Breaking News
1:07 pmସମ୍ବଲପୁର : ସମ୍ବଲପୁର ଶାସନ କେନାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ସମେତ ୭ ମୃତ, ୨ ଆହତ,ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ 1:04 pmବଡ଼ମ୍ବା ବନ ବିଭାଗ ହାଜତ ମୃତ୍ୟୁ ଘଟଣା : ମାନବାଧିକାର ଅୟୋଗଙ୍କ ରିପୋର୍ଟ ତଲବ 1:03 pmମହାନଦୀ ଜଳ ବିବାଦର ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ ଟୁକୁନି ସାହୁ 1:03 pmପିପିଲି : ପୁରୀକୁ ଚାଲାଣ ହେଉଥିବା ବେଳେ ଜବତ ହେଲା ଏକ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ 1:01 pmଆସନ୍ତାକାଲି ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ନବ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ନବୀନ। ଝାରସୁଗୁଡ଼ା ଉପନିର୍ବାଚନ ସହ ସାଙ୍ଗଠନିକ ଆଲୋଚନା କରିବେ ନବୀନ। ସନ୍ଧ୍ୟା ୭ଟାରେ ନବୀନ ନିବାସରେ ବୈଠକ

୨୬ ରୁ ଭିଏସ୍‌ଏସ୍‌ରେ କୁଚବେ​ହାର ଟ୍ରଫି

61 0

ସମ୍ବଲପୁର: ୨୪/୧୧( ରମାକାନ୍ତ ବିଶ୍ବାଳ) ଆସନ୍ତା ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍‌ରେ ଓଡ଼ିଶା ଓ ହରିଆଣା ମଧ୍ୟରେ ୧୯ ବର୍ଷରୁ କମ୍ କୁଚବେହାର ଟ୍ରଫି ମ୍ୟାଚ୍ ଖେଳାଯିବ I ଓଡ଼ିଶା ନିଜ ପ୍ରଥମ ମ୍ୟାଚ୍‌ରେ ବିହାର ବିପକ୍ଷରେ ପାଳି ଆଗୁଆ ହୋଇଥିଲାବେଳେ ଦ୍ବିତୀୟ ମ୍ୟାଚ୍‌ରେ ମଣିପୁର ବିପକ୍ଷରେ ପାଳି ବିଜୟ ଲାଭ କରିଥିଲା I କିନ୍ତୁ, ଗତ ସପ୍ତାହରେ ଅନୁଷ୍ଠିତ ନିଜ ତୃତୀୟ ମ୍ୟାଚ୍‌ରେ ଆନ୍ଧ୍ର ପ୍ରଦେଶଠାରୁ ଗୋଟିଏ ପାଳି ଓ ୬୪ ରନ୍‌ରେ ଶୋଚନୀୟ ଭାବେ ପରାଜିତ ହୋଇଥିଲା I

