ବୌଦ୍ଧ : (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ମିଳିତ ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ବିଦ୍ୟାଳୟ ସମ୍ମୁଖରେ ନୂତନ ଭାବେ ନିର୍ମିତ ସୁବର୍ଣ୍ଣ ଜୟନ୍ତୀ ତୋରଣ ଉଦଘାଟନ ହୋଇଥିବା ବେଳେ ବିଦ୍ୟାଳୟ ପରିସରରେ ସ୍ଥାପିତ ଅଗ୍ରପୂଜ୍ୟ ଶ୍ରୀ ଗଣେଶ ଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି |ଏହି ଅବସରରେ ଆଜି ସକାଳୁ ଏକ ମଶାଲ ଶୋଭାଯାତ୍ରା ସ୍ଥାନୀୟ ଦୁର୍ଗା ମନ୍ଦିର ରୁ ବାହାରିଥିବାବେଳେ ଏଥିରେ ପୁରାତନ, ବର୍ତ୍ତମାନ ଛାତ୍ରଛାତ୍ରୀ ଓ ପ୍ରଧାନ ଶିକ୍ଷକ ସାମିଲ ହୋଇ ସଂକୀର୍ତ୍ତନ୍ୟ ଓ ଦୂଲଦୁଲି ଦଳ ରେ ଗ୍ରାମ ପରିକ୍ରମା କରି ବିଦ୍ୟାଳୟକୁ ପହଞ୍ଚି ଥିଲେ l
ପରେ ସୁବର୍ଣ୍ଣ ଜୟନ୍ତୀ ତୋରଣ ଉଦଘାଟନୀ ଉତ୍ସବରେ ମୂଖ୍ୟଅତିଥି ଭାବେ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହୀଧର ରଣା, ସମ୍ମାନିତ ଅତିଥି ଭାବେ ବୌଦ୍ଧ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ,ବ୍ଲକ ଅଧ୍ୟକ୍ଷା ସସ୍ମିତା ସେନାପତି, ଜିଲ୍ଲା ପରିଷଦ ସଭ୍ୟା ପଦ୍ମାଳୟା ପ୍ରଧାନ, ପଲଶାଗୋରା ସରପଞ୍ଚ ସୁଶ୍ରୀ ସୌଦାମିନୀ ମଲିକ,ନାଏବ ସରପଞ୍ଚ ପଦ୍ମନାଭ ସାହୁ,ସୁବର୍ଣ୍ଣ ଜୟନ୍ତୀ କମିଟି ସଭାପତି ପୂର୍ଣ୍ଣ ଚନ୍ଦ୍ର ମଲିକ,ସମ୍ପାଦକ ଉଦ୍ଧବ ମହାଲିକ, ବିଦ୍ୟାଳୟ ପ୍ରଧାନଶିକ୍ଷକ ଜୟନ୍ତ କୁମାର ପ୍ରଧାନ,ବିଦ୍ୟାଳୟ ପୂର୍ବତନ ଛାତ୍ର ମନୋଜ କୁମାର ଅଗ୍ରୱାଲ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ |
ପରେ କମିଟି ସଭାପତି ଶ୍ରୀ ମଲିକଙ୍କ ଅଧ୍ୟକ୍ଷତାରେ ଉପରୋକ୍ତ ଅତିଥି ମାନେ ମଞ୍ଚାସୀନ ରହି ବିଦ୍ୟାଳୟ ବିଷୟରେ କହିଥିଲେ l ସଭାରେ ଦିବଂଗତ ପ୍ରତିଷ୍ଠାତା ସଦସ୍ୟଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ |ଏହି ଅବସରରେ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସ୍ମରଣିକା “ସୁବର୍ଣ୍ଣ ସ୍ୱର “ଅତିଥି ମାନେ ଉନ୍ମୋଚନ କରିଥିଲେ |ସଭାକୁ ସମୀର ମେହେର ସଂଯୋଜନା କରିଥିବା ବେଳେ ବିଦ୍ୟାଳୟ ର ପୂର୍ବତନ ଛାତ୍ର ଶିଶିର ଖଟୁଆ ଓ ନିରଞ୍ଜନ ବାରିକ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମରେ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l