ସୋସିଆଲ ୱେଲଫେୟାର୍ ଅର୍ଗାନାଇଜେସନ୍ କଳାହାଣ୍ଡି ତରଫରୁ ଅସହାୟ ଗରୀବ ଲୋକଙ୍କୁ ଶୀତବସ୍ତ୍ର ବଣ୍ଟନ

59 0

ନର୍ଲା:(ଅମିୟ କୁମାର ଦାସ)ନର୍ଲା ବ୍ଲକ ଅଧିନ ନର୍ଲା ଗ୍ରାମ ପଞ୍ଚାୟତରେ ବସବାସ କରୁଥିବା ୬ଟି ଗ୍ରାମର ଗରିବ ଅସହାୟ ଅବସ୍ଥାରେ ଥିବା ନିରୀହ ଲୋକଙ୍କୁ “ସୋସିଆଲ ୱେଲଫେୟାର୍ ଅର୍ଗାନାଇଜେସନ୍ ” କଳାହାଣ୍ଡି ପରିବାର ତରଫରୁ ଆଜି ନର୍ଲା ସ୍ଥିତ ବିଜୟ ପଣ୍ଡା ହୋଟେଲ ନିକଟରେ ସଙ୍ଗଠନ ମୂଖ୍ୟ ତଥା ମହିଳା ଟିମ୍ ର ସଭାନେତ୍ରୀ ଶ୍ରୀମତୀ ଶାନ୍ତି ମାଝୀଙ୍କ ନେତୃତ୍ୱରେ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା
ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ନର୍ଲା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଗଙ୍ଗାଧର ମେହେର, ସମ୍ମାନିତ ଅତିଥି ଭାବେ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କାର୍ଯ୍ୟରତ ଡାକ୍ତର କୋନାଳ ସାହୁ ଓ ସଂଗଠନ ପରିବାରର କାର୍ଯ୍ୟକର୍ତ୍ତା ହମେସ୍ ଜୈନ୍ ପ୍ରମୁଖ ଯୋଗଦାନ କରି ୭୦ଜଣଙ୍କୁ ଶୀତବସ୍ତ୍ର ଭାବରେ କମ୍ବଳ ବଣ୍ଟନ କରିଥିଲେ |

ଏହି ଅବସରରେ କରୋନା ଯୋଦ୍ଧା ଭାବରେ ଅଞ୍ଚଳର ୭ଜଣ ଆଶାକର୍ମୀଙ୍କୁ ସଙ୍ଗଠନ ପକ୍ଷରୁ ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ସୂଚନା ଯୋଗ୍ୟ ସଙ୍ଗଠନର ସଭାନେତ୍ରୀ ଶାନ୍ତି ଦିଦିଙ୍କ ପ୍ରୟାସ ଓ ସଙ୍ଗଠନ ସଦସ୍ୟଙ୍କ ସହଯୋଗ କ୍ରମେ ରକ୍ତଦାନ ଭଳି ମହତ୍ କାମକରି ସମସ୍ତଙ୍କ ପ୍ରୀୟପାତ୍ର ହୋଇପାରିଛନ୍ତି |

ସଭାନେତ୍ରୀ ଶାନ୍ତି ଦିଦି କହିଛନ୍ତି ରକ୍ତ ଅଭାବରୁ କାହାରିକୁ ମରିବାକୁ ଦେବା ନାହିଁ, ଏଥିପାଇଁ ଯେକୌଣସି ମୁହୂର୍ତ୍ତରେ ଯେଉଁ ରୋଗୀକୁ ରକ୍ତର ଆବଶ୍ୟକ ହୁଏ ସଙ୍ଗେ ସଙ୍ଗେ ଶାନ୍ତି ଦିଦିଙ୍କୁ ଜଣାଇଥାନ୍ତି ଓ ଆବଶ୍ୟକ ହେଉଥିବା ଗୃପର ରକ୍ତ ଯୋଗାଇ ଦେବାକୁ ସଙ୍ଗଠନର ସଦସ୍ୟମାନେ ସହଯୋଗର ହାତ ବଢାଇଥାନ୍ତି। ବର୍ତ୍ତମାନ ସୁଦ୍ଧା ଉକ୍ତ ସଙ୍ଗଠନ ତରଫରୁ କିଛିମାସ ମଧ୍ୟରେ ୨୬୦ ୟୁନିଟ ରକ୍ତ ଦାନ କରିସାରିଥିବା ସଭାନେତ୍ରୀ ଶାନ୍ତି ଦିଦି ପ୍ରକାଶ କରିଛନ୍ତି। ଆଜିର କମ୍ବଳ ବଣ୍ଟନ କାର୍ଯ୍ୟକ୍ରମରେ ସଙ୍ଗଠନର କିଶୋର ମାଝୀ, ପ୍ରଦୋମ୍ନ ନାଏକ, ବିପିନ୍ ମାହାର,ଦିପୁ ପାତ୍ର, ପିଣ୍ଟୁ ସେଠି, ପିଣ୍ଟୁ ନାଗ, ବିଜୟ ପଣ୍ଡା ଓ ପଙ୍କଜିନୀ ନାୟକ ପ୍ରମୁଖଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସହଯୋଗ କରିଥିଲେ। ସଙ୍ଗଠନର ଏଭଳି କାର୍ଯ୍ୟକ୍ରମକୁ ଅଞ୍ଚଳରେ ପ୍ରସଂଶା କରାଯାଇଛି।

