ଟିଟିଲାଗଡ:୨୨/୧(ସଞ୍ଜୟ କୁମାର ନାୟକ)କରୋନା ମହାମାରୀ ପରେ ଚଳିତ ଥର ଦେଶବ୍ୟାପି ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳନ କରିବାକୁ ଯାଉଛି । ଚଳିତ ବର୍ଷ ଟିଟିଲାଗଡ ଉପଖଣ୍ଡ ସ୍ତରରେ ମଧ୍ୟ ଏହି ଦିବସକୁ ମହାସମାରୋହରେ ପାଳନ କରାଯିବାକୁ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୟାମୟ ପାଢ଼ୀଙ୍କ ତତ୍ତ୍ୱାବଧାନରେ ଚଳିତ ବର୍ଷ ପାଇଁ ପ୍ରସ୍ତୁତି ବୈଠକ ସରିଯାଇଛି ।
ଏହି ପରିପ୍ରେକ୍ଷୀରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ ଉଭୟ ଗଣମାଧ୍ୟମ ପ୍ରତିନିଧି ଓ ଆଇନଜୀବୀ ଏବଂ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ସ୍ଥାନୀୟ ସରକାରୀ ବାଳକ ହାଇସ୍କୁଲ ଖେଳ ପଡିଆ ଠାରେ ଆୟୋଜିତ ହୋଇଥିଲା। ଏସ ଡିଏମ୍ ଇଲେଭେନ ଦଳରେ ପୌର ନିର୍ବାହୀ ଅଧିକାରୀ ବିପିନ ଦୀପ ଅଧିନାୟକ ଥିବା ବେଳେ ଏଡଭୋକେଟ ପ୍ରେସ ଇଲେଭେନ୍ ଦଳର ଅଧିନାୟକ ବରିଷ୍ଠ ସାମ୍ବାଦିକ ଶରତ ମିଶ୍ର ଅଧିନାୟକ ରହିଥିଲେ। ୧୨ ଓଭର ବିଶିଷ୍ଟ ଏହି ମ୍ୟାଚରେ ଏସଡିଏମ ଇଲେଭେନ୍ ଦଳ ୧୭୮ ରନର ଲକ୍ଷ୍ୟ ଦେଇଥିବା ବେଳେ ଏଡଭୋକେଟ ପ୍ରେସ ଇଲେଭେନ ଦଳ କେବଳ ୧୩୭ ରନ ସଂଗ୍ରହ କରିଥଲେ।
କ୍ରୀଡାବିତ ହିଫଜୁଲ ରେହେମାନ ଏମ୍ପାୟାର ଭାବେ ମ୍ୟାଚ ପରିଚାଳନା କରିଥିବା ବେଳେ ସୁନିଲ ଭୋଇଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଘୋଷଣା କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ, ସହାୟକ ଜିଲ୍ଲାପାଳ ଲଳିତ ବାଗ,ଧୁବଳେଶ୍ୱର୍ ଦଳବେହେରା ପ୍ରମୁଖ ଙ୍କ ସହ ସାମ୍ବାଦିକ ଜଗଦୀଶ ଜୈନ, ଦିଲ୍ଲୀପ ପୁରୋହିତ,ଆଇନଜୀବୀ ପ୍ରଦୀପ ମହାନ୍ତି,ପଙ୍କଜ ପାଢ଼ୀ, ନିହାର ବାବୁ, ପ୍ରମୁଖ ଉପସ୍ଥିତ ରହି ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ।