ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ପୁରୁଷ ହକୀ ବିଶ୍ୱକପ ପାଇଁ ଏବେ ସାରା ଓଡିଶା ରେ ଉତ୍ସବର ମାହୋଲ ଚାଲିଛି । ସେହିପରି ଭାବରେ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ଇନଡୋର ଷ୍ଟାଡିୟମ ଠାରେ ଧାନ କୁଣ୍ଡାରେ ଏକ ବିଶାଳ ହକୀ ବିଶ୍ୱକପର ଆକୃତି କରିଛନ୍ତି ବିଶ୍ୱବିଖ୍ୟାତ ବାଲୁକା ଶୀଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପ୍ରଥମ ଥର ପାଇଁ ସାରା ବିଶ୍ୱରେ ଏହି ପରି ଧାନ କୁଣ୍ଡାକୁ ନେଇ ତିଆରି କରିଛନ୍ତି ହକୀ ବିଶ୍ୱକପର ଆକୃତୀ ।
ବିଶ୍ୱକପ ଆରମ୍ଭର ବିଗୁଲ ବାଜିଯାଇଥିବା ବେଳେ ସାରା ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଚାଳିଛି ଉତ୍ସବର ମାହୋଲ । ସୁବର୍ଣ୍ଣପୁର କୁ ଆସି ଏହି ଉତ୍ସାହ କୁ ଦ୍ୱୀଗୁଣୀତ କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏହି କଳକୃତି ୪ହଜାର ୬ଶହ ୮୨ ସ୍କେରମିଟର ଜାଗାରେ ୧୦୦ ବସ୍ତା ଧାନ କୁଣ୍ଡାରେ ତିଆରି କରିଛନ୍ତି ପଟ୍ଟନାୟକଙ୍କ ଟିମ ।
ଏହି କଳାକୃତିକୁ ବିଶ୍ୱ ରେକଡରେ ସ୍ଥାନ ଦେବା ପଇଁ ଚେଷ୍ଟା କରାଯିବ ବୋଲି କହିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ସୁବର୍ଣ୍ଣପୁର ଜିଲ୍ଲାପାଳ ଆବୋଲୀ ସୁନିଲ ନରୱାଣେ ଓ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଫିତାକଟି ଏହକୁ ଉଦଘାଟନ କରିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା କୁ ଓଡିଶାର ଭାତହାଣ୍ଡି କୁହାଯାଉଥିବାରୁ ଏଠାରେ ଧାନ କୁଣ୍ଡାରେ ଏହି କଳାକୃତି କରି ସାରା ବିଶ୍ୱକୁ ବାର୍ତ୍ତା ଦେଇଛନ୍ତି ବୋଲି କହିଛନ୍ତି ଜିଲ୍ଲାପାଳ ।