ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ମାନ୍ୟବର ଉଚ୍ଚ ନ୍ୟାୟାଳୟ ଆନ୍ଦୋଳନକାରୀ ଓକିଲଙ୍କ ଲାଇସେନ୍ସ ରଦ୍ଦ ଆଦେଶକୁ ବିରୋଧ କରି ସୁବର୍ଣ୍ଣପୁର ଜିଲ୍ଲା ଓକିଲ ସଂଘ ସତ୍ୟାଗ୍ରହ ଆନ୍ଦୋଳନ ଆରମ୍ଭ କରିଛି ।ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିକୁ ନେଇ ବହୁ ବର୍ଷ ହେଲା ପଶ୍ଚିମ ଓଡ଼ିଶା ଓକିଲମାନଙ୍କ ତରଫରୁ ଆନ୍ଦୋଳନ ଜାରି ରହିଛି । ଏହି ଦାବି ପାଇଁ ଓକିଲମାନେ ଅନେକ ସମୟରେ କୋର୍ଟ କାର୍ଯ୍ୟରୁ ନିବୃତ ରହିବା ସହିତ କୋର୍ଟ କଚେରୀ ବର୍ଜନ କରିଆସୁଛନ୍ତି ।
ଏହାକୁ ମାନ୍ୟବର ସୁପ୍ରିମ କୋର୍ଟ ନାପସନ୍ଦ କରି ଆନ୍ଦୋଳନ ବନ୍ଦ ନ କଲେ ଲାଇସେନ୍ସ ରଦ୍ଦ ହେବ ବୋଲି ଆଦେଶ ଦେଇଛନ୍ତି ।ସୁପ୍ରିମ କୋର୍ଟର ଏହି ମନମୂଖୀ କାର୍ଯ୍ୟକୁ ବିରୋଧ କରି ଆଜି ସୁବର୍ଣ୍ଣପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ସତ୍ୟାଗ୍ରହ ଆନ୍ଦୋଳନ କରାଯାଇଛି । ଜିଲ୍ଲା କୋର୍ଟ ସମ୍ମୁଖରେ ଓକିଲମାନେ ଧାରଣା ଦେବା ସହିତ ନାରାବାଜୀ କରିଥିଲେ ଏହି ଆନ୍ଦୋଳନ ଦିନ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କରାଯିବା ନେଇ ନିଷ୍ପତ୍ତି ହୋଇଛି ।
ଅନ୍ଦୋଳନରେ ଜିଲ୍ଲା ଓକିଲ ସଂଘର ପଭାପତି ବିଧାନଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ବରେ ସଂଘର ଓକିଲମାନେ ସାମିଲ ହୋଇଥିଲେ । କୋର୍ଟ କାର୍ଯ୍ୟ ବିନା ବାଧାରେ ଆନ୍ଦୋଳନ କରାଯାଉଛି ବୋଲି ଓକିଲ ସଂଘ ପକ୍ଷରୁ କାହାଯାଇଥିବା ବେଳେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏହି ଆଦେଶକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଛନ୍ତି ।