ସୁବର୍ଣ୍ଣପୁର :(ଅଜିତ କୁମାର ପୁଜାହାରୀ) ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ତଥା ନିର୍ବାଚନ ପର୍ଯ୍ୟବେକ୍ଷକ ଡ଼ଃ ସୁରେଶ ଚନ୍ଦ୍ର ଦଳେଇ, ଭା. ପ୍ର. ସେ.ଆଜି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ରେ ଆସି ଜିଲ୍ଲାର ନିର୍ବାଚନ ସମ୍ୱନ୍ଧୀୟ ୧୭ ବର୍ଷରୁ ଉର୍ଦ୍ଧ ବୟସ୍କଙ୍କ ନୂତନ ଭୋଟର ପଞ୍ଜିକରଣ କାର୍ଯ୍ୟକ୍ରମ ଅଗ୍ରଗତି ର ସମୀକ୍ଷା କରିଛନ୍ତି l ଜିଲ୍ଲାପାଳ ସୁବର୍ଣ୍ଣପୁର ଙ୍କ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ରାଜସ୍ବ ଆୟୁକ୍ତ ତଥା ନିର୍ବାଚନ ପର୍ଯ୍ୟବେକ୍ଷକ ଡ଼ଃ ଦଳେଇ ଜିଲ୍ଲାର ନୂତନ ଭୋଟର ପଞ୍ଜିକରଣ ର ସ୍ଥିତି,ଅଗ୍ରଗତି ଓ ଆଧାର ସଂଯୋଗୀ କରଣ ସହ ମୃତ ଓ ସ୍ଥାନାନ୍ତର ଭୋଟର ଙ୍କୁ ତାଲିକାରୁ ବାଦ କରିବା ଉପରେ ବିଶେଷ ଆଲୋଚନା କରି ଜିଲ୍ଲାର ନୂତନ ଭୋଟର ପଞ୍ଜିକରଣ କୁ ଶତ ପ୍ରତିଶତ ସଫଳ କରିବାକୁ ପରାମର୍ଶ ଦେଇଛନ୍ତି l
ରାଜସ୍ବ ଆୟୁକ୍ତ ଙ୍କ ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲି ସୁନୀଲ ନରୱଣେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ଦାଶ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନିଶି ପୁନମ ମିଞ୍ଜ, ଉପଜିଲ୍ଲାପାଳ ବୀରମହାରାଜପୁର ଶ୍ରୀ ଅଶୋକ ଭୋଇ, ଡେପୁଟି କଲେକ୍ଟର ଶ୍ରୀମତୀ ଯଶସ୍ୱିନୀ ପୃଥାଲ, ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