ଚତୁର୍ଥ ଦିନରେ ଅଙ୍ଗନୱାଡି କର୍ମୀ ଓ ସହାୟିକା ଙ୍କ ଧାରଣା,ଅସୁରକ୍ଷିତ ଶିଶୁ, ମାତୃ ସୁରକ୍ଷା ଯୋଜନା।କର୍ମୀଙ୍କ ସମସ୍ୟା ତୁରନ୍ତ ସମାଧାନ ପାଇଁ ଦାବୀ

73 0

ଭବାନୀପାଟଣା:( – – ସମଗ୍ରରାଜ୍ୟ ରେ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ଆଠ ଦଫା ଦାବି ନେଇ ଆନ୍ଦୋଳନ ର ଆହ୍ଵାନ ଦେଇଥିବା ବେଳେ କର୍ମୀ ଓ ସହାୟିକାମାନେ ନିଜ ନିଜ ବ୍ଲକ୍ ର ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି, ଏ ପରିପ୍ରେକ୍ଷୀରେ ଜୟପାଟଣା ଠାରେ ମଧ୍ଯ ଅଙ୍ଗନୱାଡି ସଂଘ ସଭାପତି ସୁମତୀ ରାଉତ ସମ୍ପାଦକ ସୌଦାମିନି ପଟ୍ଟନାୟକ ଙ୍କ ନେତୃତ୍ଵରେ ସୁକୁମାରୀ ସାହୁ, ରିନା ଲତା ପଟ୍ଟନାୟକ, କାଞ୍ଚନ ନନ୍ଦ, ତରୁଣୀ ରାଉତ, ଡାଳେନ୍ଦ୍ରୀ ନାଏକ,ସରୋଜିନୀ ସାହୁ, ଭାନୁମତୀ ଦିଶାରୀ ଙ୍କ ସମେତ ବ୍ଳକ ର ୧୬୯ ଅଙ୍ଗନୱାଡି କର୍ମୀ ଓ ୧୪୬ ସହାୟିକାମାନେ ଧାରଣାରେ ସାମିଲ ହୋଇଛନ୍ତି।

ଅଙ୍ଗନୱାଡି କର୍ମୀ ମାନଙ୍କୁ ସରକାରୀ କର୍ମଚାରୀ ଘୋଷଣା, କର୍ମଚାରୀଙ୍କ ଦରମା ମାସିକ ୧୮୦୦୦ ଟଙ୍କା ଓ ସହାୟିକା ଙ୍କୁ ୧୦୦୦୦ ଟଙ୍କା ଦରମା ପ୍ରଦାନ, ମିନି ଅଙ୍ଗନୱାଡି କର୍ମୀ ମାନଙ୍କୁ ମୁଖ୍ୟ ଅଙ୍ଗନୱାଡି କର୍ମଚାରୀ ଘୋଷଣା, ପ୍ରି ପ୍ରାଇମେରୀ ଶିକ୍ଷୟିତ୍ରୀ ମାନ୍ୟତା ପ୍ରଦାନ, ସହାୟିକାମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଅଙ୍ଗନୱାଡି କର୍ମୀ ଭାବରେ ନିଯୁକ୍ତି ପ୍ରଦାନ, ଯୋଗ୍ୟତା ଭିତ୍ତିରେ ଯୋଗ୍ୟ ଅଙ୍ଗନୱାଡି କର୍ମୀଙ୍କୁ ସୁପରଭାଇଜର ଭାବେ ପଦୋନ୍ନତି, ଇ ପି ଏସ୍, ଇ ଏସ୍ ଆଇ ସି, ଗ୍ରାଚ୍ୟୁଟି ଆଦି ଆଠ ଗୋଟି ଦାବି ନେଇ କର୍ମୀ ମାନେ ଧାରଣା ରେ ବସିଛନ୍ତି। ଏହି ଯୋଜନାରେ ଉପକୃତ ହେଉଥିବା ୧୨୩୮୩ ଶିଶୁ,୧୨୪୬ ଗର୍ଭବତୀ, ୯୯୦ ଜଣ ପ୍ରସୂତୀ ପ୍ରଭାବିତ ହେଉଛନ୍ତି। ଏହିଭଳି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ପ୍ରତି ସରକାର ଙ୍କ ଉଦାସୀନତା ପ୍ରତି ଲୋକଙ୍କ ମଧ୍ୟରେ ଆଲୋଚନା ହେଉଥିବା ବେଳେ ସମସ୍ୟାର ତୁରନ୍ତ ସମାଧାନ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Related Post

