ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଜିବନରେ ବନ୍ଧୁ ମାନଙ୍କ ମହତ୍ତ୍ଵ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ, ସେ ବାଲ୍ୟ ବନ୍ଧୁ ହେଉ କି ବିଦ୍ୟାଳୟ/ ଉଚ୍ଚ ବିଦ୍ୟାଳୟ/ ମହାବିଦ୍ୟାଳୟ , ଜିବନର ପ୍ରତି ପାହାଚରେ ବନ୍ଧୁ ନିଶ୍ଚୟ ହୁଅନ୍ତି, ପାଠ ପଢା ପରେ ବହୁତ କମ୍ ଲୋକ ପାଖରେ ରୁହନ୍ତି, ନଚେତ୍ ପେଟପାଟଣା ପାଇଁ ବନ୍ଧୁ ସବୁ ବିଛିଡ଼ି ଯାଆନ୍ତି, ତାପରେ କେଉଁ ଦିନ ବାଟ ଘାଟରେ କିମ୍ବା ପର୍ଯ୍ୟଟନ ସ୍ଥଳୀ, ବିଭାଘର ମାନଙ୍କୁ ଦେଖା ସାକ୍ଷାତ ହୋଇଥାଏ। ଧିରେ ଧିରେ ସୋସିଆଲ ମିଡ଼ିଆର ସାହାଯ୍ୟ ଓ ସଦୂପଯୋଗ ସ୍ୱରୂପ ମୋବାଇଲ ନମ୍ବର ମାଗି ୱାଟସଏପ ଗ୍ରୁପ କରି ଏବେ ପୁଣି ପୁରୁଣା ବନ୍ଧୁ ଏକ ହୋଇପାରିଛନ୍ତି।
ଏହାର ଉଦାହରଣ ସ୍ୱରୂପ ଠିକ ନୂଆଁ ବର୍ଷ ପାଖାପାଖି ସମସ୍ତେ ଗ୍ରୁପରେ ମତାମତ ଦେଇ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ରବିବାର ୧୯୮୯ ମେଟ୍ରିକ୍ ବ୍ୟାଚର ଛାତ୍ର ମାନେ ମିଶି ଏ ବର୍ଷ ଫେମିଲି ପିକନିକର ଆୟୋଜନ ସ୍ଥାନୀୟ ଖଜୁରପଡ଼ା ନବିନ ଜୈନ ଙ୍କ ଫାର୍ମ ହାଉସ ଠାରେ ଆୟୋଜିତ ହୋଇଥିଲା, ଚଳିତ ବର୍ଷ ପ୍ରଥମ ଥର କରି ସମସ୍ତେ ମିଶି ନିଜ ପରିବାରକୁ ମଧ୍ୟ ସାମିଲ କରିଥିଲେ। ଏହୀ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଟିଟିଲାଗଡ଼, ବଲାଙ୍ଗୀର, ସମ୍ବଲପୁର, ନବରଙ୍ଗପୁର ଏବଂ ଅନ୍ୟ ଜିଲ୍ଳା ମାନଙ୍କରେ ରହୁଥିବା ବନ୍ଧୁ ମାନେ ଆସି ଯୋଗ ଦେଇଥିଲେ। କୋରାପୁଟର ଆର୍କିଷ୍ଟ୍ର।, ମହିଳାଙ୍କ ପାଈଁ ବିଶେଷ ଖେଳ, ଭଲ ପ୍ରଦର୍ଶନ କରିଥିବା ଯୋଡ଼ି ଙ୍କୁ ପୁରସ୍କୃତ କରିବା ସହ ଗୀତର ତାଳେ ତାଳେ ସମସ୍ତେ ଝୁମି ଉଠିଥିଲେ। ଶେଷରେ ବିଭିନ୍ନ କିସମର ବ୍ୟଞ୍ଜନ ସହ ଭୋଜିଭାତର ଆସର୍ ଜମିଥିଲା।
ଉପସ୍ଥିତ ଥିବା ସମସ୍ତ ସଦସ୍ୟ ଯେଉଁ ବନ୍ଧୁ ମାନେ ଏହି ଦୁନିଆରେ ନାହାନ୍ତି ତାଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିବା ପରେ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସମସ୍ତେ ନିଜ ନିଜର ମତ ଦେବା ସହ ଆଗାମୀ ଦିନରେ ଆହୁରି କିପରି ଏହି ବନ୍ଧୁତ୍ୱ ଆଗକୁ ଆହୁରି ମଜବୁତ କରିହେବ ସେ ବିଷୟରେ ଆଲୋଚନା କରିଥିଲେ। ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସଭାପତି ଶମ୍ଭୁ ପ୍ରସାଦ ଗୋୟଲ, ସମ୍ପାଦକ ବସନ୍ତ, ଉପସଭାପତି ସୁରେଶ ସରାଫ, କୋଷାଧ୍ୟକ୍ଷ ସୁଜିତ ନାଗଙ୍କ ସହ ସୁଶାନ୍ତ ପଣ୍ଡା, ଅଶ୍ୱିନୀ ମିଶ୍ର , ଜଗଦିଶ୍ୱର୍ ବେହେରା, ଦୁର୍ଯ୍ୟୋଧନ ସାହୁ, ଜିତେନ୍ଦ୍ର ପଣ୍ଡା, ପ୍ରେମ ଛତ୍ରିଆ, ସୁବାସ ପାଣିଗ୍ରାହୀ, ପପି ଶଙ୍କର ରାଓ, ଖିରସିନ୍ଧୁ ଦର୍ଜି, ଅଶୋକ ଭୋଇ, କ୍ଷୀରୋଦ ଗହିର, ମନୋଜ ବେହେରା, ଘନ ମିଶ୍ର ଏବଂ ଅନ୍ୟାନ୍ୟ ସଦସ୍ୟ ସହଯୋଗ କରିଥିଲେ।