ହରିଶଙ୍କର ମନ୍ଦିରର ୱେବ୍ ସାଇଟ ଲୋକାର୍ପିତ

41 0

ଖପ୍ରାଖୋଲ: ୨୫/୧୧ ( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ର ୱେବ୍ ସାଇଡ ଶୁକ୍ରବାର ଲୋକାର୍ପିତ ହୋଇଯାଇଛି । ଏହି ଅବସରରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ଭବ୍ୟ ସମାରୋହ ବି ଡି ଓ ରଶ୍ମିରଞ୍ଜନ ରାଉତ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଯୋଗଦେଇ ଲୋକାର୍ପିତ କରିଥିଲେ। ସମ୍ମାନିତ ଅତିଥି ରୂପେ ପାଟଣାଗଡ ଉପ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ, ଏ ଇ ମହେଶ ଲାଲ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।

ହରିଶଙ୍କର ମନ୍ଦିର କୁ ନେଇ ଏକ ୱେବ୍ ସାଇଟ୍ ବିଡ଼ିଓ ଙ୍କ ନିଜସ୍ଵ ଉଦ୍ୟମରେ ପ୍ରସ୍ତୁତ କରିଥିବା ବେଳେ ଏହି ୱେବ୍ ସାଇଟ୍ ଦ୍ଵାରା ଜନସାଧାରଣ ହରିଶଙ୍କର ମନ୍ଦିର ସମ୍ପର୍କରେ ବିଭିନ୍ନ ତଥ୍ୟ ଜାଣି ପାରିବା ସହିତ ହରିଶଙ୍କର ରେ ଥିବା ମିଶନ ଶକ୍ତି କାଫେ ଓ ପାନ୍ଥନିବାସ ର ବୁକିଙ୍ଗ ଅନ ଲାଇ କରିପାରିବେ ବୋଲି ଜିଲଲାପାଳ କହିଥିଲେ।

ହରିଶଙ୍କର ପର୍ଯ୍ୟଟନ କ୍ଷେତ୍ର ରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଥିବା ବେଳେ ଏବେ ତାର ଉନ୍ନୟନ କାମ ଆରମ୍ଭ ହୋଇଛି। ମିଶନ ଶକ୍ତି ମହିଳାଙ୍କ ଦ୍ବାରା ପରିଚାଳିତ କାଫେ ରେ ପର୍ଯ୍ୟଟକ କିପରି ଠିକ ସେବା ପାଇପାରିବେ ସେନେଇ କହିଥିଲେ। ଉତ୍ସବରେ ବ୍ଲକ୍ କର୍ମଚାରୀ ସମେତ ମିଶନ ଶକ୍ତି ସଦସ୍ୟା ଉପସ୍ଥିତ ଥିଲେ।

Related Post

ରାଜ୍ୟ ଗୃହ ନିର୍ମାଣ ଅଧକ୍ଷ୍ୟଙ୍କ ଖପ୍ରାଖୋଲ ଅଂଚଳ ଗ୍ରସ୍ତ, ଧଣ୍ଡାମୁଣ୍ଡା ଗାଁ ରେ ବାଣ୍ଟିଲେ ଭତ୍ତା

Posted by - November 3, 2022 0
ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ରାଜ୍ୟ ଗୃହ ନିର୍ମାଣ ନିଗମ ଅଧକ୍ଷ୍ ତଥା ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂ ଦେଓ ବୁଧବାର ଖପ୍ରାଖୋଲ ଅଂଚଳ…

ଜିଲ୍ଲାର ନାର୍ଯ୍ୟ ଦାବୀ ହାସଲ ପାଇଁ ନାଗରୀକ କମିଟି ର ତତ୍ପରତା

Posted by - October 24, 2021 0
ବୌଦ୍ଧ :(ସାମରେଶ ମିଶ୍ର ) ଅପରାହ୍ନ ୪ ଘଣ୍ଟା ସମୟରେ ବୌଦ୍ଧ ସହର ସ୍ଥିତ ମାତଙ୍ଗେଶ୍ଵର ମନ୍ଦିର ପରିସର ମଧ୍ୟରେ ବୌଦ୍ଧ ନାଗରୀକ କମିଟି ସମ୍ପାଦକ ଶ୍ରୀ…

ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ଦୁର୍ଗାଦେବୀ ମନ୍ଦିରରେ କୁଆରୀ ପୁଜା ଅନୁଷ୍ଠିତ

Posted by - October 14, 2021 0
ସୋନପୁର:(ଅଜିତ କୁମାର ପୁଝାରି)ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ଦୁର୍ଗାଦେବୀ ମନ୍ଦିରରେ କୁଆରୀ ପୁଜା ଅନୁଷ୍ଠିତ ହୋଇଯାଇଛି ।ସହରର ପୁରୁଣା ରାଜପ୍ରସାଦ ଭିତରେ ଥିବା ଦୁର୍ଗାଦେବୀ ମନ୍ଦିରରେ କୁଆଁରୀ…

ସମାଜସେବୀ ହରେକୃଷ୍ଣ ଦାସ ସ୍ମୃତି ଚାରଣ ଉତ୍ସବ ଅନୁଷ୍ଠିତ

Posted by - May 14, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ବିଂଝାରପୁର ମାନଧାତା ପାଟଣା ଗାଁ ରେ ସମାଜସେବୀ ହରେକୃଷ୍ଣ ଦାସ ଙ୍କ ସ୍ମୃତି ଚାରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଓଡିଶା କର୍ମଜୀଵୀ ସାମ୍ବାଦିକ ସଂଘ ବୌଦ୍ଧ ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ

Posted by - August 28, 2021 0
ବୌଦ୍ଧ: (ଚିତ୍ତରଂଜନସିଂ)ଓଡିଶା କର୍ମଜୀଵୀ ସାମ୍ବାଦିକ ସଂଘ ବୌଦ୍ଧ ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଆଜି ବୌଦ୍ଧ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇ ଯାଇଛି l ରାଜ୍ୟ…