Breaking News
10:10 amଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି ୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର 10:10 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ 10:08 amଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁର ସ୍ଥିତ ଭଡାଘରେ ଆଜି ଭିଜିଲାନ୍ସ ରେଡ଼ କରିଛି 1:47 pmବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ,ସ୍ୱାମୀ ଅଟକ 1:46 pmଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ।

ଶ୍ରୀ ଶ୍ରୀ ମାଆ ରୁଦ୍ରକାଳୀଙ୍କ ପ୍ରଥମ ବାର୍ଷିକ ଉତ୍ସବ

90 0

ବେଲଗୁଣ୍ଠା::୧୫/୦୧(ସୁଶାନ୍ତ କୁମାର ବେହେରା )ଗଂଜାମ ବେଲଗୁଣ୍ଠା ଖଦାଳ ସାହି ସ୍ଥିତ ଶ୍ରୀ ଶ୍ରୀ ମାଆ ରୁଦ୍ରକାଳୀ ମନ୍ଦିରର ପ୍ରଥମ ବାର୍ଷିକ ଉତ୍ସବ ଆଜି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଆଜି ସକାଳେ ପୂଜକ କାର୍ତ୍ତିକ ରଣା ଙ୍କ ଦ୍ଵାରା ରୁଦ୍ର କାଳୀଙ୍କ ଅବକାଶ,ବାଳଭୋଗ,ମଙ୍ଗଳ ଆଳତୀ, ହୋମଯଜ୍ଞ,ଅନ୍ନଭୋଗ ସହ ଘୃତଯଜ୍ଞ ଅନୁଷ୍ଠିତ ହୋଇଯାଇଛି I ଆସନ୍ତା 16 ତାରିଖରେ ମେରୁ ମଣ୍ଡପ ଶୁଭ ଦିଆଯିବାର କାର୍ଯ୍ୟକ୍ରମ ରହିଛି I

ଦଣ୍ଡ ପରିଚାଳନା କମିଟିର ମନ୍ଦିର ସଭାପତି ଜିତେନ୍ଦ୍ର ସୁବୁଦ୍ଧିଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ସମାପନ ହୋଇଥିଲା I ଏଥିରେ ଦଣ୍ଡଯାତ୍ରାର ମୁଖ୍ୟ ପରିଚାଳକ ଲିଙ୍ଗରାଜ ପାତ୍ର, ଉପଦେଷ୍ଟା ଦେବୀ ପ୍ରସାଦ ପାତ୍ର, ସମ୍ପାଦକ ବାଳକୃଷ୍ଣ ପାତ୍ରଙ୍କ ସମେତ ରୂନା ପାତ୍ର, ଲାଲୁ ପଣ୍ଡା, ସତ୍ୟନାରାୟଣ ପାତ୍ର, କାମ୍ପ ନାଇକ, ଜଗା ନାଇକଙ୍କ ସମେତ ପରିଚାଳନା କମିଟିର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ I ଆଜିର ଏହି କାର୍ଯ୍ୟକ୍ରମରେ ମନ୍ଦିର ପ୍ରତିଷ୍ଠାତା କର୍ତ୍ତା ପ୍ରଶାନ୍ତ କୁମାର ପାଣିଗ୍ରାହୀ, ତାଙ୍କ ସହଧର୍ମିଣୀ ବିନିତା ପାଣିଗ୍ରାହୀ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିଲେ I

