ଶିକ୍ଷୟିତ୍ରୀଙ୍କୁ ଜାତୀୟ ସ୍ତରୀୟ ଟ୍ରେନର ରୂପେ ସ୍ୱିକୃତି

420 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ରସୁଲପୁର ବ୍ଲକ ଅନ୍ତର୍ଗତର ହରିପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତଥା ଇକୋକ୍ଲବ ଇନ୍ଚାର୍ଜ ଗାୟତ୍ରୀ ନାୟକଙ୍କୁ ଭାରତ ସରକାରଙ୍କ ପରିବେଶ, ଗଙ୍ଗଲ ଓ ଜଳବାୟୁ ପରିବର୍ତନ ନିର୍ଦ୍ଦେଶାଳୟର ତରଫରୁ ନୂଆ ଦିଲ୍ଲୀସ୍ଥିତ ଇନ୍ଦିରା ପର‌୍ୟାବରଣ ଭବନର ବ୍ରହ୍ମପୁତ୍ର କନ୍ଫ୍ରେନ୍ସ ହଲରେ ଗତ ୧୮.୧୧.୨୦୧୯ ରିଖ ଓ ୧୯.୧୧.୨୦୧୯ ରିଖ ଦୁଇଦିନ ଦରି ଟ୍ରେନ ଦି ଟ୍ରେନର ୱାର୍କସପରେ ଜାତୀୟ ସ୍ତରୀୟ ଗ୍ଲୋବାଲ ଟ୍ରେନର ରୂପେ ସ୍ୱିକୃତି ପ୍ରଦାନ କରାଯାଇଥିଲା । ନାସା ପ୍ରାୟୋଜିତ ଏହି କାର୍ଯ୍ୟକ୍ରମକୁ ଏନ ଏସ ଏଫ , ଏନ ଓ ଆର ଏ, ଦ୍ୱୟ ସଂସ୍ଥା ସହାୟତା କରିଥିଲେ । ଗାୟତ୍ରୀ ରସୁଲପୁର ବ୍ଲକ ନରସିଂହପୁର ପଂଚାୟତ ସ୍ଥିତ ହରିପୁର ଗ୍ରାମର ଅକ୍ଷୟ କୁମାର ନାୟକଙ୍କ କନ୍ୟା ଅଟନ୍ତି । ସାରା ଜୀବନ ଅବିବାହିତ ରହି ପେଶାରେ ଶିକ୍ଷକ ହେଲେ ବି ସମାଜରେ ସେବାମୂଳକ କାର୍ଯ୍ୟରେ ସେ ନିଜକୁ ନିୟୋଜିତ କରିଛନ୍ତି । ପରିବେଶ ସୁରକ୍ଷାକୁ ତାଙ୍କର ଜୀବନର ମହାମନ୍ତ୍ରରୂପେ ବାଛିଛନ୍ତି । ପୂର୍ବରୁ ତାଙ୍କର ପ୍ରଚେଷ୍ଠାରେ ହରିପୁର ପ୍ରାଥମିକ ବିଦ୍ୟାଳୟ ସୁନ୍ଦର ପରିବେଶ ପାଇଁ ସରକାରଙ୍କ ତରଫରୁ ମଧ୍ୟ ପୁରସ୍କୃତ ହୋଇପାରିଛି ।

ଓଡିଶାରୁ ଏହି ଗ୍ଲୋବାଲ କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହ ତାଙ୍କର ପରିବେଶ ସୁରକ୍ଷା କାର୍ଯ୍ୟଧାରା ପାଇଁ କାର୍ଯ୍ୟକ୍ରମରେ ଉପସ୍ଥିତ ଆର୍ କେ ଗର୍ଗ, ପ୍ରଫେସର ଦେଶମୁଖ , ପ୍ରଫେସର ବିଶାନ୍ତ ଅଧିକ କିଛି ତାଲିମ ପ୍ରଦାନ କରିବା ସହ ଭାରତର ପରିବେଶ, ଗଙ୍ଗଲ ଓ ଜଳବାୟୁ ପରିବର୍ତନ ବିଭାଗୀୟ ମନ୍ତ୍ରୀଙ୍କ ତରଫରୁ ଯୁଗ୍ମ ସଂପାଦକ ଅରବିନ୍ଦ ନ୍ୟାତିଆଲ ଏବଂ ନିର୍ଦ୍ଦେଶକ ଡ. ଟୋନି , ଡ. ପି ମରଫେ, କୁମାରୀ ନାୟକଙ୍କୁ ପ୍ରମାଣ ପତ୍ର ସହ ଅନୁଷ୍ଠାନରେ ଯୋଗଦାନ କରିଥିବାରୁ ସ୍ୱାଗତ କରିଥିଲେ । ଶିକ୍ଷୟିତ୍ରୀ ଙ୍କ ଏହି ସଫଳତା ପାଇଁ ସମଗ୍ର ଯାଜପୁର ଜିଲ୍ଲା ସମେତ ଜୋନାଲ ଜିଲ୍ଲାସ୍ତରରେ ଆନନ୍ଦର ଲହରୀ ଖେଳି ଯାଇଛି । ଅନୁଷ୍ଠାନର ପୁରାତନ ଛାତ୍ର ଛାତ୍ରୀ, ଛାତ୍ର ଛାତ୍ରୀ ଙ୍କ ସମେତ, ରାଜ୍ୟପାଳ ପୁରସ୍କୃତ ପୂର୍ବତନ ପ୍ରଧାନ ଶିକ୍ଷକ ତଥା ଅନୁଷ୍ଟାନର ଉପେଦଷ୍ଠା ଅଜୟ କୁମାର ମହାନ୍ତି ,ନୂଆ ଆଲୋକ ସଂଗଠନର ନିର୍ଦ୍ଦେଶକ ଜନ୍ମେଜୟ ମହାନ୍ତି, ସଭାପତି ଶରତ କୁମାର ଜେନା ପ୍ରମୁଖ ସ୍ୱାଗତ ସଂବର୍ଦ୍ଧନା ଜଣାଇଛନ୍ତିା

