ବୌଦ୍ଧ: (ଚିତ୍ତରଞ୍ଜନ ସିଂ )ଗତକାଲି ଅପରାହ୍ନରେ ସଂଯୋଜକ ତଥା ଉପଜିଲ୍ଲାପାଳ, ବୌଦ୍ଧ ରବୀନ୍ଦ୍ରନାଥ କହଁର ଙ୍କ ଅଧକ୍ଷତା ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସ୍ମରଣିକା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି l ବୌଦ୍ଧ ମହୋତ୍ସବ ଅବସରରେ ପ୍ରକାଶ ପାଇବାକୁ ଥିବା ସ୍ମରଣିକା ର ନାମ କରଣ ପାଇଁ ଆଜି ଠାରୁ ନାମ ଆହ୍ୱାନ କରାଯାଉଛି l ଆସନ୍ତା 22 ତାରିଖ ସୁଦ୍ଧା DIPRO ଙ୍କ mail id -dipro.boudh@gmail.com ଏବଂ whatsapp ନମ୍ବର 9938048500 ରେ ନାମ ପ୍ରସ୍ତାବ ଦେବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି l ସ୍ମରଣିକା ପାଇଁ ଲେଖା, ସଫଳ କାହାଣୀ ଡ଼ିସେମ୍ବର 25 ଯାଏଁ ସମସ୍ତ ସରକାରୀ କାର୍ଯ୍ୟା ଳୟ ଠାରୁ ଆହ୍ୱାନ କରାଯାଇଛି l ଲେଖା ସର୍ବାଧିକ 1000 ରୁ 1200 ଶବ୍ଦ କିମ୍ବା ସର୍ବାଧିକ ତିନି ପୃଷ୍ଠା ବିଶିଷ୍ଟ ଲେଖା ରହିବ l
ଲେଖା ଗୁଡିକ ସଫ୍ଟ copy ଏବଂ ହାର୍ଡ କପି ଆକାରରେ DIPRO ଅଫିସ ରେ ଗ୍ରହଣ କରାଯିବ l ଲେଖା ଗୁଡିକ ଗବେଷଣାତ୍ମକ ପ୍ରବନ୍ଧ, ବୌଦ୍ଧ ଜିଲ୍ଲା ର ସାହିତ୍ୟ, କଳା, ସଂସ୍କୃତି, ଐତିହ, ଜୀବନଚର୍ଜା, ଐତିହାସିକ ପୃଷ୍ଠ ଭୂମି ଥିବା ସମୀକ୍ଷା ଭିତ୍ତିକ ହୋଇଥିବା ଆବଶ୍ୟକ l ସରକାରୀ ବିଭାଗ ର ସଫଳ କାହାଣୀ ଉପରେ ଆଧାରିତ ଲେଖା, ଫଟୋ, ବିଜ୍ଞାପନ, ବାର୍ତ୍ତା, ବିବାଦୀୟ ଲେଖl କିମ୍ବା ପୂର୍ବରୁ ପ୍ରକାଶିତ ଲେଖା ଗ୍ରହଣୀୟ ନ ହେବl, ସ୍ମରଣିକା ସମ୍ୱନ୍ଧ ରେ ପ୍ରଶାସନ ପକ୍ଷ ରୁ ଗୌରୀ ଶଙ୍କର ପଣ୍ଡା ଏବଂ ଦେବବ୍ରତ ପାଣିଗ୍ରାହୀ ଙ୍କୁ ଦାୟିତ୍ୱ ଦିଆଯିବା ଇତ୍ୟାଦି ବିଷୟରେ ବୈଠକରେ ଆଲୋଚନା କରାଯାଇଥିଲା l
ପରବର୍ତ୍ତୀ ବୈଠକ ଆସନ୍ତା 22ତାରିଖ ରେ ରଖାଯିବା ସହିତ ସମସ୍ତ ସଭ୍ୟ ବୈଠକ ରେ ଯୋଗଦାନ କରିବା ପାଇଁ ଉପ ଜ଼ିଲ୍ଲାପାଳ ଅନୁରୋଧ କରିବା ସହ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ l ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ରିତାକାନ୍ତି ବଳିୟାର ସିଂହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଆବାହକ ତଥା ଏଡିଟର ହୀରାଞ୍ଚଳ ଯୁଗଲ କିଶୋର ସାମଲ, ସାହିତ୍ୟିକ ଶ୍ରୀ ରମେଶ ପ୍ରଶାଦ ମେହେର, ସାହିତ୍ୟିକ ନୀଳଲୋହିତ ମହାପାତ୍ର, ଶିକ୍ଷକ ଶ୍ରୀ ସୁଶାନ୍ତ କୁମାର ମହାପାତ୍ର, ଗୌରୀଶଙ୍କର ପଣ୍ଡା, ଦେବବ୍ରତ ପାଣିଗ୍ରାହୀ ଉପସ୍ଥିତ ଥିଲେ l