ଖପ୍ରାଖୋଲ: ୩୦/୧୧ (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ସ୍ଥାନୀୟର ଧର୍ମପରାୟଣ ବୃଦ୍ଧ ମୁରଲୀଧର ଦାସ ଙ୍କ ବୁଧବାର ଦିନ ପରଲୋକ ହୋଇଯାଇଛି । ତାଙ୍କୁ ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା । ସେ ଦୀର୍ଘ ଦିନ ହେବ ବୃଦ୍ଧ କାଳୀନ ଅସୁସ୍ଥତା ଅନୁଭବ କରି ଶଯ୍ୟାଶାୟୀ ହୋଇ ପଡ଼ିଥିଲେ ।
ଶ୍ରୀ ଦାସ ଜଣେ ଧର୍ମପରାୟଣ ବ୍ୟକ୍ତି ହୋଇଥିବାରୁ ତାଙ୍କ ମୃତ୍ୟୁ ଖବର ପ୍ରସାରଣ ହେବ ପରେ ଅଞ୍ଚଳରେ ଶିକାର ଛାୟା ଖେଳିଯାଇଛି । ମୃତ୍ୟୁ ସମୟରେ ପୁଅ ପବିତ୍ର ଦାସ , ତୁଷାରକାନ୍ତ ଦାସ , ପ୍ରତାପ ଦାସ , ପ୍ରଭାତଚନ୍ଦ୍ର ଦାସ , ଝିଅ ଲକ୍ଷ୍ମୀ ଠାକୁର , ଜ୍ୟାଇଁ ନିତ୍ୟାନନ୍ଦ ଠାକୁର, ବହୁ ଅନୁପମା ଦାସ , ଭାରତୀ ଦାସ , ଦିପଞ୍ଜଳି ଦାସ ଓ ବନ୍ଦିତା ଦାସ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁ ଖବର ଶୁଣି ଗ୍ରାମର ପୁର୍ବତନ ସରପଞ୍ଚ ନବୀନ ବେହେରା , ସମାଜ ସେବୀ ବୁଲୁ ପଣ୍ଡା , ଡୁବରାଜ ବଞ୍ଛୋର , ପୂରନ୍ଧର ସାହୁ , ଗୋପାଲ ପୁରୋହିତ , ରୋହିତସ୍ଵ ବିଶ୍ଵାଳ ଓ ଗ୍ରାମବାସୀ ଗଭୀର ଶୋକ ପ୍ରକାଶ କରିଛନ୍ତି।