ଆମ୍ବେଦକର ମେମୋରିଆଲ କପ୍ ଉଦଯାପିତ

67 0

ହରଭଙ୍ଗା : ୧୪/୦୧(ଚିତ୍ତରଞ୍ଜନ ସିଂ)ହରଭଙ୍ଗା ବ୍ଲକ ଆମ୍ବେଦକର ଯୁବ ପରିଷଦ ଆନୁକୂଲ୍ୟରେ ହରଭଙ୍ଗା ଖେଳ ପଡ଼ିଆରେ ଚାଲିଥିବା ଆମ୍ବେଦକର ମେମୋରିଆଲ ଚାଲେଞ୍ଜ କପ୍ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତା ୮ ତାରିଖ ରୁ ଆରମ୍ଭ ହୋଇ ଶନିବାର ୧୪ ତାରିଖରେ ଶେଷ ହୋଇଛି।ଏଥିରେ ସାଇ ସ୍ପୋଟିଙ୍ଗ ଫୁଲବାଣୀ ଚମ୍ପିୟାନ ଓକନ୍ଧପଡା(ଅନୁଗୋଳ )ରନର୍ସଅପ ହୋଇଛନ୍ତି। ଶନିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ସାଇ ସ୍ପୋର୍ଟିଙ୍ଗ୍ ଫୁଲବାଣୀ ନିର୍ଦ୍ଧାରିତ ୨୦ ଓଭରରେ ୧୬୪ ରନ୍ କରିଥିଲେ ଜବାବରେ କନ୍ଧପଡା (ଅନୁଗୁଳ)ଦଳ ୧୯.୪ ଓଭରରେ ୧୩୬ ରନ୍ ରେ ସମସ୍ତ ଉଇକେଟ୍ ହରାଇ ଉପ ବିଜେତା ଦଳ ରୂପେ ପୁରସ୍କୃତ ହୋଇଥିଲେ ।

ଏହି ଉଦଯାପିତ ଦିବସରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନ ଓ ସମ୍ମାନିତ ଅତିଥି ଭାବେ ହରଭଙ୍ଗା ପଂଚାୟତ ସରପଞ୍ଚ ଶକୁନ୍ତଳା ବେହେରା, ହରଭଙ୍ଗା ପଂଚାୟତ ସମିତି ସଭ୍ୟ ଚିତ୍ତ ରଞ୍ଜନ ସେଠି, କୁସଙ୍ଗ ପଂଚାୟତ ସମିତି ସଭ୍ୟ କାଁହୁଚରଣ ନାଥ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ଓ ଚମ୍ପିୟାନ ଦଳ କୁ ୧୫୦୦୦ ଓ ରନର୍ସଅପ ଦଳ କୁ ୧୦୦୦୦ ଟଙ୍କା ପ୍ରଦାନ କରିଥିଲେ ଏବଂ ବିଜେତା କୁ ଟ୍ରଫି ପ୍ରଦାନ କରିଥିଲେ। ପ୍ରତିଯୋଗିତା କୁ ଆମ୍ବେଦକର ଯୁବ ପରିଷଦ ର ସଭାପତି ବିକାଶ ବେହେରା, ସମ୍ପାଦକ ସମ୍ବାରୁ ନାୟକ, ମୁଖ୍ୟ କର୍ମକର୍ତା ମାନ ଭଂଜନ ନାୟକ ଏବଂ କ୍ଲବ୍ ର ସମସ୍ତ ସଭ୍ୟ ସହଯୋଗ କରିଥିଲେ।

Related Post

କଳାହାଣ୍ଡି ଜିଲ୍ଲା ରେ ଓ ସି ଏ ଭିଜନ୍ ୨୪ ଜୁନିଅର ଆନ୍ତଃ ଜିଲ୍ଲା କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

Posted by - December 2, 2022 0
ଭବାନୀପାଟଣା :(- – କଳାହାଣ୍ଡି ଜିଲ୍ଲା ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ଓସିଏ ଭିଜନ୍ ୨୪ ଜୁନିଅର ଅନ୍ତଃଜିଲ୍ଲା କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି।୨…

ବୌଦ୍ଧରେ ଜାତୀୟ କ୍ରିଡା ଦିବସ ଅନୁଷ୍ଠିତ

Posted by - August 29, 2022 0
ବୌଦ୍ଧ:୨୯ା୮:(ଅଦ୍ୟ ତା ୨୯.୦୮.୨୦୨୨ ରିଖ ସୋମବାର ଦିନ ବୌଦ୍ଧଠାରେ ଜାତୀୟ କ୍ରିଡା ଦିବସ ଅବସରରେ ଏକ ସଚେତନତା ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରିଥିଲା । ଜିଲ୍ଲାପାଳ ସତ୍ୟ…

ନୂତନବର୍ଷକୁ ସ୍ୱାଗତ କରିବାପାଇଁ ୨୦-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Posted by - December 26, 2021 0
ସମ୍ବଲପୁର::(ରମାକାନ୍ତ ବିଶ୍ବାଳ) ରେଙ୍ଗାଲିରେ ନବ ବର୍ଷକୁ ସ୍ୱାଗତ କରିବା ପାଇଁ ପ୍ରତିବର୍ଷଭଳି ଏ ବର୍ଷ ମଧ୍ୟ୍ୟ କୋଭିଡ ନିୟମ ପାଳନ କରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଯାଇଛି…

ସିନ୍ଧେକେଲା ନକଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚତୁର୍ଥ ଦିବସ ଖେଳରେ ରାୟଗଡ଼ା ସେମିଫାଇନାଲରେ

Posted by - November 11, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗିର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ସ୍ଥିତ ପଲ୍ଲୀ ଶ୍ରୀନୋଡାଲ ହାଇସ୍କୁଲ ଖେଳ ପଡ଼ିଆରେ ସ୍ଥାନୀୟ ଡେଜଳିଙ୍ଗ ଷ୍ଟାର କ୍ରିକେଟ କ୍ଲବ ପକ୍ଷରୁ ଗତ ୭…

ଅନ୍ତର୍ଜାତୀୟ ହକି ଟ୍ରଫି କପ୍ କୁ ସ୍ବାଗତ ସମ୍ବର୍ଦ୍ଧନା

Posted by - December 31, 2022 0
ରାୟଗଡା :(ରମାକାନ୍ତ ପୋଢାଳ )ରାୟଗଡା ସହରକୁ ଟ୍ରଫି କପ୍ ଆସି ପହଞ୍ଚିଲା ରାୟଗଡା ସହରବାସି ଏବଂ ବିଦ୍ୟାଳୟ ମହାବିଦ୍ୟାଳୟ ,ଏନ ସି ସି ଛାତ୍ର ଓ ଛାତ୍ରୀ…