ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ସହରର ତେନ୍ତୁଳିମାଳସ୍ଥିତ ରକ୍ଷାକାଳୀ ମନ୍ଦୀରର ବାର୍ଷିକ ପୂଜା ଆରମ୍ଭ ହୋଇଯାଇଛି । ଏହି ପୂଜା ପାରମ୍ପରିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଥିବା ବେଳେ ଆଖ ପାଖ ଅଞ୍ଚଳର ଶ୍ରଦ୍ଧାଳୁଙ୍କ ବେଶ ସମାଗମ ହୋଇଥିଲା।
ଦୀର୍ଘ୨ ବର୍ଷପରେ ଚଳିତ ବର୍ଷ ପୂଜାକୁ ମହାଆଡମ୍ବର ଭାବେ ପାଳନ କରାଯାଉଛି । ପୂଜା କମିଟି ପକ୍ଷରୁ ଅଜୟ ପାତ୍ର, ନୃଶିଙ୍ଘ ଚରଣ ରାଉତ ପ୍ରମୁଖ ଉପସ୍ଥିତ ରହି ପୂଜା ଉତ୍ସବ କୁ ପରିଚାଳନା କରିଥିଲେ। ଏହି ପୂଜା ଦେଖିବାକୁ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଙ୍କ ଭିଡ ଜମିଥିଲା ।