Breaking News
1:07 pmସମ୍ବଲପୁର : ସମ୍ବଲପୁର ଶାସନ କେନାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ସମେତ ୭ ମୃତ, ୨ ଆହତ,ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ 1:04 pmବଡ଼ମ୍ବା ବନ ବିଭାଗ ହାଜତ ମୃତ୍ୟୁ ଘଟଣା : ମାନବାଧିକାର ଅୟୋଗଙ୍କ ରିପୋର୍ଟ ତଲବ 1:03 pmମହାନଦୀ ଜଳ ବିବାଦର ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ ଟୁକୁନି ସାହୁ 1:03 pmପିପିଲି : ପୁରୀକୁ ଚାଲାଣ ହେଉଥିବା ବେଳେ ଜବତ ହେଲା ଏକ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ 1:01 pmଆସନ୍ତାକାଲି ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ନବ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ନବୀନ। ଝାରସୁଗୁଡ଼ା ଉପନିର୍ବାଚନ ସହ ସାଙ୍ଗଠନିକ ଆଲୋଚନା କରିବେ ନବୀନ। ସନ୍ଧ୍ୟା ୭ଟାରେ ନବୀନ ନିବାସରେ ବୈଠକ

ଭୈରବ ଡିଗ୍ରୀ ମହାବିଦ୍ୟାଳୟ ର ନୂତନ ଶ୍ରେଣୀ ଗୃହ ଉଦଘାଟିତ

74 0

ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କୋରାପୁଟ ଜିଲ୍ଲା ଅନ୍ତର୍ଗତ ବୋରିଗୁମ୍ମା ସ୍ଥିତ ଭୈରବ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଆଜି ଅତିରିକ୍ତ ନୂତନ ଶ୍ରେଣୀ ଗୃହ ଉଦଘାଟିତ ହୋଇଯାଇଛି।ବିଇଡିଟି ର ସଭାପତି ରାମଚନ୍ଦ୍ର ପାଢ଼ୀ ଙ୍କ ସଭାପତିତ୍ୱ ରେ ଆୟୋଜିତ ଉଦଘାଟନି ସଭାରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗ ଦେଇଥିଲେ।ବୋରିଗୁମ୍ମା ଅଞ୍ଚଳ ର ଶିକ୍ଷାର ଉନ୍ନତି ପାଇଁ ସେ ପ୍ରତିଶୃତିବଦ୍ଧ ବୋଲି ନିଜ ବକ୍ତବ୍ୟରେ କହିଥିଲେ।ଯଦି କଲେଜ ରେ ଏନସିସି ହେଲେ ସେ ନିଜ ପ୍ରଚେଷ୍ଟା ରେ ଅତିରିକ୍ତ ଶ୍ରେଣୀ ନିର୍ମାଣ ପାଇଁ ଚେଷ୍ଟା କରିବେ ବୋଲି କହିଥିଲେ।

ଭୈରବ ଡିଗ୍ରୀ ମହାବିଦ୍ୟାଳୟ ରେ ହୋମ ସାଇନ୍ସ ବିଷୟ ଖୋଲିବା ଉପରକୁ ଗୁରୁତ୍ୱ ଦିଅନ୍ତୁ ବୋଲି କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବିଇଡିଟି ସମ୍ପାଦକ କେ.ନାଗରାଜ ଦୋରା ନିଜ ବକ୍ତବ୍ୟ ରେ କହିଥିଲେ ଯେ ବିଧାୟକ ଙ୍କ ଉଦ୍ୟମ ଯୋଗୁଁ ଆଜି ଡିଗ୍ରୀ ମହାବିଦ୍ୟାଳୟ ର ଉନ୍ନତି ହୋଇପାରିଛି।ସବୁବେଳେ ବିଧାୟକ ଡିଗ୍ରୀ ମହାବିଦ୍ୟାଳୟ ର ଉନ୍ନତି କାମନା କରିଥିବାରୁ ବିଧାୟକ ଶ୍ରୀ ବାହିନୀପତି ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ବିଇଡିଟି ର ଯୁଗ୍ମ ସମ୍ପାଦକ ସୁବାସ ଚନ୍ଦ୍ର ନାୟକ,ସଭ୍ୟ ପି.ଗଣପତି ରାଓ,ଶିକ୍ଷାବିତ ଲଷ୍ମୀ ନାରାୟଣ ପଟନାୟକ, ବ୍ଳକ ଉପାଧ୍ୟକ୍ଷ ରାଧାକାନ୍ତ ସାମନ୍ତରାୟ, ସମିତି ସଭ୍ୟା ପ୍ରିୟଙ୍କା ରଥ ପ୍ରମୁଖ ଉପସ୍ଥିତ ଥିଲେ।ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଭି.ଚିରଞ୍ଜିବି ପଟନାୟକ ଓ ଅଧ୍ୟାପକ ଡ଼.ସଦାଶିବ ତ୍ରିପାଠୀ ଉଦଘାଟନ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଅଧ୍ୟାପକ ସୌମେନ୍ଦ୍ର କୁମାର ସ୍ବାଇଁ, ଅଧ୍ୟାପିକା ସନ୍ତୋସିନୀ ପାଢ଼ୀ,ଅନୁପ୍ରିୟା ବାଲା, କର୍ମଚାରୀ ଜଗଦୀଶ ପାଣିଗ୍ରାହୀ, ଦେବେନ୍ଦ୍ର ନାଥ ପଣ୍ଡା, ପି.ଗୁପ୍ତେଶ୍ଵର ରାଓ ଓ ଲଷ୍ମୀ ପଣ୍ଡା ସହଯୋଗ କରିଥିଲେ।

