ବୌଦ୍ଧ:(ଚିତ୍ତରଞ୍ଜନ ସିଂହ,)ରାଷ୍ଟ୍ରୀୟ ସମାନତା ଅଧିକାର ପରିଷଦ , ବୌଦ୍ଧ ଜିଲ୍ଲା ଶାଖା , ଦଳିତ ଅଧିକାର ମଞ୍ଚ ବୌଦ୍ଧ ଜିଲ୍ଲା ଶାଖା ଓ ଆମ୍ବେଦକର ଫାଉଣ୍ଡେସନ ବୌଦ୍ଧ ଜିଲ୍ଲା ତରଫରୁ ସମ୍ବିଧାନ ପ୍ରଣେତା ବାବା ସାହେବ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କ ୬୬ ତମ ତିରୋଧାନ ଦିବସରେ ବୌଦ୍ଧ ସହର ସ୍ଥିତ କୋଟ ଛକରେ ଥିବା ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା।
ଏଥିରେ ରାଷ୍ଟ୍ରୀୟ ସମାନତା ଅଧିକାର ପରିଷଦର ସଭାପତି ପ୍ରଦୀପ କୁମାର ମହାନନ୍ଦ, ସୁରେଶ ଚନ୍ଦ୍ର ରାଜହଂସ,ଜାମିନି ମୁଖୀ,ରୋହିତ କହଁର,ଟିକ ବେହେରା, ସୁଜ୍ଞାନ ବାଘ, ଶଙ୍କରଶଂଣ ନାୟକ,ସଂଜିତ କୁମାର ଜେନା,ବାବୁଲୀ କହଁର, ସାନ ରଣବିଡା ଓ ବୌଦ୍ଧ ଓବିସି ମଞ୍ଚ ର ଆବାହକ ତଥା ସାମାଜିକ କର୍ମୀ କୃତ୍ତିବାସ ପଲିଆ ପ୍ରମୁଖ ଉପସ୍ଥିତ ରହିଥିଲେ।