ଖଦୀ ଓ ଗ୍ରାମ ଉଦ୍ୟୋଗ ବିଭାଗ ର ସମୟପୋଯୋଗୀ ପଦକ୍ଷେପ: କେନ୍ଦ୍ରମନ୍ତ୍ରୀ ଓ ବିଧାୟକ ଙ୍କ ଉପସ୍ଥିତି ରେ ବାଣ୍ଟିଲେ ମହୁଚାଷ ବାକ୍ସ

Posted by - July 4, 2020 0
ନୀଳଗିରି:୦୩/୦୭(ସୌମ୍ୟା ସାଇ ବାରିକ୍)ବିଶ୍ଵ ବ୍ୟାପି କରୋନା ଭୁତାଣୁ ର ଭୟଙ୍କର ସଂକ୍ରମଣ ଯୋଗୁଁ, ଦେଶ ଓ ରାଜ୍ୟ ର ଆର୍ଥିକ ପରିସ୍ଥିତି ଏକ ସଂକଟମୟ ପରିସ୍ଥିତି ଦେଇ…

ଅପରାଜିତାଙ୍କ କାର୍ଯ୍ୟାଳୟ ସିଲ୍‌କଲା ବିଏମ୍‌ସି:,କୋଠା ସିଲ୍ ନିଷ୍ପତ୍ତି ପ୍ରଶାସନର: ବିଜେଡି

Posted by - October 10, 2020 0
ଭୁବନେଶ୍ୱର:ଭୁବନେଶ୍ୱର ଏମପି ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟକୁ ବିଏମସି ପକ୍ଷରୁ ଶନିବାରଦିନ ୧୫ଦିନପାଇଁ ସିଲ୍ କରାଯିବା ସହ ନୋଟିସ ଜାରି କରାଯାଇଛି ।ଏମପି ତାଙ୍କ ଜନ୍ମଦିନରେ ସାମାଜିକ ଦୁରତା…

ଶାନ୍ତି ଶୃଙ୍ଖଳାର ସହିତ ରଥଯାତ୍ରା ପରିଚାଳନା ପାଇଁ ଜିଲା ପ୍ରଶାସନର ଚୂଡାନ୍ତ ବୈଠକ

Posted by - June 30, 2022 0
ବୌଦ୍ଧ:୨୯ା୬ 🙁 ଚିତ୍ତରଂଜନସିଂ) ବୌଦ୍ଧର ପ୍ରସିଦ୍ଧ ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଚୂଡାନ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…

ଲିଙ୍ଗେଶ୍ୱର ପୀଠରେ ବୃକ୍ଷ ରୋପଣ ସହ ଯଯାତି ନଗର ପରିକଳ୍ପନାର ଶୁଭାରମ୍ଭ

Posted by - August 7, 2020 0
ଯାଜପୁର ଅଫିସ :ଯାଜପୁର ଓଡିଶାର ପୁରାତନ ରାଜଧାନୀ । ଏହା ଯଯାତି ନଗର ନାମରେ ବେଶ୍ ପରିଚିତ । ଏହାକୁ ପୁନର୍ଜୀବିତ କରିବାକୁ ପ୍ରୟାସ ଆରମ୍ଭ ହୋଇଚ୍ଥି…

ଠିକାଦାରଙ୍କ ଦାୟିତ୍ଵହୀନତା ପାଇଁ ଭୂତଳପୋଲ ନିର୍ମାଣଧୀନ ଗାତରେ ପଡି ଲୋକେ ଦୁର୍ଘଟଣାର ସମ୍ମୁଖୀନ

Posted by - May 6, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ସହରର ଲାଇଫ ଲାଇନ ହେଉଛି ଠିକାଦାର ପଡ଼ା ଠାରୁ ଝାଙ୍କର ପଡ଼ା ଯିବା ଭୂତଳ ପୋଲ ରାସ୍ତା, ବର୍ଷକୁ କେତେ ଥର…