ଖପ୍ରାଖୋଲ: ୨୫/୦୧ ( ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ୍ ରେଙ୍ଗାଲି ହରିଶଙ୍କର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ପଞ୍ଚାୟତ ସ୍ତରୀୟ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରେଙ୍ଗାଲି ସରପଞ୍ଚ ଉମାକାନ୍ତ ମେହେର ଙ୍କ ନେତୃତ୍ଵରେ ଅନୁଷ୍ଟିତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଖପ୍ରାଖୋଲ ବିଡିଓ ରଶ୍ମିରଞ୍ଜନ ରାଉତ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧକ୍ଷ ଶୁଖୀରାମ ସାଣ୍ଡ , ଜିଲ୍ଲା ପରିଷଦ ସଭ୍ୟ ସଂଯୁକ୍ତା ମେହେର, ସମିତି ସଭ୍ୟ ବନବାସ ମାଝି, ହରିଶଙ୍କର ହାଇସ୍କୁଲ ପ୍ରଧାନ ଶିକ୍ଷକ ଇଶ୍ଵର ବେହେରା , ବଳ ଧରୁଆ , ବୈରାଗୀ ପୁଞ୍ଜି , ଅଧ୍ୟାପକ ବଳଭଦ୍ର ଦାଶ, କ୍ରୀଷ୍ଣା ସେଠୀ, ଜଳନ୍ଧର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଖେଳ ମାଧ୍ୟମରେ ମଣିଷର ଶାରୀରିକ , ମାନସିକ , ବୌଦ୍ଧିକ ବିକାଶ ହୋଇଥାଏ ବୋଲି ଅତିଥି ମାନେ ବକ୍ତବ୍ୟ ଦେଇଥିଲେ। ପଞ୍ଚାୟତର ୧୪ ବିଦ୍ୟାଳୟର ଛାତ୍ରୀ ଛାତ୍ରଭାଗ ନେଇଥିଲେ । ଏହି ଅବସରରେ ବିଭିନ୍ନ ଖେଳ , ସଙ୍ଗୀତ , ଚିତ୍ରାଙ୍କନ , ନୃତ୍ୟ , କୁଇଜ୍ ଓ ଅନ୍ୟାନ୍ୟ ପ୍ରତିଯୋଗିତା ମାନ ଅନୁଷ୍ଟିତ ହୋଇଥିଲା।
