Breaking News
12:10 amରାଜ୍ୟ କ୍ୟାବିନେଟ୍‌ରେ ୩୨ ଟି ପ୍ରସ୍ତାବକୁ ମଞ୍ଜୁରୀ,ପାନୀୟ ଜଳ ପ୍ରକଳ୍ପ ସହ ଶିକ୍ଷା ବିଷୟରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସୂଚନା 12:06 amଦୈନିକ ଖର୍ଚ୍ଚ ପାଇଁ ଲୋକଙ୍କୁ ଋଣ ନେବାକୁ ପଡିପାରେ : ପ୍ରିୟଙ୍କା ଗାନ୍ଧୀ 12:06 amଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ଏଏସ୍‌ଆଇ ଅଧୀକ୍ଷକ କହିଲେ- ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ପୂରାତନ କୀର୍ତ୍ତିରାଜି ଭରି ରହିଛି। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ଜଣାଇଛି। ଯେବେ ବି ଆମେ ଏଠି ଖନନ କରିବା କୀର୍ତ୍ତିରାଜି ମିଳିବ ହିଁ ମିଳିବ। ରାଜ୍ୟ ଅଧିକାରୀଙ୍କ ସହ କଥା ହେଲା ବେଳେ ଅନେକ ଥର କହିଛି 12:03 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ବିଷୋୟୀ (୫୬)ଙ୍କୁ ବିଚ୍‌ ରାସ୍ତାରେ କାର୍‌ରୁ ଟାଣିଆଣି ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା 3:31 pmପ୍ରତିଷ୍ଠା ହେଲା ମା’ ତାରାତାରିଣୀଙ୍କ ଭବ୍ୟ ମନ୍ଦିର,ମୁଖ୍ୟପୁରୋଧା ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ନାଲକୋ କମ୍ପାନୀ ରେ ଜମି ହରାଇଥିବା ପ୍ରଜା ଚାକିରୀ ନ ପାଇ ବାରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ

237 0

ଅନୁଗୋଳ:(ମହେଶ ଭୋମରାଜ) ନାଲକୋ କ୍ଷତିଗ୍ରସ୍ତ ପ୍ରଜା ମହାସଂଘ (ଅନୁଗୋଳ, ତାଳଚେର, ଢେଙ୍କାନାଳ) 39 ଖଣ୍ଡ ଜମିହରାଇଥିବା ମୌଜା ତରଫରୁ ଦାବୀ କରାଯାଉଛି, ଦୀର୍ଘଦିନ ହେଲା RPDAC କମିଟିରେ SAP ମାନଙ୍କର ପରିବାରର ନୋମିନମାନଙ୍କୁ ଚ୍ଚାକିରୀ ଦେବା ଓ କ୍ଷତି ପୂରଣ ଦେବା ପାଇଁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ନାଲକୋର ଅବହେଳା ଓ ଦୀର୍ଘସୁତ୍ରତା ଏବଂ ନକରାତ୍ମକ ଚିନ୍ତାଧାରା ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ । ଦାବି ଗୁଡ଼ିକ 1.ନାଲକୋର ନବମ RPDAC ବୈଠକ ଶିଘ୍ର ଡକାଯାଉ । 2 ,ପୂର୍ବରୁ ନାଲକୋ 4TH RPDAC ନିଷ୍ପତ୍ତି ଅନୁସାରେ SAP ମାନଙ୍କର ବୋହୁମାନଙ୍କୁ ଓ ଜ୍ୱାଇଁ ମାନଙ୍କୁ ନିଯୁକ୍ତି ।କେଶବ ଚନ୍ଦ୍ର ବେହେରା ଙ୍କର କୌଣସି ଅସୁବିଧା ନଥାଇ ନୋମିନି ପରିବର୍ତ୍ତନ ରୁ ବଞ୍ଚିତ କରାଯାଇଛି ।

ନାଲକୋ କର୍ତ୍ତୃପକ୍ଷ ବିଭିନ୍ନ ଆଳଦେଖାଇ ତାଙ୍କ ନୋମିନ୍ ପରିବର୍ତ୍ତନ କୁ ପ୍ରତ୍ୟାଖ୍ୟାନ କରୁଛନ୍ତି, ଆଗରୁ ନୋମିନ୍ ପରିବର୍ତ୍ତନ କରାଯାଇ ଜ୍ୱାଇଁ ମାନଙ୍କୁ ନାଲକୋରେ ଚାକିରୀ ଦିଆଯାଇଛି ବୋଲି ସଂଘପକ୍ଷରୁ କୁହାଯାଇଛି । ଓ ନାଲକୋ ଆସପଣ୍ଡ 150 ମିଟରରୁ ଉର୍ଦ୍ଧ ଉଚ୍ଚତା ହେଲାଣି, ଏହା ଦ୍ଵାରା ପ୍ରଦୂଷଣ ହୋଉଛି ଓ ସ୍ଥାନୀୟ ଲୋକମାନେ ବିଭିନ୍ନ ପ୍ରକାରର ରୋଗରେ ଆକ୍ରାନ୍ତ ହେଉଛନ୍ତି ।ସେହି ଲୋକମାନଙ୍କୁ ଶିଘ୍ର ଚିକିତ୍ସା କରାଯାଉ ଉଦାହରଣ -ବଳରାମପ୍ରସାଦ ଗ୍ରାମର ବଢତଇଳା ସାହିର 5ଜଣ ଲୋକ ନାଲକୋ ଆସପଣ୍ଡ ପାଉଁଶ ଗୁଣ୍ଡର ସଂସ୍ପର୍ଶରେ ଆସି କିଡିନି ରୋଗରେ ଆକ୍ରାନ୍ତ ହୋଇଛନ୍ତି ।ସେମାନଙ୍କୁ ତୁରନ୍ତ ଚିକିତ୍ସା ପ୍ରଦାନ କରାଯାଉ ।ଏହି ପରି ଛଅ ଟି ଦଫା କୁ ନେଇ ଆମରଣ ଅନଶନ ଅନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରହିବ ବୋଲି ସୂଚନା ଦେଇଛନ୍ତି ।

Facebook Notice for EU! You need to login to view and post FB Comments!

Related Post

ନାଳରୁ ଅଧ୍ୟାପକଙ୍କ ଶବ ଊଦ୍ଧାର

Posted by - February 9, 2022 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା) ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଜ୍ଞାନ ବିଦ୍ୟାଳୟର ଅର୍ଥଶାସ୍ତ୍ର ବିଭାଗର ଅଧ୍ୟାପକ ଦିଲ୍ଲୀପ୍ ପ୍ରଧାନ (46) ଙ୍କ ଶବ ବେଲଗୁଣ୍ଠାରୁ ସୁତୁମୁସର ରାସ୍ତାରେ…

ପାଟସେବା ବିକାଶ ପରିଷଦ ପକ୍ଷରୁ ଯାଜପୁର ଜଗନ୍ନାଥ ମନ୍ଦୀର ପୂଜକଙ୍କୁ ରାକ୍ଷୀ ପ୍ରଦାନ

Posted by - August 24, 2021 0
ଶ୍ରୀ ଜଗନ୍ନାଥପାଟସେବା ବିକାଶ ପରିଷଦ ପକ୍ଷରୁ ଯାଜପୁର ଜଗନ୍ନାଥ ମନ୍ଦୀର ପୂଜକଙ୍କୁ ରାକ୍ଷୀ ପ୍ରଦାନ ପକ୍ଷରୁ ଯାଜପୁର ଜଗନ୍ନାଥ ମନ୍ଦୀର ପୂଜକଙ୍କୁ ରାକ୍ଷୀ ପ୍ରଦାନ କରାଯାଇଛି ।…

ଭୂଲିଆ ସମାଜ ତରଫରୁ ବିବାହ ପାଇଁ ଆର୍ଥିକ ସହାୟତା

Posted by - May 11, 2022 0
ଭାଲୁମୁଣ୍ଡା :(ଅଭିମନ୍ୟୁ ବହିଦାର) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ଗ୍ରାମ ରେ ମେହେର ସମାଜ (ଭୂଲିଆ) ତରଫରୁ ଏକ ବିବାହ ପାଇ ଆର୍ଥିକ ଟଙ୍କା ସହାୟତା…

ଟିଟିଲାଗଡ ଲାୟନ୍ସକ୍ଲବ ତରଫରୁ ଅକ୍ସିଜେନ କନସର୍ନଟ୍ରେଟର ବ୍ୟାଙ୍କ ଲୋକାର୍ପିତ

Posted by - October 26, 2021 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)କୋଭିଡ ସଂକ୍ରମଣ ସମୟରେ ଅକ୍ସିଯେନର ଘୋର ଅଭାବ ଦେଖାଦେଇଥିଲା, ସରକାର ସମେତ ବହୁତ ସ୍ୱେଚ୍ଛାସେବି ସଙ୍ଗଠନ ଲୋକଙ୍କୁ ଅକ୍ସିଯେନ ଯୋଗାଇବାରେ ଆଗକୁ ସାହାଯ୍ୟର ହାତ…

ଦିବ୍ୟଙ୍ଗ ଦମ୍ପତି ଙ୍କୁ ବିବାହ ପ୍ରସାହନ ରାଶି ୨,୫୦,୦୦୦ ଟଙ୍କା ପ୍ରଦାନ

Posted by - July 30, 2021 0
ବୋୖଦ୍ଧ:(ଚିତ୍ତରଂଜନସିଂ)ବୋୖଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଦିବ୍ୟ।ଙ୍ଗ ଦମ୍ପତି ଙ୍କୁ ବିବାହ ପ୍ରସାହନ ରାଶି ବାବଦକୁ ଦୁଇ ଲକ୍ଷ  ପଚାଶ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଏଥିପାଇଁ ଦିବ୍ୟ।ଙ୍ଗ…

Leave a comment

Your email address will not be published.