ରାୟଗଡ଼ା:(ରମାକାନ୍ତ ପୋଢାଳ )ଆଜିର ଯୁଗର ଲୋକେ ନିଜ ମାଟି ବିଲ କ୍ଷେତରୁ ଦୂରେଇ ଯାଇ ଯାକ ଜମକର ଜୀବନ ଅତିବାହିତ କରୁଥିବା ବେଳେ ଜଣେ ବରିଷ୍ଟ ସାମ୍ବାଦିକ ଦୀର୍ଘ 28 ବର୍ଷ ସାମ୍ବାଦିକ କରିବାପରେ ଚାଷକୁ ମନ ବଳେଇବା ଘଟଣା ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ରେ କାର୍ଯ୍ୟରତ ବରିଷ୍ଟ ସାମ୍ବାଦିକ ତଥା ସମାଜସେବୀ ଭେଙ୍କେଟେଶ୍ଵର୍ ପାଢ଼ୀ। ଚାଷକୁ ନିଶାକରି ଦଶରୁ ପନ୍ଦର ପରିବାରକୁ ଦୈନିକ ରୋଜଗାର ଯୋଗାଇବା ସାଧାରଣ କଥା ନୁହେଁ।ଏମିତି ଜଣେ ବ୍ୟକ୍ତି 28 ବର୍ଷ ସାମ୍ବାଦିକତା କରି ବୈଜ୍ଞାନିକ ପଦ୍ଧତିରେ ପନି ପରିବା ଚାଷ କରି ଅଞ୍ଚଳରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଛନ୍ତି
ସେ ସାମ୍ବାଦିକତାରେ ଜଣେ ବ୍ୟକ୍ତି ପରିଚୟ ପାଇବା ନିଶ୍ଚିତ କିନ୍ତୁ ବର୍ତ୍ତମାନ ସମାଜରେ ଭଲକରି ଚଳିବା ସହ ପରିବାର ପୋଷିବା କଷ୍ଟକର ବ୍ୟାପାର ତେଣୁ ନିଜର ଆଠ ଏକର ପଡିଆ ଜମିରେ ଭଳିକି ଭଳି ଫସଲ ଅମଳ କରି ନିଜର ଭିନ୍ନ ଏକ ପରିଚୟ ସୃଷ୍ଟି କରି ପାରିଛନ୍ତି । ଏହି ଜମିରେ ଟମାଟ, କୋବି, ବାଇଗଣ, ଲଙ୍କା ଓ ଅନ୍ୟାନ୍ୟ ଫସଲ କରି ଦୈନିକ ଦଶରୁ ପନ୍ଦର ପରିବାରକୁ କାର୍ଯ୍ୟ ଯୋଗଇ ସେମାନଙ୍କ ପରିବାର ଚଳାଇ ବେଶ୍ ଆନନ୍ଦରେ ଚଳି ଆସୁଛନ୍ତି
ଏହି କ୍ଷେତରେ କାମ କରୁଥିବା ଲୋକମାନେ ଗତ ଦୁଇ ବର୍ଷ ପୂର୍ବେ ରାଜ୍ୟ ବାହାରକୁ ଯାଇ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ କିନ୍ତୁ ଏହି ପରିବା ବଗିଚାରେ କାମ କରି ନିଜନିଜ ଗୁଜୁରାଣ ମେଣ୍ଟେଇ ପାରୁଛନ୍ତି ଆଉ ଏଠିକାର ପରିବା ରାଜ୍ୟ ଓ ରାଜ୍ୟ ବାହାରକୁ ବିକ୍ରି ପାଇଁ ବେପାରୀ ମାନେ ଆସି ନେଇଥାନ୍ତି ନିଜର ଉଦ୍ୟମରେ ଅନ୍ୟ ଙ୍କ ପାଇଁ ପ୍ରେରଣା ପାଲଟି ଥିବା ବେଳେ ରାଜ୍ୟ ସରକାର ପରିବା ଚାଷୀଙ୍କ ପାଇଁ ମଣ୍ଡି ଓ ଶୀତଳ ଭଣ୍ଡାର ବ୍ୟବସ୍ଥା ହେଲେ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ମନେ ଚାକିରୀ ନପାଇ ହତାଶ ନହୋଇ ଆତ୍ମନିର୍ଭରଶୀଳ ହୋଇ ପାରିବେ ବୋଲି ସେ କହିଛନ୍ତି।