଏକ ସ୍ୱାମୀ ତାରୁଣୀଙ୍କ ବିରୁଦ୍ଧରେ କାଶୀପୁର ଥାନା ରେ ଅଭିଯୋଗ କରିଥିଲେ। ଘଟଣାକୁ କାଶୀପୁର IIC ଶ୍ରୀମତୀ ପଦ୍ମା ମୁଥୁ ନିଜ ସଂଜ୍ଞା ରେ ନେଇଁ ତୁରନ୍ତ ଧନଜୀବନର କ୍ଷୟକ୍ଷତି ସମ୍ପର୍କରେ ତଦନ୍ତ କରି ଭାରତୀୟ ଦଣ୍ଡବିଧାନ ଅଧିନିୟମ କ୍ରମେ IPC ୧୮୬୦ ଅନୁଯାୟୀ ୪୩୬, ୩୦୭, ୨୯୪, ଓ ୩୪ ଭଳି ଅପରାଧିକ ଦଫା ରେ ଅଭିଯୁକ୍ତ ମଦନକୁ କୋର୍ଟ ଚାଲାଣ କରାଯାଇଛି ।
ପୀଡିତ ପରିବାର କହିବାନୁଯାୟୀ ପୂର୍ବରେ ତାରୁଣୀ ନାଏକ ଓ ତାଙ୍କ ପୁଅ ପରମା ଏବଂ ମଦନ ଜମିଜମା ବାବଦରେ କିଛି ଟଙ୍କା ଧାର ଆକାରରେ ନେଇଥିଲେ ଏହାର ଏକ ଚୁକ୍ତିନାମା ମଧ୍ୟ ହୋଇଥିଲା ।ନେଇଁଥିବା ଟଙ୍କା ଫେରସ୍ତରେ ବିଳମ୍ବ ହେବା ହେତୁ ତାରୁଣୀ ନାଏକ ଖୋର୍ଦ୍ଧା ନାଏକଙ୍କୁ ରହିବା ପାଇଁ ଏକ ଘର ଦେଇଥିଲେ । ଏହି ଘଟଣାକୁ କେନ୍ଦ୍ର କରି ତାରୁଣୀଙ୍କ ସାନପୁଅ ମଦନ ଉକ୍ତ ଘଟଣାର ପୁର୍ବ ରାତ୍ରିରେ ସମୟ ପାଖାପାଖି ୧୨ ଟା ବେଳେ ପିଡିତପରିବାର କୁ ୮ଘଣ୍ଟା ମଧ୍ୟରେ ଘର ଛାଡିବାକୁ ଧମକ ଦେଇଥିଲେ ଏବଂ ସଖାଳ ୭ ଟା ୩୦ ମିନିଟ ମଧ୍ୟାର ଆସି ଚାରି ପ୍ରାଣୀଙ୍କ ସହ ଘରକୁ ଜାଳି ପଡି ମାରିଦେବାକୁ ଉଦ୍ୟମ କରିଥିଲେ ବୋଲି କହିଛନ୍ତି ।