ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଯୁକ୍ତଦୁଇ ଧର୍ମଶାଳା ମହାବିଦ୍ୟାଳୟ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇ ଯାଇଅଛି । ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ବାର୍ଷିକ କ୍ରୀଡ଼ା ଉତ୍ସବରେ ମହା ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଗୋପାଳ ମିଶ୍ର ଅଧ୍ୟକ୍ଷତା କରିଥିଲେ । ଅନୁଷ୍ଠାନର କ୍ରୀଡ଼ା ଶିକ୍ଷକ ଗୋବିନ୍ଦ ପ୍ରଧାନଙ୍କ ତତ୍ବାବଧାନରେ ସଭାକାର୍ଯ୍ୟ ଓ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ସ୍ଥାନୀୟ ସରପଂଚ ଶ୍ରୀଯୁକ୍ତ କେସନ ଜଗଦଲା ମୁଖ୍ୟଅତିଥି ଭାବରେ ଯୋଗଦେଇ ପତାକା ଅବତରଣ କରି କୃତି ପ୍ରତିଯୋଗୀମାନଂକୁ ପୁରସ୍କାର ପ୍ରଦାନ କରିଥିଲେ । ଏହି ଉତ୍ସବରେ ପ୍ରାଧ୍ୟାପକ ଡକ୍ଟର ପୁରୁଷୋତ୍ତମ ମିଶ୍ର ,ପ୍ରାଧ୍ୟାପକ ଶ୍ରୀ ସୌମିତ୍ରି ପ୍ରଧାନ ,ପ୍ରାଧ୍ୟାପକ ଶ୍ରୀ ପ୍ରତୁଳ କୁମାର ତ୍ରିପାଠୀ , ବରିଷ୍ଠ ଅଧ୍ୟାପକ ଶ୍ରୀ ପ୍ରଫୁଲ୍ଲ କୁମାର ପାତ୍ର ଅତିଥି ଭାବରେ ଯୋଗଦେଇ ଦେଇଥିଲେ । ଗଦାଧର ପ୍ରଧାନ ,ବିଭୀଷଣ ପ୍ରଧାନ ଓ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀମାନେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ପ୍ରଦାନ କରିଥିଲେ ।