Related Post

ଜିଲ୍ଲାସ୍ତରୀୟ୧୦୮କୁଣ୍ତିୟଗାୟତ୍ରୀ ମହାଯଜ୍ଞ ର ପ୍ରସ୍ତୁତି ବୈଠକ

Posted by - September 23, 2019 0
କେନ୍ଦୁଝର,୨୨/୯ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନ ପଞ୍ଚାୟତ ଗୋବର୍ଦ୍ଧନ ଗ୍ରାମରେ ହେବାକୁଥିବା ୧୦୮କୁଣ୍ତିୟ ଗାୟତ୍ରୀ ମହାଯଜ୍ଞ ପାଇଁ ଗୋବର୍ଦ୍ଧନ ଗ୍ରାମର ଶ୍ରୀ ଗଣେସ ଶିକ୍ଷାକେନ୍ଦ୍ର ପ୍ରାଗଣରେ…

ନବଜ୍ୟୋତୀ ଙ୍କ ମାନବିକତା, ବଡ଼ ମୁଣ୍ଡ ପିଲା ର ଚିକିତ୍ସା କରାଇଲେ ଆପୋଲୋ ହସ୍ପିଟାଲରେ

Posted by - March 30, 2021 0
ନୀଳଗିରି- ୨୮/୦୩/୨୦୨୧ (ସୌମ୍ୟା ସାଇ ବାରିକ) ଆଙ୍କର :- ମାନବିକତା ଏକ ସହଜାତ ଗୁଣ। ମାନବିକତା ଦେଖାଇଲେ, ପୂର୍ବତନ ବାଲେଶ୍ଵର ସାଂସଦ ପାର୍ଥି ନବଜ୍ୟୋତି ପଟ୍ଟନାୟକ। ସୂଚନା…

କଳିଯୁଗର କଷ୍ଣ ଓ ସୁଦାମା, କିଡନୀ ନଥିବା ନୃସିଂହଙ୍କ ପାଇଁ ସମର୍ପିତ ଧନଞ୍ଜୟଙ୍କ ପ୍ରାଣ

Posted by - February 13, 2020 320
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)କଳିଯୁଗର କୃଷ୍ଣ ଓ ସୁଦାମା । ବନ୍ଧୁଙ୍କ ପାଇଁ ସମର୍ପିତ ତାଙ୍କ ପ୍ରାଣ । ଜଣେ ବନ୍ଧୁ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଜୀବନ…

ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

Posted by - January 18, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବରୀ ନିର୍ବାଚନ ମଣ୍ଡଳୀ ଦେଵିଲ ପଂଚାୟତ ଅଫିସ ଗୃହରେ ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ,ଏହି ରକ୍ତଦାନ ଶିବିରକୁ ଜିଲା ପରିଷଦ ଗଣେଷ ମହାକୁଡ଼ଙ୍କ ନେତୃତ୍ୱରେ ଯାଜପୁର ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଭବପ୍ରସାଦ ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଏହି ଶିବିରରେ ସ୍ୱେଚ୍ଛାସେବୀ ଓ ଅଶୋକ ଦାସ ପାଂଉଣ୍ଡେସନର ସଦସ୍ୟ ମାନେ ସାମିଲ ହୋଇ ରକ୍ତଦାନ କରିଥିଲେ । ଏହି ଶିବିରରେ ମୋଟ ୬୧ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । କୋରୋନା ସମୟରେ ରକ୍ତସଂକଟ ଦୂର ପାଇଁ ନିୟମିତ ଭାବେ ରକ୍ତ ସଂଗ୍ରହ କରୁଛି ପାଂଉଣ୍ଡେସନ ।

ଅନୁଗୋଳରେ ହେବ ଆଦର୍ଶ ସାମୁହିକ ବିବାହ ଉତ୍ସବ

Posted by - January 11, 2020 0
ଅନୁଗୋଳ:(ମହେଶ ଭୋମରାଜ)ଉତ୍କଳ ପ୍ରାଦେଶିକ ମାର ୱାଡି ସମ୍ମିଳନୀ ଅନୁଗୋଳ ଶାଖା ଆନୁକୂଲ୍ୟରେ ଆସନ୍ତା ଜାନୁୟାରୀ ୨୯ ତାରିଖରେ ସରସ୍ୱତୀ ଶିଶୁ ଵିଦ୍ୟାମନ୍ଦିରରେ ହେବ ଏହି ସାମୁହିକ ବିବାହ…

Leave a comment

Your email address will not be published.