Breaking News
11:30 pmରାଜ୍ୟ ସରକାରଙ୍କ ‘ଡ୍ରିଙ୍କ ଫ୍ରମ ଟ୍ୟାପ’କୁ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ୨୦୧୯ ନୋବେଲ ବିଜେତା ମାଇକେଲ କ୍ରେମ ଙ୍କ ପ୍ରଶଂସା 11:26 pmହକି ବିଶ୍ବକପ୍‌ ପୋଜିସନ୍‌ ମ୍ୟାଚ୍‌: ରାଉରକେଲାରେ ଭାରତ ୫-୨ରେ ଦକ୍ଷିଣ ଆଫ୍ରିକାକୁ ହରାଇଲା 11:24 pmନୂଆପଡ଼ା: ନୂଆପଡ଼ା ଜିଲ୍ଲା ତରବୋଡ଼ ଫାଣ୍ଡି ଦଲ୍ଲିପଡ଼ା ଠାରେ ଆଜି ବାଇକରେ ଲିଫ୍ଟ ଦେବାରେ ବିଲମ୍ବ କରିବା ସହ ସାମାନ୍ୟ କଥାକୁ ନେଇ ଯୁବକଙ୍କୁ ଗୁଳିମାଡ଼; ଗୁରୁତର ଅବସ୍ଥାରେ ଡାକ୍ତରଖାରେ ଭର୍ତ୍ତି, ଅଭିଯୁକ୍ତ ଅଟକ 11:23 pmଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଗାମୀ ୩ ମାସରେ ସଂପୂର୍ଣ୍ଣ ହେବ: ମୁଖ୍ୟ ଶାସନ ସଚିବ 11:18 pmପିଏଚଡି କରିଥିବା କରିଥିବା ସରକାରୀ କଲେଜ ଅଧ୍ୟାପକଙ୍କୁ ପ୍ରଦାନ କରାଯାଇଥିବା ତିନୋଟି ଆଡଭାନ୍ସ ଇନକ୍ରିମେଣ୍ଟକୁ ପ୍ରତ୍ୟାହାର ପ୍ରସଙ୍ଗରେ ଉଚ୍ଚଶିକ୍ଷା ବିଭାଗକୁ ଝଟକା ,ଜାନୁଆରି ୭ର ଏପରି ନିର୍ଦ୍ଦେଶ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ:-ହାଇକୋର୍ଟ

ୱାର୍ଲଡ଼ ଓଡିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକ ଙ୍କର ୮୫ତମ ଜନ୍ମଦିନ ପାଳନ

29 0

ଭୁବନେଶ୍ୱର/ନୂଆଦିଲ୍ଲୀ ୨୧/୧/୨୦୨୩ ଓଡ଼ିଆ ସଂଗୀତ ଜଗତର ପ୍ରବାଦପୁରୁଷ ପ୍ରଣବ ପଟ୍ଟନାୟକ ଙ୍କର ୮୫ତମ ଜନ୍ମ ଦିବସ ୱାର୍ଲଡ଼ ଓଡ଼ିଶା ସୋସାଇଟି (ୱାଓସୋ) ତରଫରୁ ଆଭାସି ମଞ୍ଚରେ ପାଳନ କରାଯାଇଛି।ୱାଓସୋର ଅଧ୍ୟକ୍ଷ କିଶୋର ଦ୍ବିବେଦୀଙ୍କର ପୌରହିତ୍ୟରେ ଭାରତୀୟ ସମୟ ଅନୁଯାୟୀ ଜାନୁୟାରୀ ୨୦ ଓ ୨୧ ତାରିଖର ମଧ୍ୟରାତ୍ରରେ ଆୟୋଜିତ ଏହି ଉତ୍ସବରେ ସାରା ପୃଥିବୀର ୱାଓସୋର ସଦସ୍ୟ ଓ ଶୁଭେଚ୍ଛୁମାନେ ଯୋଗ ଦେଇଥିଲେ।

ଏଥିମଧ୍ୟରେ ରହିଥିବା ଶ୍ରୀ ପଟ୍ଟନାୟକ ଙ୍କର ବହୁ ପ୍ରଶଂସକ ଓ ଅନୁଗାମୀ, ସଂଗୀତ ମାଧ୍ୟମରେ ତାଙ୍କୁ ଜନ୍ମ ଦିନର ଭେଟି ପ୍ରଦାନ କରିଥିଲେ। “ହେ ଆତ୍ମନ ନିଦ୍ରା ପରିହରି.., ମା ତୁମେ ଜଗତର ସାହା ଭରସା.., ମାଝିରେ କରିଦେ ପାରି.. ଆଦି ଶ୍ରୀ ପଟ୍ଟନାୟକଙ୍କର ଚୀରସବୁଜ, ସଦା ଅଭୁଲା ଅଜସ୍ର ଲୋକପ୍ରିୟ ସଂଗୀତ ଗୁଡ଼ିକ ଗାୟନ ହେଉଥିବା ବେଳେ ଅଂଶଗ୍ରହଣକାରୀ ମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଉତ୍ସାହ, ଉଦ୍ଦୀପନା ଓ ଉନ୍ମାଦନା ଦେଖିବାକୁ ମିଳିଥିଲା।

