ବୌଦ୍ଧରେ ଜାତୀୟ ଖାଉଟି ଦିବସ ପାଳିତ

39 0

ବୌଦ୍ଧ୨୪ା୧୨ :(ଚିତ୍ତରଞ୍ଜନ ସିଂ) ବୌଦ୍ଧ ଟାଉନହଲ ପରିସରରେ ଜିଲାପ୍ରଶାସନ ପକ୍ଷରୁ ଜାତୀୟ ଖାଉଟି ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ପରିଷଦର ସଭାପତି ପ୍ରଭାସିନୀ ଦାସ ଯୋଗଦେଇ ଖାଉଟି ଅଧିକାର ଓ ଖାଉଟି ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟତମ ଅତିଥି ଭାବରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ଏନଏସି ଅଧ୍ୟକ୍ଷ ମୁତ୍ୟୁଞ୍ଜୟ ମିଶ୍ର,ଉପାଧ୍ୟକ୍ଷା ସୁଭାଷିନୀ ସେଠୀ ଓ ଖାଉଟି ନିଦାନ ମଞ୍ଚର ପ୍ରତିନିଧି ପ୍ରଦିପ କୁମାର ନାୟକ ପ୍ରମୁଖ ଯୋଗଦେଇ ଖାଉଟି ସୁରକ୍ଷା ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।

ସଚେତନ ଖାଉଟି ହିଁ ସୁରକ୍ଷିତ ଖାଉଟି ବୋଲି ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଓଜନ ଓ ମାପ ନିରୀକ୍ଷିକା ସାଗରୀକା ସାବତ,ଡ୍ରଗ ଇନିସପେକ୍ଟର ସନ୍ତୋଷ କୁମାର ପ୍ରଧାନ ଓ ଖାଦ୍ୟ ସୁରକ୍ଷା ଅଧିକାରୀ ଧରଣୀଧର ନାୟକ ଯୋଗଦେଇ ଖାଉଟିମାନେ ନିଜର ଅଧିକାର ପାଇଁ ରହିଥିବା ଆଇନଗତ ଦିଗ ଉପରେ ଆଲୋଚନା କରିଥିଲେ । ଅଧ୍ୟାପକ ପ୍ରବୀର କୁମାର ଦାସ ମଞ୍ଚ ପରିଚାଳନା କରିଥିବାବେଳେ ମାପ ବିଜ୍ଞାନ ଉପ ନିୟନ୍ତ୍ରକ ରଞ୍ଜନ ରଶ୍ମି ପରିଡା ଧନ୍ୟବାଦ ପ୍ରଦାନ କରିଥିଲେ ।

Related Post

୨୩ ତାରିଖରୁ ଯାଜପୁର ବାଳାଶ୍ରମ ପଡିଆ ରେ ରାଜ୍ୟସ୍ତରୀୟ ପୁସ୍ତକ ମେଳା

Posted by - December 21, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଆସନ୍ତା ୨୩ ତାରିଖରୁ ଯାଜପୁର ବାଳାଶ୍ରମ ପଡିଆ ରେ ଆରମ୍ଭ ହେବାକୁ ଯାଉଛି ରାଜ୍ୟସ୍ତରୀୟ ପୁସ୍ତକ ମେଳା । ଯାଜପୁର ଜିଲା ପ୍ରଶାସନ, ଓଡ଼ିଆ…

ମୂଲ୍ୟବାନ ସରକାରୀ ଜମି ଚାଲିଯାଉଛି ପ୍ରଭାବଶାଳୀ ଲୋକଙ୍କ ହାତକୁ

Posted by - November 11, 2021 0
ମାଲକାନଗିରି:(ଅବଦୁଲ ଗନି) ମାଲକାନଗିରି ଜିଲ୍ଲା ସଦର ମହକୁମାର ମୂଲ୍ୟବାନ ଏକର ଏକର ସରକାରୀ ଜମି ମୁଷ୍ଟିମେୟ ପ୍ରଭାବଶାଳୀ ଲୋକଙ୍କ ହାତକୁ ଚାଲିଯାଉଛି। ଜନୈକ ଭୁ ମାଫିଆ ସ୍ୱତନ୍ତ୍ର…

ବିରାଟ ଅଜଗର ଉଦ୍ଧାର

Posted by - December 26, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ସହରର ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟ ନିକଟରୁ ଆଜି ଏକ ଅଜଗର ସାପକୁ ଉଦ୍ଧାର କରାଯାଇଛି ।ବିଦ୍ୟାଳୟ ନିକଟରେ ଗୋଟିଏ ଘର ତିଆରି…

ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନର ଗିରି ଗୋବର୍ଦ୍ଧନ ପୂଜା ,ବୁଲି ଦେଖିଲେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ

Posted by - October 28, 2022 0
ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ବୁଧବାର ଦିନ ଗିରିଗୋବର୍ଦ୍ଧନ ପୂଜା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି। ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ସଇନ୍ତଲା…

ବିଧାନସଭା ଆଗରେ ଗଣଧାରଣା ଦେବା ପାଇଁ ଗାଁ ସାଥୀ ଙ୍କ ପ୍ରସ୍ତୁତି ବୈଠକ

Posted by - October 19, 2021 0
ବୌଦ୍ଧ :(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା କଣ୍ଟାମ|ଳ ବ୍ଲକ ଆମ୍ବଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରେ କଣ୍ଟାମ|ଳ ବ୍ଲକ ଗାଁସାଥି ସଙ୍ଘର ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ…