ଖପ୍ରାଖୋଲ: ୨୩/୧୧ ( ତାପସ ରଞ୍ଜନ ବେହେରା) ସ୍ଥାନୀୟ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟଳୟ ସମ୍ମୁଖରେ ଅଙ୍ଗନୱାଡ଼ି କାର୍ମି ମାନେ ୫ ଦଫା ଦାବି ନେଇ ବୁଧବାର ଧାରଣା ଦେଇଥିଲେ ।
ଦାବି ଗୁଡ଼ିକ ମଧ୍ୟରେ ଅଙ୍ଗନୱାଡ଼ି କର୍ମୀଙ୍କୁ ସରକାରୀ କର୍ମଚାରୀ ଘୋଷଣା , ଅଙ୍ଗନୱାଡ଼ି ମାସିକ ୧୮ ହଜାର ଏବଂ ସହଜିକା ଙ୍କୁ ୯ ହଜାର ଟଙ୍କା ଦରମା ପ୍ରଦାନ , ମିନି ଅଙ୍ଗନୱାଡ଼ି କର୍ମୀ ଙ୍କୁ ମୁଖ୍ୟ ଅଙ୍ଗନୱାଡ଼ି କର୍ମୀ ଘୋଷଣା , ଅଙ୍ଗନୱାଡ଼ି କର୍ମୀ ଙ୍କ ପାଇଁ ଇ ପି ଏଫ୍ , ଇ ଏସ ଆଇ ସି ଏବଂ ଗ୍ରଚୁଟି ଲାଗୁ ଓ ନୂତନ ଶିକ୍ଷା ନିତି ଅନୁସାରେ ସମସ୍ତଙ୍କୁ ପ୍ରି ପ୍ରାଇମେରୀ ଶିକ୍ଷୟିତ୍ରୀ ମାନ୍ୟତା ପ୍ରଦାନ ଦାବି ରଖିଥିଲେ ।
ଏହି ଅବସରରେ ଅଙ୍ଗନୱାଡ଼ି କର୍ମୀ ବ୍ଲକ ସଭା ନେତ୍ରୀ ମଞ୍ଜୁଲତା ବେହେରା , ଯୋସ୍ନା ମଲ୍ଲିକ , ଟୁନି ବେହେରା , ରୋଜି ମେହେର , ମମତା ଶଗଡ଼ିଆ ସମେତ ଶତାଧିକ ଅଙ୍ଗନୱାଡ଼ି ଓ ସହଜିକ ଉପସ୍ଥିତ ଥିଲେ।