ଉତ୍ସବରେ ସ୍ୱାଗତ ଭାଷଣ ପ୍ରଦାନ କରି ୱାଓସୋର ଅଧକ୍ଷ କିଶୋର ଦ୍ବିବେଦୀ ,ପ୍ରଣବ ପଟ୍ଟନାୟକଙ୍କୁ ଶତାବ୍ଦୀର ଶ୍ରେଷ୍ଠ ଓଡ଼ିଆ ଗାୟକ ବୋଲି ବର୍ଣ୍ଣନା କରିଥିଲେ। ଦୀର୍ଘ ପାଞ୍ଚ ଦଶନ୍ଧିରୁ ଉର୍ଦ୍ଧ୍ବ କାଳ ଧରି ସେ ଯେଉଁପରି ଓଡ଼ିଆ ସଂଗୀତ ଦୁନିଆରେ ଛାଇ ହୋଇ ରହିଛନ୍ତି , ତାହା ଅତୁଳନୀୟ ଓ ଅଭୂତପୂର୍ବ ବୋଲି ଶ୍ରୀ ଦ୍ବିବେଦୀ ସୁଚାଇଥିଲେ।ମୁଖ୍ୟଅତିଥି ଭାବରେ ଯୋଗ ଦେଇ ପ୍ରଣବ ପଟ୍ଟନାୟକ ଙ୍କର ଧର୍ମପତ୍ନୀ କସ୍ତୁରୀକା ପଟ୍ଟନାୟକ, ଶ୍ରୋତା ମାନଙ୍କର ଶ୍ରଦ୍ଧା ଓ ସମ୍ମାନ ହିଁ ଜଣେ ଗାୟକ ର ମୁଖ୍ୟ ପୁଞ୍ଜି ବୋଲି କହି ଜନ୍ମଦିନର ବିପୁଳ ଅଭିନନ୍ଦନ ପାଇଁ ୱାଓସୋର ସଦସ୍ୟ ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।ୱାଓସୋର ପ୍ରତିଷ୍ଠାତ୍ରୀ ଡ଼.ଅରୁନ୍ଧତୀ ଦେବୀ, ପ୍ରଖ୍ୟାତ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କର ଅମ୍ଳାନ ପ୍ରତିଭା, ଉତ୍କୃଷ୍ଟ ପାରଦର୍ଶିତା ଏବଂ ଉତ୍ତୁଙ୍ଗ ସୃଜନଶୀଳତାର ପଟ୍ଟାନ୍ତର ନାହିଁ ବୋଲି କହିଥିଲେ।

ସଭା ଆରମ୍ଭ ରେ ୱାଓସୋର ଆତ୍ନର୍ଜାତିକ ଆବାହକ ଏବଂ ରୁଷ ଓଡ଼ିଆ ସମାଜ ର ସଭାପତି ସନ୍ତୋଷ ମିଶ୍ର,ପ୍ରଣବ ପଟ୍ଟନାୟକଙ୍କର କାଳଜୟୀ ସଂଗୀତ, “ଇନ୍ଦ୍ରଧନୁର ସପ୍ତରଙ୍ଗ” ଗାୟନ କରି ତାଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଥିଲେ। ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିବା ଅନ୍ୟ ବିଶିଷ୍ଟବ୍ୟକ୍ତି ମାନଙ୍କ ମଧ୍ୟରେ ଆମେରିକା ରୁ ୱାଓସୋର ଉପଦେଷ୍ଟା ଧୀରେନ୍ଦ୍ର କର, ଆନ୍ତର୍ଜାତିକ ସଂଯୋଜକ ଅକ୍ଷୟ ମହାନ୍ତି, ଅଷ୍ଟ୍ରେଲିଆ ରୁ ୱାଓସୋ ଉପାଧ୍ୟକ୍ଷ ଡ଼. ନଳିନୀ ପତି,ବରଦା ପ୍ରସନ୍ନ ଦାସ , ଅଭିଜୀତ ମଜୁମଦାର, ପୁଷ୍ପାଞ୍ଜଳି ବାରିକ, ଶ୍ରୀମନ୍ତ ବିଶ୍ୱାଳ, ରୀତା ପାତ୍ର ଓ କ୍ଷୀରାବ୍ଦୀତନୟା ଜେନା ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। ୱାଓସୋର ସାଂସ୍କୃତିକ ବିଭାଗର ସାଧାରଣ ସମ୍ପାଦକ କାବେରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଲଣ୍ଡନରୁ ଡ଼.ଜୟଶ୍ରୀ ନନ୍ଦ, ଆୟର୍ଲ୍ୟାଣ୍ଡ ରୁ ଶ୍ରୀମାରାଣୀ ଦାସ, ହୃଦାନନ୍ଦ ପୃଷ୍ଟି, କୃପାନିଧି ବିଶ୍ୱାଳ, ଶ୍ୱେତାଙ୍କ ରାଜଗୁରୁ, ସଞ୍ଜୟ କୁମାର ପଣ୍ଡା, ଅନୀସ ପୂଜା ପଣ୍ଡା, ଆଶିଷ କୁମାର ଦାଶ ଓ ଉମାକାନ୍ତ ଜେନା ପ୍ରମୁଖ ସାମିଲ ଥିଲେ। ୱାଓସୋର ଯୁବଶାଖା ର ସଦସ୍ୟ ନନ୍ଦନ ଦ୍ବିବେଦୀ ଡିଜିଟାଲ କକ୍ଷ କୁ ନିୟନ୍ତ୍ରଣ କରିଥିଲେ।