ତେଣୁ ପ୍ରତିଯୋଗିତାରେ ତିଷ୍ଟି ରହିବା ନିମନ୍ତେ ଘରୋଇ ଦଳ ପାଇଁ ସମ୍ବଲପୁର ମ୍ୟାଚ୍‌ ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହେବ I ବୁଧବାର ରାତିରେ ଓଡ଼ିଶା ଦଳ ସମ୍ବଲପୁର ପହଞ୍ଚିଥିବାବେଳେ ଗୁରୁବାର ହରିଆଣା ଦଳ ଆସିବ। ଓଡ଼ିଶା ଦଳ ହୋଟେଲ୍‌ ଗ୍ରାଣ୍ଡ ଶିବା ଓ ହରିଆଣା ଦଳ ହୋଟେଲ୍‌ ରିଜେଣ୍ଟା ଇନ୍‌ରେ ଅବସ୍ଥାନ କରିବେ I କରୋନା ପାଇଁ ୨ ବର୍ଷ ଧରି କୌଣସି ବଡ଼ ଖେଳ ହୋଇ ନଥିବା ସମ୍ବଲପୁରରେ ଏହି ମ୍ୟାଚ୍‌ ପାଇଁ ଉତ୍ସାହ ଦେଖାଦେଇଛି I ଏଥି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ସମ୍ବଲପୁର ଜିଲ୍ଲା କ୍ରୀଡ଼ା ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି I ବୁଧବାର ସଂଧ୍ୟାରେ ଭିଏସ୍‌ଏସ୍‌ ଷ୍ଟାଡିୟମ୍‌ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ମ୍ୟାଚ୍ ସଂପର୍କରେ ସୂଚନା ଦେଇ ଜିଲ୍ଲା କ୍ରୀଡ଼ା ସଂଘର ଉପସଭାପତି ଦୁଲାଲ ଚନ୍ଦ୍ର ପ୍ରଧାନ କହିଲେ, ଝାରସୁଗୁଡ଼ାରେ ବିମାନ ବନ୍ଦର କାର୍ଯ୍ୟକ୍ଷମ ହୋଇଥିବାରୁ ଏଥର ସମ୍ବଲପୁରକୁ ରଣଜୀ ସମେତ ସବୁ ବୟସ ବର୍ଗର ମ୍ୟାଚ୍ ଦେବାକୁ ଆମେ ଓଡ଼ିଶା କ୍ରିକେଟ୍ ସଂଘକୁ ଅନୁରୋଧ କରିଥିଲୁ I

ଆମ ଅନୁରୋଧ ରକ୍ଷା କରି ଓସିଏ ପ୍ରଥମେ ହରିଆଣା ବିପକ୍ଷ କୁଚବେହାର ଟ୍ରଫି ମ୍ୟାଚ୍ ଆୟୋଜନର ସୁଯୋଗ ଦେଇଛି। ମ୍ୟାଚ୍‌ ପାଇଁ ପିଚ୍‌, ପଡ଼ିଆ ଓ ପ୍ୟାଭିଲିୟନ୍‌ର ଆବଶ୍ୟକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି I ଏହି ମ୍ୟାଚ୍‌ ପାଇଁ ସମ୍ବଲପୁରର ଯୁବ ବ୍ୟାଟ୍‌ସମ୍ୟାନ୍ ଅଭିନବ ନନ୍ଦ ପ୍ରଥମ ଥର ଓଡ଼ିଶା ଦଳରେ ସାମିଲ ହୋଇଥିବାବେଳେ ସମ୍ବଲପୁରର ବରିଷ୍ଠ ଖେଳାଳି ତଥା ଅମ୍ପାୟାର୍‌ ଅବିନାଶ ନନ୍ଦ ମ୍ୟାନେଜର୍‌ ଭାବେ ସୁଯୋଗ ପାଇଛନ୍ତି। ଝାରସୁଗୁଡ଼ାର ପୂର୍ବତନ ରଣଜୀ ତାରକା ଶୋଭନ ଦେବ ଓଡ଼ିଶା ଦଳର କୋଚ୍ ଅଛନ୍ତି। ପିଚ୍‌, ପଡ଼ିଆ ସହ ବର୍ତ୍ତମାନ ପାଗ ଭଲ ଥିବାରୁ ୪ ଦିନ ଧରି ଭଲ କ୍ରିକେଟ୍ ଦେଖିବାକୁ ମିଳିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ I ଜିଲ୍ଲା କ୍ରୀଡ଼ା ସଂଘ ସଂପାଦକ ସୁନୀଲ ସାହୁ ପ୍ରାରମ୍ଭିକ ସୂଚନା ଦେଇଥିବା‌େ‌ବଳେ ଉପସଭାପତି ସାବିର ଅହମ୍ମଦ ଧନ୍ୟବାଦ ଦେଇଥିଲେ I ସାମ୍ବାଦିକ ସମ୍ମିଳନୀରେ କ୍ରିକେଟ୍ ସଂପାଦକ ଅବିନାଶ ନନ୍ଦ, ଦୌଡ଼କୁଦ ସଂପାଦକ ବିକାଶ ମିଶ୍ର, କାର୍ଯ୍ୟକାରିଣୀ ସଦସ୍ୟ ରତିକାନ୍ତ ମହାନ୍ତି, ଶାନ୍ତନୁ ନନ୍ଦ, ବିଭୂତି ମିଶ୍ର, ମହମ୍ମଦ ଇସାକ୍ ଏବଂ ପଦ୍ମନାଭ ନାଏକ ପ୍ରମୁଖ ଉପସ୍ଥିତ ଥିଲେ I

