ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ତେନ୍ତୁଳିଖୋଲ ଗ୍ରାମ ର ଯୁବ ସମାଜ ସେବୀ ନୀତେଇ ଭୋଇ ନବ ବର୍ଷ ରେ ନିଜର ଦେହ ଦାନ କରିବା ସକାଶେ ଆବେଦନ କରିଛନ୍ତି l ଦେହ ଦାନ ଏକ ସ୍ବତନ୍ତ୍ର ତଥା ମହତ୍ ଦାନ ଯାହା କୁ କରିବା ସକାଶେ ଆମ ଦେଶରେ କମ୍ ଲୋକ ଆଗକୁ ଆସିଥାନ୍ତି। ଦେହର ସ୍ଵାଭାବିକ ମୃତ ହେବା ପରେ ପାର୍ଥିବ ଶରୀରକୁ ନିଜର ଧର୍ମ ଅନୁସାରେ ଦାହ ଅଥବା ଅନ୍ତେଷ୍ଟି କ୍ରିୟା କରାଯାଏ ମାତ୍ର ଶରୀର ଦାନ ଅଥବା ଅଙ୍ଗ ଦାନ କରିବା ଦ୍ୱାରା ସେହି ଅଙ୍ଗକୁ ଅଥବା ଶରୀରକୁ ଗବେଷଣା କରିବା ଓ ଅଙ୍ଗ ପ୍ରତିରୋପଣ କରି ଅନ୍ୟ ଲୋକଂକ ଜୀବନ ରକ୍ଷା କରାଯାଏ ପାରିବ ବୋଲି ଜିଲ୍ଲା ଅଙ୍ଗ ଦାନ ତଥା ଶରୀର ଦାନ ପ୍ରବର୍ତ୍ତକ ମନୋଜ୍ ପଣ୍ଡା କହିଛନ୍ତି ।
ଦରଖାସ୍ତ ମାଧ୍ୟମ ରେ ଭୀମ ଭୋଇ ମେଡିକାଲ କଲେଜ ବଲାଙ୍ଗିର କୁ ପ୍ରଥମେ ଆବେଦନ ପତ୍ରରେ ନିଜର ଆବେଦନ କରାଯାଉଛି ଓ ତାହାର ପ୍ରକ୍ରିୟାକୁ ଆରମ୍ଭ କରାଯାଇଛି । ଏହି ମହତ୍ କାର୍ଯ୍ୟ କୁ ଜିଲ୍ଲା ରକ୍ତ ଦାତା ସେବା ସଂଘ ସୁବର୍ଣ୍ଣପୁର ତରଫରୁ ନିତେଈ କୁ ସ୍ଵତନ୍ତ୍ର ସମ୍ମାନ ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଆଗାମୀ ଦିନରେ ନିତେଇ ଙ୍କ ବଦାନ୍ୟତା ଅନ୍ୟ କୋକଙ୍କୁ ପ୍ରେରଣା ପ୍ରଦାନ କରିବ। ଏହି ବିଶେଷ କାର୍ଯ୍ୟକ୍ରମ ରେ ଆଞ୍ଚଳିକ ରକ୍ତ ଦାତା ସେବା ସଂଘ ସଭାପତି ଯାଦବ ପ୍ରଧାନ, ନରେଶ ମିସ୍ତ୍ରୀ ଓ ରୂପକ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।