ତାଲପଦର ଛକ ନିକଟରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା : ଦୁଇ ଯୁବକ ମୃତ

99 0

ଭବାନୀପାଟଣା 🙁 ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା କଲମପୁର -ଜୁନାଗଡ଼ ପୂର୍ତ୍ତବିଭାଗ ମୁଖ୍ୟ ରାସ୍ତାର ତାଲପଦର ଛକ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା l ଫଳରେ ଘଟଣା ସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟି ଥିବାବେଳେ ଅନ୍ୟ ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା l ଡାକ୍ତର ଶିବାଶିଷ ସ୍ୱାଇଁ ଉକ୍ତ ଯୁବକଙ୍କୁ ମୃତ ଘୋଷଣା କରିଥିଲେ l ମୃତ ଯୁବକ ଦ୍ବୟ କଲମପୁର ବ୍ଲକର ଇଚ୍ଛାପୁର ଗ୍ରାମର ଟିକେ ପାତ୍ର ଏବଂ ଦୁତିବାମନ ପୂଝରୀ ବୋଲି ସୂଚନା ମିଳିଛି l କଲମପୁର ପୋଲିସ ପହଂଚି ତଦନ୍ତ ଜାରି ରଖିଛି l

Related Post

ବୃନ୍ଦାବନ ଗ୍ରାମସ୍ଥିତ ପର୍ଯ୍ୟବେକ୍ଷଣ ଗୃହ ଓ ନିରୀକ୍ଷଣ ଗୃହ ପରିଦର୍ଶନ

Posted by - September 18, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ) ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟ ରଞ୍ଜନ ସାହୁ ବୃନ୍ଦାବନ ଗ୍ରାମସ୍ଥିତ ପର୍ଯ୍ୟବେକ୍ଷଣ ଗୃହ ଓ ନିରୀକ୍ଷଣ ଗୃହ ପରିଦର୍ଶନ କରିଥିଲେ । ତାଙ୍କ…

ଭୈରଵୀ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

Posted by - July 12, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ): ହରଭଙ୍ଗା ବ୍ଲକ ପୁରୁଣାକଟକ ଠାରେ ହେବାକୁ ଥିବା ଦ୍ୱିତୀୟ ଭୈରବୀ ମହୋତ୍ସବ ପାଇଁ ପୁରୁଣାକଟକ ସ୍ଥିତ ଲଷ୍ମୀନାରାୟଣ ମନ୍ଦିର ଠାରେ ଏକ ପ୍ରସ୍ତୁତି…

ସ୍ୱର୍ଗତ ବିଦ୍ଯାଧର ଧନୁଆର୍ ଙ୍କୁ ଶ୍ରଦ୍ଧାଂଜଳି

Posted by - October 8, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ )ସ୍ଥାନୀୟ ବୁଢ଼ାରଜା ବନ ସଂରକ୍ଷଣ ସମିତି ପକ୍ଷରୁ ସମିତିର ବରିଷ୍ଠ ସଭ୍ଯ, ପ୍ରକ୍ରୁତି ପ୍ରେମୀ, ସମ୍ୱଲପୁର ଜିଲ୍ଲା ଆଦିବାସୀ ସମାଜ ସଂଗଠନର ପୂର୍ବତନ ସଭାପତି…