କଳାହାଣ୍ଡି ରେ ଲାଲ ବାହିନୀର ଆତଙ୍କ ରାଜ , ପୋଲିସ ଇନଫର୍ମର ସନ୍ଦେହ ରେ ଜଣଙ୍କୁ ହତ୍ୟା

68 0

କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲାରେ ନିଜର ଦବଦବା ଜାରି ରଖିଥିବା ବାଘୁନା ସିପିଆଇ ମାଓବାଦୀ ସଂଗଠନ ପୁଣି ରକ୍ତମୁଖା ହୋଇପଡ଼ଛି। ଅନେକ ଦିନର ନୀରବତା ପରେ ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା କରିଛି ଲାଲ ବାହିନୀ।କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଯୁଗସାଏପାଟଣା ପଞ୍ଚାୟତ ର ଦୁର୍ଗମ ପଞ୍ଚକୁଲ ଗ୍ରାମର ଲାଲ ବତୀ ମାଝୀ (୪୮)କୁ ଘରୁ ଉଠାଇ ନେଇ କମଳାଙ୍ଗ ଗାଁ ରେ ହତ୍ୟା କରିଛନ୍ତି

ମାଓବାଦୀ। ଘଟଣାସ୍ଥଳରେ ବଂଶଧାରା – ଘୁମୁସର – ନାଗାବଳୀ ଡିଭିଜନ ପକ୍ଷରୁ ଏକ ପୋଷ୍ଟର ମରାଯାଇଛି। ଏହା ମାଧ୍ୟମ ରେ ପୋଲିସ କୁ ଖବର ଦେଉଥିବା ରୁ ଲାଲ ବତୀ କୁ ଦଣ୍ଡ ଦିଆଯାଇଛି ବୋଲି ଉଲ୍ଲେଖ କରିବା ଅଞ୍ଚଳର କିଛି ଲୋକ ପୋଲିସ ଇନଫର୍ମର ଭାବେ କାର୍ଯ୍ୟ କରୁଥିବା ରୁ ସେମାନଂକୁ ମଧ୍ଯ ଦଣ୍ଡ ଦିଆଯିବ ବୋଲି ଚେତାବନୀ ଦିଆଯାଇଛି।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କମ୍ବିଂ ଅପରେଶନ ଜାରି ରହିଛି। ଗତକାଲି ବଲାଙ୍ଗୀର ଗନ୍ଧମାର୍ଦ୍ଦନ ପାହାଡରେ ପୋଲିସ ଓ ନକ୍ସଲ ଙ୍କ ଗୁଳି ବିନିମୟ ଯୋଗୁଁ ଦୁଇ ମହିଳା ନକ୍ସଲ ନିହତ ହୋଇଥିଲେ।

Related Post

ଆସୁଛି ବାତ୍ୟା ଜୱାଦ୍:ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ର ସମ୍ଭାବନା କୁ ନେଇ ଜିଲ୍ଲାପାଳମାନଙ୍କୁ ସତର୍କ କଲେ ଏସ.ଆର୍.ସି.

Posted by - December 1, 2021 0
ଭୁବନେଶ୍ବର/କଳାହାଣ୍ଡି::(ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକ)ବିଭିନ୍ନ ପାଣିପାଗ ବିଶେଷଜ୍ଞ ଙ୍କ ଆକଳନ ଅନୁଯାୟୀ ନଭେମ୍ବର ୩୦ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର ।…

ଅନୁଗୁଳରେ ପହଞ୍ଚିଲା ୧୬୫୦ ପ୍ରବାସୀ ଓଡିଆ ଙ୍କ ପ୍ରଥମ ଟ୍ରେନ

Posted by - May 25, 2020 0
ଅନୁଗୁଳୁ :(ମହେଶ ଭୋମରାଜ)ଗୁଜୁରାଟ ଭଲସାତରୁ ୧୬୫୦ ଜଣ ପ୍ରବାସୀ ଓଡିଆଙ୍କୁ ନେଇ ଆଜି ପହଞ୍ଚିଲା ସ୍ଵତନ୍ତ୍ର ଶ୍ରମିକ ଟ୍ରେନ । ଏଥିରେ ୨୪ ଟି ଜିଲ୍ଲା ସମେତ…

ଗୋଆ ମୁଖ୍ୟମନ୍ତ୍ରୀ ପାରିକରଙ୍କ ପରଲୋକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣାଇଲେ ଶୋକ

Posted by - March 17, 2019 144
ପୂର୍ବତନ ରକ୍ଷାମନ୍ତ୍ରୀ ମନୋହର ପାରିକରଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଜଂନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ…

ଯାଜପୁରରେ ନବ ନିର୍ମାଣ ପକ୍ଷରୁ ବନ୍ଦ ଡାକରା 

Posted by - July 19, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ବିଜେପି ଛାତ୍ରୀ ରୁଚିକାକୁ ନ୍ୟାୟ ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଥିଲା। ମୃତ୍ୟୁକୁ ଦୁଇ…

କୋରନା ମୁକାବିଲା ପାଇଁ ସାହାଯ୍ୟ ର ହାତ ବଢ଼ାଇଲେ ପବିତ୍ର ପାତ୍ର

Posted by - April 1, 2020 370
ଭୁବନେଶ୍ୱର,୩୧ା୩(ବ୍ୟୁରୋ)-ଓଡ଼ିଶାରେ କୋରନା ମୁକାବିଲା ପାଇଁ ବିଭିନ୍ନ ବ୍ୟକ୍ତିବିଶେଷ ପକ୍ଷରୁ  ବିଭିନ୍ନ ପ୍ରଶାସକ ପ୍ରଶାସନ ମାଧ୍ୟମରେ ଆର୍ଥିକ ସହଯୋଗ କରା ଯାଉଛି । ଆଜି ଏହି ପରିପ୍ରେକ୍ଷୀରେ ଭୁବନେଶ୍ବର ଉପକଣ୍ଠ…