ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଆଜି ସୋନପୁର ବ୍ଲକ୍ ସମ୍ମିଳନୀ କକ୍ଷରେ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ସଖୀ ଅନୁଷ୍ଠାନ ଆନୁକୁଲ୍ୟରେ ମହିଳା ହିଂସା ନିରାକରଣ ପକ୍ଷ ପାଳନ ଅବସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲାରେ ପୀଡିତା ମହିଳା ତଥା ବାଳିକା ମାନଙ୍କୁ ପୋଲିସ, ଡାକ୍ତରି ,ଆଇନ୍ ଗତ , ମନସ୍ତାତ୍ତ୍ୱିକ ଓ ସାମାଜିକ ଇତ୍ୟାଦି ସମନ୍ଵିତ ସେବା ଯୋଗାଇଦେବା ପାଇଁ ଏକ କୈନ୍ଦ୍ରିକ ଅନୁଷ୍ଠାନ ହିସାବରେ ସଖୀ ସଫଳତା ର ସହିତ ଉଦ୍ୟମ ଜାରି ରଖିଛି l ମହିଳା ହିଂସା ନିରାକରଣ ପକ୍ଷ ପାଳନ ଅବସରରେ ମହିଳା ମାନେ ସମାଜରେ ବିଭିନ୍ନ ହିଂସା ବିରୁଦ୍ଧରେ ନିର୍ଭୟ ଭାବରେ ସ୍ଵର ଉତ୍ତୋଳନ କରିବା ପାଇଁ ସେମାନଙ୍କୁ ସାହସ ଯୋଗାଇଦେବା ଉଦ୍ଦେଶ୍ୟରେ ଏହି ସଭା ଆୟୋଜିତ ହୋଇଥିଲା l
ଏଥିରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ୍ ମିଞ୍ଜ୍ , ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡଃ ରମେଶ ସ୍ଵାଇଁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡଙ୍ଗୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ରେଣୁବାଳା ଦାଶ ଏବଂ ମୁଖ୍ୟ ବକ୍ତା ଭାବରେ ରେଆର ସଭାପତି ବରିଷ୍ଠ ଆଇନଜୀବୀ ଗୌରୀଶ୍ୟାମ ପଣ୍ଡା ଯୋଗଦେଇ ଥିଲେ I ପ୍ରାରମ୍ଭରେ ସଖୀ ର ପ୍ରଶାସିକା ରାଜଶ୍ରୀ ମହାନ୍ତି ସ୍ୱାଗତ ଅଭିଭାଷଣ ଦେବା ସହିତ ସଭାର ଉଦ୍ଦେଶ୍ଯ ସମ୍ବନ୍ଧରେ ସୂଚନା ଦେଇଥିଲେ l ଅତିଥି ଏବଂ ବକ୍ତା ମାନେ ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ମହିଳା ମାନେ କିପରି ଭାବରେ ବିଭିନ୍ନ ହିଂସା ର ଶିକାର ହେଉଛନ୍ତି ଏବଂ ଏହାର ସମାଧାନ ର ସରଳ ଉପାୟ ସମ୍ବନ୍ଧରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ l
ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ପଣ୍ଡା କର୍ମ କ୍ଷେତ୍ରରେ ମହିଳାମାନେ ସାମନା କରୁଥିବା ଯୌନ ନିର୍ଯାତନା ର ବିଭିନ୍ନ ଦିଗ ଓ ଏହାର ଆଇନଗତ ସହାୟତା କିଭଳି ମିଳିପାରିବ ସେ ସମ୍ପର୍କରେ ନିଜର ଅଭିଜ୍ଞତାରୁ ପ୍ରାଞ୍ଜଳ ଭାବରେ ବୁଝାଇ ଥିଲେ l ଆଜିକାର ଏହି ସଭାରେ ସମସ୍ତ ବ୍ଲକ୍ ର ସିଡିପିଓ, ସୁପରଭାଇଜର , ଆକ୍ସନ ଏଡ଼୍ ର ଜିଲ୍ଲା ସଂଯୋଜକ ରାକେଶ ପଧାନ, ଜିଲ୍ଲା ପରିଷଦ ଏପିଡି ଶୈବାଳିନି ପଟ୍ଟନାୟକ ,ଶିଶୁ ସୁରକ୍ଷା ପରିଷଦ ର ଆଇନ ପରାମର୍ଶଦାତା କେଶବ ମେହେର, CWC ସଭ୍ଯ ରଞ୍ଜିତା ସାହୁ , ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ର ମହିଳା କର୍ମକର୍ତ୍ତା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l କାର୍ଯ୍ୟକ୍ରମ ପରିଚାଳନା ରେ ସଖୀ ଅନୁଷ୍ଠାନ ର ସମସ୍ତ କର୍ମଚାରୀ ଏବଂ ସ୍ଵେଚ୍ଛାସେବୀ ସହାୟତା ପ୍ରଦାନ କରିଥିଲେ l