ଦିଗାମ୍ବର ଷଡ଼ଙ୍ଗୀ, ବିଜୟ କୃଷ୍ଣ, ବିଧାନ ଷଡଙ୍ଗୀ ଏବଂ ବିଜୟଲକ୍ଷ୍ମୀ ଶରଣପୁର ଶାସନର ପଣ୍ଡିତ ମାନଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ସଂପାଦନ ହୋଇଥିଲା I ଆଜିର ପ୍ରଥମ ବାର୍ଷିକ ଉତ୍ସବରେ ଗୁରୁ ଯଜ୍ଞ କୁଣ୍ଡର କର୍ତ୍ତା ଭାବେ ପ୍ରଶାନ୍ତ କୁମାର ପାଣିଗ୍ରାହୀ, ସହଧର୍ମିଣୀ ବିନିତା ପାଣିଗ୍ରାହୀ, ଋକ୍ ବେଦ ଯଜ୍ଞ କୁଣ୍ଡର କର୍ତ୍ତା ଭାବେ ସନତ୍ କୁମାର ସୁବୁଦ୍ଧି, ସହଧର୍ମିଣୀ ରାଜଲକ୍ଷ୍ମୀ ପାତ୍ର, ସାମ୍ ବେଦ ଯଜ୍ଞ କୁଣ୍ଡର କର୍ତ୍ତା ଭାବେ ବାଳକୃଷ୍ଣ ପାତ୍ର,ସହଧର୍ମିଣୀ ଗୀତୀସ୍ମିତା ପାତ୍ର, ଯଜୁଃ ବେଦ ଯଜ୍ଞ କୁଣ୍ଡର କର୍ତ୍ତା ଭାବେ ସାଇରାମ ପାତ୍ର, ସହଧର୍ମିଣୀ ଶୁଭାସ୍ମିତା ପାତ୍ର, ଅଥର୍ବ ବେଦ ଯଜ୍ଞ କୁଣ୍ଡର କର୍ତ୍ତା ଭାବେ ସଂଜୀବ କୁମାର ପାତ୍ର, ସହଧର୍ମିଣୀ ବବିତା ପାତ୍ର ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ I ଏହା ଦେଖିବା ପାଇଁ ଆଜି ବହୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା I ଏହା ସହ ଓଁ ଶ୍ରୀ ନାଟ୍ୟ ସଂସଦର ଯାତ୍ରା ତ୍ରିରଙ୍ଗା ପକ୍ଷରୁ ନାଟକ ମଞ୍ଚସ୍ଥ ହେବାର କାର୍ଯ୍ୟକ୍ରମ ରହିଛି I

Related Post

ଖପ୍ରାଖୋଲ ରେ ବୁଥ ଲେବେଲ ଅଫିସର ଙ୍କୁ ନେଇ ବ୍ଲକ ସ୍ତରୀୟ ବୈଠକ ,ଆନ୍ତରିକତା ସହ କର୍ତ୍ତବ୍ୟ କରିବାକୁ ଆହ୍ବାନ

Posted by - February 8, 2023 0
ଖପ୍ରାଖୋଲ: ୦୭/୦୨ସ୍ଥାନୀୟ ବ୍ଲକ କାର୍ଯ୍ୟଳୟ ର ନୂତନ ସଭାଗୃହ ଠାରେ ବୁଥ ଲେବେଳ ଅଫିସର ଙ୍କୁ ନେଇ ଏକ ବ୍ଲକ ସ୍ତରୀୟ ବୈଠକ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ…

ମା ତାରିଣୀଙ୍କ ପିଠରେ ନବ ରାତ୍ରୀ ପୂଜା ଚତୁର୍ଥ ଦିବସ ରେ କୁଷ୍ମାଣ୍ଡା ବେଶ

Posted by - October 18, 2023 0
ଢେଙ୍କାନାଳ:ଢେଙ୍କାନାଳ ଗାନ୍ଧୀ ମନ୍ଦିର ରୋଡ଼ ସ୍ଥିତ ମା ତାରିଣୀଙ୍କ ପିଠରେ ନବ ରାତ୍ରୀ ପୂଜା ଚତୁର୍ଥ ଦିବସ ପାଳିତ ହୋଇଯାଇଛି। ପ୍ରାତଃ ରୁ କଳସ ପୂଜା,ସୂର୍ଯ୍ୟ ପୂଜା,…

ଶ୍ରୀହରି ଟ୍ରଷ୍ଟ ରେ ଗୁରୁ ଦିବସ

Posted by - September 6, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ଶ୍ରୀହରି ଟ୍ରଷ୍ଟ ଆନୁକୂଲ୍ୟରେ ଗୁରୁ ଦିବସ ଆନୁକୂଲ୍ୟରେ ଗୁରୁ ବନ୍ଦନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି କାର୍ଯ୍ୟକ୍ରମ ରେ…

ଆଇନ ସଚେତନତତା ଶିବିର ଅନୁଷ୍ଠିତ

Posted by - March 24, 2023 0
ଯାଜପୁର:ଯାଜପୁର ଦଶରଥପୁର ବ୍ଲକ ପାଲଟପୁର ପଂଚାୟତ କାର୍ଯ୍ୟଳୟରେ ଏକ ଆଇନ ସଚେତନତତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରଟିକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ…

ଦେବୋତ୍ତର ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ

Posted by - October 20, 2023 0
ଢେଙ୍କାନାଳ :୧୯ /୧୦ ଆଜି ଅପରାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଙ୍କ ଅଧ୍ୟକ୍ଷତା ରେ ଦେବୋତ୍ତର ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ…