ଲଡୁଗାଁରେ ଦିବ୍ୟାଙ୍ଗ ସଚେତନତା ସମାବେଶ ଅନୁଷ୍ଠିତ, ଶୀତବସ୍ତ୍ର ବଣ୍ଟନ

41 0

ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ )କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ଠାରେ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ଓ ରେଡ଼କ୍ରସର ମିଳିତ ଆନୁକୂଲ୍ୟରେ ଲଡୁଗାଁ ହାୟର ସେକେଣ୍ଡରି ସ୍କୁଲ ପରିସରରେ ସୋମବାର ଦିବ୍ୟାଙ୍ଗ ସଚେତନତା ସମାବେଶ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଛାତ୍ରୀଙ୍କ ସ୍ୱାଗତ ସଙ୍ଗୀତ ସହ ଅଧ୍ୟକ୍ଷ ଡ଼. ନିହାର କାନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ବରିଷ୍ଠ ସମାଜସେବୀ ଶାରଳା ପ୍ରସାଦ ପାଢ଼ୀ ସମାବେଶକୁ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସମାଜସେବୀ ଦୁର୍ଗା ପ୍ରସାଦ ଅଗ୍ରୱାଲ, ରାଧେଶ୍ୟାମ ଶର୍ମା, କମଳ ଅଗ୍ରୱାଲ, ଅଶୋକ ଅଗ୍ରୱାଲ , ଶିକ୍ଷାବିତ୍ ବସନ୍ତ କୁମାର ନାଏକ, ସଞ୍ଜୀବ କୁମାର ଠାକୁର ପ୍ରମୁଖ ଉପସ୍ଥିତ ରହି ଗ୍ରାମାଞ୍ଚଳରେ ଏପରି ଜନ ହିତକର କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସିତ କରିଥିଲେ।

ଲଡୁଗାଁ ପଞ୍ଚାୟତର ଆଇଁଲି, ସୁପାଡ଼, ଘନାଗୁଡା, ମୁଟୁରାବାହିଲି, ସୁନାମାଲ ଓ ପିତବାସପୁର ଅଞ୍ଚଳର ଦିବ୍ୟାଙ୍ଗ ମାନେ ଅଂଶଗ୍ରହଣ କରିଥିଲେ। ପ୍ରଫେସର ଭୁବନେଶ୍ୱର ମେମୋରିଆଲ ସଙ୍ଗଠନର ସମ୍ପାଦକ ଅଭିନାଶ ମୁଣ୍ଡ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ମତ ଦେଇଥିଲେ। କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଦିବ୍ୟାଙ୍ଗ ମାନଙ୍କୁ ସଙ୍ଗଠନ ପକ୍ଷରୁ ଶୀତବସ୍ତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଅଧ୍ୟାପକ ହେମନ୍ତ ସେନାପତି, କଲ୍ୟାଣି ମହାନ୍ତି, ପ୍ରେମାନନ୍ଦ ସାହା, ବିରେନ୍ଦ୍ର ନାରାୟଣ ଦାସ, ଭାରତ ଠାକୁର, ପ୍ରଶାନ୍ତ କୁମାର ଯୋଷୀ ସକ୍ରିୟ ସହଯୋଗ କରିଥିଲେ। ରେଡ଼କ୍ରସ ୟୁନିଟ ଉଚ୍ଚ ମାଧ୍ୟମିକ ସ୍କୁଲର ଛାତ୍ରଛାତ୍ରୀ ମାନେ ଶୀତବସ୍ତ୍ର ବଣ୍ଟନରେ ସହଯୋଗ କରିଥିଲେ। ୟୁଥ ରେଡ଼କ୍ରସ ପରାମର୍ଶ ଦାତା ଅଧ୍ୟାପକ ସଂଜୟ ପୁରୋହିତ ମଞ୍ଚ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Related Post

ଜନ୍ମଦିନ ପାଳନ ବଦଳରେ କରୋନା ପାଣ୍ଠିକୁ ଦାନ

Posted by - April 18, 2020 0
ଭୁବନେଶ୍ୱର:ତା ୧୮/୪ : ଯାଜପୁର ସହରସ୍ଥିତ କୋଦଣ୍ଡପୁର ଗ୍ରାମ ନିବାସୀ ସୂର୍ଯ୍ୟ ପ୍ରକାଶ ନାୟକ ଓ ସରସ୍ୱତୀ ଧଳଙ୍କର ସନ୍ ପବ୍ଲିକ ସ୍କୁଲର ଏଲ୍‌.କେଜିରେ ପଢ଼ୁଥିବା ଝିଅ…

ଲୋକ ସେବକ ମଣ୍ତଳ ଓ ସମାଜ ରିଲିଫ କମିଟି ସମ୍ୱଲପୁର ଜୋନ୍ ପକ୍ଷରୁ ବନ୍ଯା ପ୍ରଭାବିତ

Posted by - August 18, 2022 0
ସମ୍ୱଲପୁର: 18/08(ରମାକାନ୍ତ ବିଶ୍ବାଳ)ସମ୍ପ୍ରତି ଲଗାଣ ପ୍ରବଳ ବର୍ଷା ତଥା ହୀରାକୁଦ ବନ୍ଧ ର ପଛୁଆ ଜଳ ବ୍ରୁଦ୍ଧି ଯୋଗୁଁ ଅବିଭକ୍ତ ସମ୍ୱଲପୁର ଜିଲ୍ଲା, ବର୍ତ୍ତମାନର ବରଗଡ଼ ଜିଲ୍ଲା…

ଆସୁଛି ପାର୍ବଣ,ନଦୀ ପଠା ରେ ହସୁଛି କାସତଣ୍ଡି

Posted by - September 22, 2021 0
ବୌଦ୍ଧ(ଚିତ୍ତରଞ୍ଜନ ସିଂ) ପ୍ରକୃତିର ଏକ ବିଚିତ୍ର ସୃଷ୍ଟି।ପାର୍ବଣକୁ ସ୍ୱାଗତ କରିବାପାଇଁ ସଜେଇହେଲାଣି ପ୍ରକୃତିରାଣୀ।ଆଉ ଦିନ କେଇଟାପରେ ଆରମ୍ଭହେବ ଶାରଦୀୟ ଦୁର୍ଗାପୂଜା ।ମାଙ୍କ ଆଗମନରେ ପୁଲକିତ ଧରାଣୀରାଣୀ।ଶସ୍ୟଶ୍ୟାମଳା ଧରଣୀର…

ଦବିଲା ୨୦ ନଂ ଜାତୀୟ ରାଜପଥ : ଆରଡି-ଯାଜପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ,ମଣିବାବାଙ୍କ ଦର୍ଶନ ନପାଇ ଫେରିଗଲେ ପର୍ଯ୍ୟଟକ, ବାହ୍ୟଜଗତରୁ ବିଚ୍ଛିନ୍ନ ହେବ ବୋଡକ ଗାଁ!, ପାଠପଢାରୁ ବଞ୍ଚିତ ଶତାଧିକ ଛାତ୍ରଛାତ୍ରୀ

Posted by - December 6, 2018 2
ଆରଡି : ଭଦ୍ରକ ଜିଲାର ଆରଡ଼ିପୀଠ ଦେଇ ଯାଇଥିବା କୁଆଖିଆ-ସାତଭାୟା ୨୦ ନଂ ଜାତୀୟ ରାଜପଥର ପ୍ରାୟ ୭୦/୮୦ ଫୁଟ୍‌ ରାସ୍ତା ଓଳଗ ନିକଟସ୍ଥ ବୋଡ଼କ ଠାରେ…

ଜାତୀୟ ଏକତା ଦିବସ ରେ ରକ୍ତଦାନ ଶିବିର

Posted by - November 1, 2021 0
ବଙ୍ଗୋମୁଣ୍ଡା – ୩୧/୧୦ (ଅଭିମନ୍ୟୁ ବହିଦାର)ବଲାଙ୍ଗିର ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ପଞ୍ଚାୟତ ଭାଗବତ ମଣ୍ଡପ ପ୍ରାଣଙ୍ଗରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ‘ସମ୍ବାଦ ଆମ ଓଡ଼ିଶା…