ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ବହୁ ଚର୍ଚିତ ତୃତୀୟ ବିବାହ ମାମଲା ରେ ନ୍ୟାୟ ଲାଗି ସବିନା ବିବି ଯାଜପୁର ଏସପି ଙ୍କୁ ଭେଟିଲା ପରେ ପୋଲିସ ତତ୍ପର ହୋଇ ଦେଢଶୁର ଓ ଶ୍ୱଶୁର ଙ୍କୁ ଗିରଫ କରିଛି । ଏମାନଙ୍କୁ ଗିରଫ ପରେ ମାମଲାକୁ ପ୍ରତ୍ୟାହାର କରିବା ଲାଗି ପିଡିତାଙ୍କ ଘରେ ପଶି କିଛି ଦୁର୍ବୁତ ଜୀବନ ରୁ ମାରିଦେବାକୁ ଧମକ ଦେଇଛନ୍ତି । ନିଜ ର ଏବଂ ଦୁଇ ବର୍ଷର ଝିଅ ସହ ପୁରା ପରିବାରକୁ ସୁରକ୍ଷା ଦେବାକୁ ସବିନା ମଙ୍ଗଳପୁର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବାର ପ୍ରତିଶୃତି ଦେଇଥିଲେ ମଧ୍ୟ ଭୟଭିତ ହୋଇଛନ୍ତି ପିଡିତାଙ୍କ ପରିବାର । ଅଭିଯୁକ୍ତ ସ୍ୱାମୀ ଫେରାର ଥିବାରୁ ନିଜ କୁ ସୁରକ୍ଷିତ ମଣୁନଥିବା ଅଭିଯୋଗ କରିଛନ୍ତି ପିଡିତା ଓ ତାଙ୍କ ପରିବାର ।
