ହରଭଙ୍ଗା :୧୪/୦୧(ଚିତ୍ତରଞ୍ଜନ ସିଂ)ପୁନ୍ୟ ମାଘ ମାସ ମକର ସଂକ୍ରାନ୍ତି ହିନ୍ଦୁଧର୍ମlବଲମ୍ବୀ ପାଇଁ ଏକ ପୁଣ୍ୟ ତିଥି!ଏହି ତିଥିରେ ସବୁ ଶିବlଳୟ, ରାଧାକୃଷ୍ଣ ପୀଠ ଗୁଡିକରେ ମକର ଯାତ୍ରା ପାଳନ କରାଯାଇଥାଏ!ସେହିଭଳି ଆଜି ହରଭଙ୍ଗା ବ୍ଲକ ର ସବୁ ଶିବlଳୟ ଗୁଡିକରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଦ୍ୱାରା ପ୍ରାତଃ ସମୟରୁ ମହାନଦୀ ରୁ ପୂର୍ଣ୍ଣ କୁମ୍ଭ ରେ ଜଳ ଆଣି ଘଟ ପ୍ରତିଷ୍ଠା ପରେ, ନାମ ଯଜ୍ଞ, ଅର୍ଣ୍ଣ ଯଜ୍ଞ, ବସ୍ତ୍ର ଦାନ, ଘୃତ ଯଜ୍ଞ ଆଦି ଦେଖିବାକୁ ମିଳିବା ସହିତ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି।
ଏହି ମେଳା ପ୍ରାୟ ସବୁ ଶିବlଳୟ ଗୁଡିକରେ ୧୪ଓ ୧୫ତାରିଖ ଦୁଇଦିନ ଧରି ପାଳିତ ହେଉଛି!ହରଭଙ୍ଗା ବ୍ଲକ ର ହରଭଙ୍ଗା, ତଳଗାଁ, ଅଡ଼େଣି ଗଡ଼, ଚାରିଛକ, ତୁକୁଲୁଣ୍ଡା, କରଞ୍ଜ କଟା,ବୁରୁବୁଡ଼ା, ରାମଗଡ, ଧଳପୁର, ସାକୁସିଙ୍ଗା,କରଡ଼ି, ହରେକୃଷ୍ଣ ପୁର, ବିରାମଚନ୍ଦ୍ର ପୁର, ସରସରା ଆଦିଶୈବ ପୀଠ ସହିତ ପୁରୁଣାକଟ ରାଧା କୃଷ୍ଣ ମନ୍ଦିରରେ ଏହି ମକର ସଂକ୍ରାନ୍ତି ବହୁ ଆଡମ୍ବର ରେ ପାଳିତ ହୋଇଛି!