Related Post

ବୌଦ୍ଧ ରେ ନବ ବର୍ଷ କୁ ସ୍ୱାଗତ

Posted by - January 4, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଛତରଙ୍ଗ କ୍ଲଷ୍ଟର ଅନ୍ତର୍ଗତ ତୁକୁଲୁଣ୍ଡା ଉଚ୍ଚପ୍ରାଥମିକ ବିଦ୍ୟାଳୟ ରେ ଆଜି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜଟେନ୍ଦ୍ର ଇଂରାଜୀ ନବବର୍ଷ କୁ…

ଝରିଗୁଡା ଗ୍ରାମରେ ମହିଳାଙ୍କ ହତ୍ୟା ଅଭିଯୋଗରେ ସ୍ୱାମୀଙ୍କୁ ଗିରଫ କରି ନେବା ସମୟରେ ପୋଲିସ ହତସନ୍ତ

Posted by - July 19, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଝରିଗୁଡା ଗାଁରେ ସ୍ୱାମୀ ସୁଶୀଲ ନାଗ ତା ସ୍ତ୍ରୀ ବଦ୍ରିକା ପନକା କୁ ହତ୍ୟା କରିବା…

ତେଲେନପାଲି ରେ ବିଶ୍ଵ ଆଦିବାସୀ ଦିବସ ପାଳିତ,ସମସ୍ତ ଆଦିବାସୀ ସଂଗଠିତ ହେବାକୁ ଆହ୍ବାନ

Posted by - August 10, 2022 0
ଖପ୍ରାଖୋଲ: ୯/୮ ( ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ତେଲେନପାଲି ଠାରେ ବିଶ୍ଵ ଆଦିବାସୀ ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି । ଆଦିବାସୀ କର୍ମଚାରୀ ସଂଘ…

ପ୍ରଧାନମନ୍ତ୍ରୀ ଅଣୁ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ସଂଗଠୀକରଣ ଯୋଜନାକୁ ନେଇ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ

Posted by - May 25, 2022 0
ସୋନପୁର :(ଅଜିତ କୁମାର ପୁଜାହାରି) ସୁବର୍ଣ୍ଣପୁର ଜିଲ୍ଲା ଶିଳ୍ପ କେନ୍ଦ୍ର ଦ୍ବାରା ଆଜି ନୂତନ ଟାଉନହଲ ଠାରେ ପ୍ରଧାନମନ୍ତ୍ରୀ ଅଣୁ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ସଂଗଠୀକରଣ ଯୋଜନା…

ଶିକ୍ଷକଙ୍କ ନିଆରା ଅବସର କାଳିନ ସମ୍ବର୍ଦ୍ଧନl

Posted by - July 1, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ଵାଳ ) ସମ୍ବଲପୁର ତବଳା ଗ୍ରାମରେ ଦେଖିବାକୁ ମିଳିଛି ଶିକ୍ଷକ ଙ୍କ ନିଆରା ଅବସର କାଳିନ ସମ୍ବର୍ଦ୍ଧନl କାର୍ଯ୍ୟକ୍ରମ । ତବଳା ଠାରେ ଆଞ୍ଚଳିକ ଉଚ୍ଚବିଦ୍ୟାଳୟ…