Related Post

ନିଖୋଜ ବିମାନ ଏଏନ-୩୨ରେ ଥିବା ୧୩ ଜଣ ସଦସ୍ୟଙ୍କୁ ମୃତ ଘୋଷଣା କଲା ବାୟୁସେନା

Posted by - June 13, 2019 0
ଜୋରହାଟ ୧୩/୬ : ବାୟୁସେନାର ସର୍ଚ୍ଚ ଟିମ ଆଜି ସକାଳେ AN-୩୨ ବିମାନ ଧ୍ବଂସ ସ୍ଥଳୀରେ ପହଞ୍ଚିଥିଲା । କେହି ମଧ୍ୟ ତାଙ୍କୁ ଜୀବିତ ମିଳିନଥିଲେ ।…

ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ଯଶବନ୍ତ ସିହ୍ନା,ରାହୁଲ ଗାନ୍ଧି ଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ

Posted by - June 29, 2022 0
ଭୁବନେଶ୍ଵର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧିଦଳର ପ୍ରାର୍ଥୀ ଯଶଵନ୍ତ ସିହ୍ନା ଜୁନ୍ ୨୭ ତାରିଖ ଦିନ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।…

ସିନ୍ଧିଆ ପରିବାରର ପ୍ରସିଦ୍ଧ ଜୟ ବିଳାଶ ପ୍ୟାଲେସରେ ଚୋରି

Posted by - March 18, 2021 0
ମଧ୍ୟପ୍ରଦେଶ: ଗ୍ୱାଲିୟରର ରାଜ ପରିବାର ତଥା ସିନ୍ଧିଆ ପରିବାରର ପ୍ରସିଦ୍ଧ ଜୟ ବିଳାଶ ପ୍ୟାଲେସ ବେଶ ପ୍ରସିଦ୍ଧ । ହେଲେ ଏବେ ଏହାର ରାଣୀ ମହଲରେ ହୋଇଛି…

ଭିଡିଓ ପ୍ରସ୍ତୁତି ଯୋଗୁଁ ବିଳମ୍ବରେ ଅଭିନନ୍ଦନଙ୍କୁ ହସ୍ତାନ୍ତର କଲା ପାକିସ୍ତାନ,

Posted by - March 1, 2019 16
ଭାରତ ମାଟିରେ ପାଦ ଦେଇଛନ୍ତି ବାୟୁସେନାର ବୀର ଯବାନ ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ। ବର୍ତ୍ତମାନ ଜେନେଭା ଚୁକ୍ତି ଅନୁସାରେ ପାକିସ୍ତାନ ସରକାରଙ୍କ ପକ୍ଷରୁ ଦସ୍ତାବିଜ୍ ପ୍ରସ୍ତୁତିରେ ବିଳମ୍ଭ…

ରାଜନାଥ ସିଂହ ଓ ଆମେରିକା ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ରଣନୀତିକ ଆଲୋଚନା

Posted by - March 21, 2021 0
ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲିୟୋଡ ଅଷ୍ଟିନଙ୍କ ମଧ୍ୟରେ ଶନିବାର ଦ୍ୱିପାକ୍ଷିକ ରଣନୀତିକ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି ।…