Related Post

ଗୋବିନ୍ଦ ବାଟିକା ଠାରେ୧୭ ତାରିଖରୁ ଭାଗବତ ଶ୍ରୀମଦ୍ ଭାଗବତ ମାହାତ୍ମ୍ୟ କଥା ଏବଂ ମଙ୍ଗଳା ଚରଣ

Posted by - December 18, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ସହରବାସୀଙ୍କ ନିମନ୍ତେ ଶିବ ପ୍ରସାଦ ଏଣ୍ଡ ସନସ ଦ୍ଵାରା ସାତ ଦିନ ବ୍ୟାପି ପ୍ରତି ଦିନ ଅପରାହ୍ନ ତିନିଟା ରୁ ସନ୍ଧ୍ୟା ସାତଟା…

ବୌଦ୍ଧ ଜିଲ୍ଲା ଲଢୁଆ ଯୁବନେତା ଅବକାଶ ସାହୁ ହେଲେ ଯୁବସଂଘର ସର୍ବଭାରତୀୟ ଉପସଭାପତି.

Posted by - January 11, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଭାରତ ବର୍ଷର ସର୍ବପ୍ରଥମ ଓ ସର୍ବବୃହତ ଯୁବ ସଂଗଠନ ଅଖିଳ ଭାରତ ଯୁବସଂଘ (AIYF)ର ଜାତୀୟ ସମ୍ମିଳନୀ ଚଳିତ ଜାନୁୟାରୀ ୦୭ତାରିଖରୁ ୧୦ତାରିଖ ପର୍ଯ୍ୟନ୍ତ…

ଦୁଇଟି ସ୍ଥାନରୁ ୬୫ କିଲୋ ଗଂଜେଇ, କାର ଓ ବାଇକ ଜବତ ସହ ୪ ଗଞ୍ଜେଇ ମାଫିଆକୁ ଗିରଫ

Posted by - May 23, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ) ଭିନ୍ନ ଭିନ୍ନ ଦୁଇଟି ସ୍ଥାନରୁ ବିପୁଳ ପରିଣାମର ଗଂଜେଇ ସହ ଚାଲାଣ ରେ ବ୍ୟବହୃତ କାର ଓ ବାଇକ ଜବତ ସହ୪ ଜଣ…

ସଫା ହେଲା ଭାଲୁମୁଣ୍ଡା ସାହୁ ପଡା ଡ୍ରେନ

Posted by - May 11, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର)ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ସାହୁ ପଡା ଡ୍ରେନ ଦୀର୍ଘ ଦିନରୁ ଶୋଚନୀୟ ଅବସ୍ଥା ରେ ପଡିରହିଥିଲା । ଫଳରେ ଅଳ୍ପ ବର୍ଷା…

ସମ୍ବଲପୁର ବ୍ରହ୍ମପୁର ରେଳପଥ ସୋନପୁର ଦେଇ ଯିବାପାଇଁ ଦାବି

Posted by - February 14, 2022 0
ସୋନପୁର::(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ସହର ର ସଚେତନ ନାଗରିକ ତଥା ବୁଦ୍ଧିଜୀବୀ ମାନଙ୍କର ଏକ ବୈଠକ ସିତାଂଶୁ ଶେଖର ମିଶ୍ରଙ୍କ ଅଧ୍ୟକ୍ଷତାରେ ମେହେର ପାର୍କ୍ସ ରେ ଅନୁଷ୍ଠିତ…