ବାରିପଦା:ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ମୁଖ୍ୟ ବଜାରରେ ଥିବା ବିଶ୍ୱକମା ଗହଣା ଦୋକାନରେ ଲୁଟେରାଙ୍କ ଗୁଳିମାଡ। ଆଜି ଦିନ ପ୍ରାୟ ଗୋଟଏ ସମୟରେ 6 ଜଣ ଦୁର୍ବୃତ୍ତ ଲୁଟ ଉଦ୍ଦେଶ୍ୟରେ ସୁସଜ୍ଜିତ ବନ୍ଧୁକ ,ଭୁଜାଲି ଭଳି ମାରଣାସ୍ତ୍ର ଧରି ଦୁଇଟି ବାଇକରେ ଅଚାନକ ଦୋକାନରେ ଗହଣା ଲୁଟ ପାଈଁ ପ୍ରବେଶ କରିଥିଲେ। ତେବେ ଏଥିରେ ବିରୋଧ କରିବାରୁ ଦୋକାନର ମାଲିକ ଧ୍ରୁବଚରଣ ମହାରଣାଙ୍କୁ ଲକ୍ଷକରି ଗୁଳି ଚଳାଇ ଥିଲେ । ଗୁଳି ଦୋକାନ ମାଲିକ ଧ୍ରୁବଚରଣଙ୍କ ଜଙ୍ଘରେ ବାଜିଥିଲା ଓ ପାଖରେ ଥିବା ତାଙ୍କ ପୁଅ ରାମଚନ୍ଦ୍ର ମହାରଣାଙ୍କୁ ଡକାୟତମାନେ acid ଫିଙ୍ଗିବାରୁ ଉଭୟେ ସେହିଠାରେ ଟଳି ପଡ଼ିଥିଲେ।
ଦୁର୍ବୁର୍ତ ମାନେ ଏହାର ସୁଯଗ ନେଇ ଦୋକାନରୁ ସମସ୍ତ ଗହଣା ଲୁଟକରି ଖସି ପଳାଇବାକୁ ଉଦ୍ୟମ କରୁଥିବା ସମୟରେ ସ୍ଥାନୀୟ ଲୋକଙ୍କ ସାହସ ଯୋଗୁ ଗୋଟିଏ ଗାଡ଼ିରେ ଥିବା ତିନିଜଣ ଧରାପଡି ଯାଇଥିଲେ।। ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ଅନୁଯାୟୀ ପ୍ରଥମ ଗାଡ଼ିରେ ଡକାୟତ ମାନେ ଚାଲିଯାଉଥିବା ବେଳେ କିଛି ଲୋକ ପିଛା କରିଥିଲେ ମଧ୍ୟ ଦୁର୍ବୁର୍ତ ମାନେ ଫାଙ୍କା ଗୁଳି ଚାଳନା କରିବାରୁ କେହି ପାଖକୁ ଯିବାକୁ ସାହସ କରିପାରିନ ଥିଲେ କିନ୍ତୁ ଦ୍ୱିତୀୟ ଗାଡିଟିକୁ ସ୍ଥାନୀୟ ଲୋକେ ଅଟକାଇ ଦୁର୍ବୁର୍ତ ମାନଙ୍କୁ ନିର୍ଘାତ ମାଡ ମାରିଥିଲେ। ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୁରୁତର ଅବସ୍ଥାରେ ତିନିଜଣ ଡକାୟତଙ୍କୁ ବୈଶିଙ୍ଗା ଗୋଷ୍ଟି ସ୍ୱାସ୍ଥ କେନ୍ଦ୍ରରେ ରଖିଥିବା ବେଳେ ଦୋକାନର ମାଲିକ ଓ ତାଙ୍କ ପୁଅକୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ମେଡିକାଲରେ ଭର୍ତି କରାଯାଇଛି। କିନ୍ତୁ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ମୟୂରଭଞ୍ଜ ଜିଲ୍ଲା SP ପହଞ୍ଚି ତଦନ୍ତ ଚଳାଇଛନ୍ତି।
Bingo ist wo willkürlichen Fakten werden bezeichnet verfügbar und Menschen Match Diese Statistiken um ihre Keno Karten.