
ମୁନିଗୁଡ଼ା: ୧୭।୧ (ରମାକାନ୍ତ ପଡାଲ)ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଜିଲ୍ଲା ପୋଲିସ ଓ ଜିଲ୍ଲା ପରିବହନ ବିଭାଗ ଆନୁକୂଲ୍ୟରେ ପ୍ରତିବର୍ଷ ଜାନୁୟାରୀ ୧୧ତାରିଖରୁ ୧୭ତାରିଖ ଯାଏଁ ସପୂର୍ଣ ଗୋଟିଏ ସପ୍ତାହ ସଡ଼କ ସୁରକ୍ଷା ସପ୍ତାହ ପାଳନ କରଯାଇଥାଏ l ଚଳିତ ବର୍ଷ ପ୍ରତି ବର୍ଷ ପରି ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି l ଆଜିର ଉଦଯାପନୀ କାର୍ଯ୍ୟକ୍ରମରେ ସଡ଼କ ସୁରକ୍ଷା କ୍ଷେତ୍ରରେ ସହଯୋଗର ହାତ ବଢ଼ାଇ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଚିକିତ୍ସାଳୟ ପହଞ୍ଚାଇବା ସହ ଉକ୍ତ ବ୍ୟକ୍ତିଙ୍କ ଜୀବନ ରକ୍ଷାର ଏକ ମାଧ୍ୟମ ସାଜିବା ପରି ମହତ କାର୍ଯ୍ୟରେ ସମାଜ ପ୍ରତି ଉତ୍ସର୍ଗୀକୃତ ବ୍ୟକ୍ତି ବିଶେଷଙ୍କୁ ରାୟଗଡା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ସମ୍ମାନିତ କରାଯାଇଛି l
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡା ଏସପି ବିବେକାନନ୍ଦ ଶର୍ମା ଉପସ୍ଥିତି ଥିବାବେଳେ ଆରଟିଓ ରାୟଗଡା ଶିବଶଙ୍କର ଚୌଧୁରୀ ଓ ଅତିରିକ୍ତ ଏସପି ରାମ ପ୍ରସାଦ ସମ୍ମାନୀୟ ଅତିଥି ଭାବେ ଅଂଶ ଗ୍ରହଣ କରିଥିଲେ l ଜିଲ୍ଲା ସ୍ତରରୁ ୨୧ ଜଣ ସଡ଼କ ସୁରକ୍ଷାର ସହଯୋଗୀଙ୍କୁ ଚି଼ହ୍ନଟ କରି ସମ୍ମାନିତ କରାଯାଇଛି l ଉକ୍ତ ୨୧ ଜଣଙ୍କ ମଧ୍ୟରେ ଅମ୍ବାଦଳା ପ୍ରେସ ୟୁନିୟନ ସଭାପତି ତଥା ସମାଜସେବୀ ରଞ୍ଜନ ସ୍ୱାଇଁ ଓ ପେଦିଗୁଡ଼ା ଗ୍ରାମର ରବିନ୍ଦ୍ର ବେହେରା ଙ୍କୁ ୨୦୨୧ମସିହାର ସଡ଼କ ଦୁର୍ଘଟଣାରେ ଗୁରୁତରଙ୍କୁ ଚିକିତ୍ସାଳୟ ପହଞ୍ଚାଇ ଜୀବନ ରକ୍ଷା କରିଥିବାରୁ ତାଙ୍କୁ ଉପଢୌକନ ସହ କିଛି ଅର୍ଥ ପ୍ରଦାନ କରି ସମ୍ମାନିତ କରାଯାଇଛି l
ପ୍ରକାଶ ଥାଉକି ଶ୍ରୀ ସ୍ୱାଇଁ ଗୋଟିଏ ଛୋଟ ରକ୍ତ ଭଣ୍ଡାର କହିଲେ ଅତ୍ୟୁକ୍ତି ହେବ ନାହିଁ ବିଭିନ୍ନ ସମୟରେ ଆବଶ୍ୟକ ରକ୍ତ ନିଜେ ଦେବା ସହ ଯୁବକ ମାନଙ୍କୁ ରକ୍ତ ଦାନ ଦେବା କରିବା ପାଇଁ ଉତ୍ସାହ ପ୍ରଦାନ କରିଥାନ୍ତି, ରବିନ୍ଦ୍ର ନିଜେ ଜଣେ ଡ୍ରାଇଭର ଭାବେ କାର୍ଯ୍ୟ କରିବା ସହ ଦୁର୍ଘଟଣା ଗ୍ରସ୍ତଙ୍କୁ ମେଡିକାଲ ପାହ୍ନଚାଇ ଜୀବନ ବଞ୍ଚାଇବା କାର୍ଯ୍ୟ କରୁଥିବା ବେଳେ ଶ୍ରୀ ସ୍ବାଇଁ ଏହିପରି କି ଗରିବ ଅସହାୟ ରୋଗୀଙ୍କୁ ଭୁବନେଶ୍ୱର ଏମ୍ସ, କଟକ, ବ୍ରହ୍ମପୁର ବଡ଼ ମେଡିକାଲକୁ ନେଇ ପହଞ୍ଚାଇବା ପରି ଏକ ନିଷ୍ଠାପର ସାମାଜିକ କାର୍ଯ୍ୟ କରିବାରେ ଅଞ୍ଚଳରେ ସୁପରିଚିତ ବ୍ୟକ୍ତି ବିଶେଷ ଅଟନ୍ତି l ଏହିପରି ସାମାଜିକ କାର୍ଯ୍ୟ ସହ ଅନେକ ଗୁପ୍ତ ବିଷୟର ଖବର ପ୍ରସାରଣ କରି ପ୍ରଶାସନର ଲୋକଲୋଚନ ଆଣିବାରେ ପ୍ରମୁଖ ଭୂମିକା ତୁଲାଇ ଥାନ୍ତି l ବିଭିନ୍ନ ସମୟରେ ଏହିପରି ସାମାଜିକ କାର୍ଯ୍ୟ ପାଇଁ ଜିଲ୍ଲା ଓ ରାଜ୍ୟ ସ୍ତରରେ ପୁରସ୍କୃତ ହୋଇ ଅଞ୍ଚଳ ପାଇଁ ଗୌରବର କାରଣ ସାଜିଛନ୍ତି l ଆଜିର ଏହି ସମ୍ମାନ ପାଇଁ ବିଭିନ୍ନ ମହଲରୁ ଆମ୍ବାଦଳା ଅଞ୍ଚଳର ଏହି ଦୁଇ ପ୍ରତିଭାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି l