ଲଡୁଗାଁରେ ମହାସମାରୋହରେ ଲକ୍ଷ୍ମୀ ପୂଜା ଅନୁଷ୍ଠିତ

55 0

ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଓଡ଼ିଆ ଙ୍କ ପବିତ୍ର ପର୍ବ ମାଣବସା ଗୁରୁବାର ଉପଲକ୍ଷେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ଠାରେ ଲକ୍ଷ୍ମୀ ଠାକୁରାଣୀଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି। ଗତ ମଙ୍ଗଳବାର କଲସଯାତ୍ରା ସହ ଅଧିବାସ ସମାପନ ହୋଇଥିବା ବେଳେ ବୁଧବାର ଠାରୁ ମହାଲକ୍ଷ୍ମୀ ପୂଜା ରୀତିନୀତି ଅନୁଯାୟୀ ଆରମ୍ଭ ହୋଇଛି।

ପୂଜାକର୍ତା ଭାବେ ପୁର୍ବତନ ସରପଞ୍ଚ କହ୍ନେଇ ଚରଣ ଦାସ ସପତ୍ନୀକ ପୂଜାକାର୍ଯ୍ୟ ତୁଲାଉଥିବା ବେଳେ ପଣ୍ଡିତ ବୁନ୍ଦାବନ ପାଢ଼ୀ ପୂଜାକାର୍ଯ୍ୟ ତୁଲାଉଛନ୍ତି। ବୁଧବାର ରାତିରେ ସୁସଜ୍ଜିତ ବିମାନରେ ଭକ୍ତିମୟ ପରିବେଶ ମଧ୍ୟରେ ମା ଲକ୍ଷ୍ମୀ ନଗର ଭ୍ରମଣ କରିଛନ୍ତି।

ପୂଜା କମିଟିର ସଭାପତି ଆଲୋକ ରଞ୍ଜନ ଦାସ, ଉପ ସଭାପତି ରାଜେଶ କୁମାର ମାଝୀ, ସମ୍ପାଦକ ବାସୁଦେବ ନାଏକ, ସହ ସମ୍ପାଦକ ତୁଷାର ଧଙ୍ଗଡା ମାଝୀ, କୋଷଧକ୍ଷ୍ୟ ଭୁପେନ୍ଦ୍ର କୁମାର ଦାସ, ପୁରାତନ କମିଟି ସଭାପତି ଗଗନ ବିହାରୀ ଦାସ, ଉପ ସଭାପତି ରମେଶ ଚନ୍ଦ୍ର ସାହୁ, ସମ୍ପାଦକ ସୁଦର୍ଶନ ନାଏକ, ସହ ସମ୍ପାଦକ ରୁପସିଂ ଧଙ୍ଗଡା ମାଝୀ, କୋଷାଧକ୍ଷ୍ୟ ଅଖିଳ ଚନ୍ଦ୍ର ଦାସ, ଆଦିତ୍ୟ ଦାସ, ନିରଞ୍ଜନ ଦାସ, କୋଦଣ୍ଡ ଦାସ ପ୍ରମୁଖ ରହିଥିବା ବେଳେ ଲକ୍ଷ୍ମୀ ପୂଜା ଅଵସରରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବା ବ୍ୟବସ୍ଥା ରହିଛି।

Related Post

ହରଭଙ୍ଗା ବ୍ଲକ ସବୁ ଶୈବ ପୀଠରେ ମକର ମେଳା ମହା ଆଡମ୍ବର ରେ ପାଳିତ

Posted by - January 16, 2023 0
ହରଭଙ୍ଗା :୧୪/୦୧(ଚିତ୍ତରଞ୍ଜନ ସିଂ)ପୁନ୍ୟ ମାଘ ମାସ ମକର ସଂକ୍ରାନ୍ତି ହିନ୍ଦୁଧର୍ମlବଲମ୍ବୀ ପାଇଁ ଏକ ପୁଣ୍ୟ ତିଥି!ଏହି ତିଥିରେ ସବୁ ଶିବlଳୟ, ରାଧାକୃଷ୍ଣ ପୀଠ ଗୁଡିକରେ ମକର ଯାତ୍ରା…

ବିଧାନସଭା ଆଗରେ ଗଣଧାରଣା ଦେବା ପାଇଁ ଗାଁ ସାଥୀ ଙ୍କ ପ୍ରସ୍ତୁତି ବୈଠକ

Posted by - October 19, 2021 0
ବୌଦ୍ଧ :(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା କଣ୍ଟାମ|ଳ ବ୍ଲକ ଆମ୍ବଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରେ କଣ୍ଟାମ|ଳ ବ୍ଲକ ଗାଁସାଥି ସଙ୍ଘର ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ…

ଜିଲ୍ଲାର ବିଭିନ୍ନ ସ୍ଥାନରେ ଗୋଆଧରିତ ଜୀବିକା ଉପରେ ତାଲିମ ଶିବିର ଅନୁଷ୍ଠିତ

Posted by - October 12, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲାପ୍ରଶାସନ ଓ ମିଶନ ଶକ୍ତି ବିଭାଗ ସହାୟତା ରେ, ମଥୁରା ପଞ୍ଚାୟତ ଦନ୍ତାପାଲି ସ୍ଥିତ ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ଆୟୋଜନ ରେ,…