Related Post

ଟିଟିଲାଗଡ ଷ୍ଟେଟବ୍ୟାଙ୍କ କର୍ମଚାରୀ ଶିବ ଶଙ୍କର ପଟ୍ଟନାୟକଙ୍କ ବଦଳି ବାତିଲ କରିବା ସହ ଟିଟିଲାଗଡ ଶାଖାକୁ ପ୍ରତ୍ୟାବର୍ତ୍ତନ ଦାବି

Posted by - July 29, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଲୋକଙ୍କ ପ୍ରଥମ ପସନ୍ଦ ଥିବା ବ୍ୟାଙ୍କ ଅଟେ। ଏହି ବ୍ୟାଙ୍କ ଉପରେ ଲୋକ ଆଖି ବୁଜି ବିଶ୍ୱାସ…

ବିରଜା କ୍ଷେତ୍ର ସାଂସ୍କୃତିକ ସମୀକ୍ଷା ପୁସ୍ତକର ଲୋକାର୍ପିତ 

Posted by - March 11, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁରର ପୂର୍ଣ୍ଣାନନ୍ଦ ମିଶ୍ର ସ୍ମୃତି ପାଠାଗାର ପରିସରରେ ବିରଜା କ୍ଷେତ୍ର ସାଂସ୍କୃତିକ ସମୀକ୍ଷା ପୁସ୍ତକର ଲୋକାର୍ପିତ ହୋଇଯାଇଛି । ମା ବିରଜା…

ଦମ୍ବରୁଗଡ ଵାବା ଶ୍ରୀ ଶ୍ରୀ ୧୦୦୮ ଶ୍ରୀ ମହନ୍ତ ଗିରିବର୍ ଦାସ ତ୍ୟାଗୀ ମହାରାଜ ଙ୍କ ପ୍ରଥମ ବାର୍ଷିକ ମହୋତ୍ସବ ପାଇଁ ଶେଷ ପ୍ରସ୍ତୁତି ବୈଠକ

Posted by - November 27, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ସିଦ୍ଧତପୋ ସେବାବନ ଦମ୍ବତୁଗଡ, କଙ୍କଲା ଠାରେ ମହନ୍ତ ସର୍ବେଶ୍ଵର ଦାସ ତ୍ୟାଗୀ ମହାରାଜଙ୍କ ଅଧକ୍ଷତାରେ ଶ୍ରୀ ଶ୍ରୀ ୧୦୦୮ ଶ୍ରୀ ମହନ୍ତ ଗୀରିବର ଦାସ ତ୍ୟାଗୀ…

ମହିଳାଙ୍କ ଭିଡିଓ ଉତ୍ତୋଳନ ପଡିଲା ମହଙ୍ଗା

Posted by - July 25, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଚାରଭାଟି ଗ୍ରାମରେ ଆଜି ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ ଚାରଭାଟି…

ଖପ୍ରାଖୋଲ ରେ ଆଦିବାସୀ ସଂଘ ପକ୍ଷରୁ ବ୍ଳକ ଘେରାଉ ପାଇଁ ପ୍ରସ୍ତୁତି ବୈଠକ

Posted by - January 9, 2022 0
ଖପ୍ରାଖୋଲ: (ତାପସ ରଂଜନ ବେହେରା) ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟଳୟ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଖପ୍ରାଖୋଲ ବ୍ଲକ ସଭାପତି ବିପ୍ର ବିଶି ଙ୍କ ସଭାପତିତ୍ୱରେ ଆଗାମୀ…