ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ୫୭ନମ୍ବର ଜାତୀୟ ରାଜପଥ କଲାପଥର ଛକ ନିକଟରେ ଘଟିଛି ଏକ ମର୍ମନ୍ତୁତ ସଡ଼କ ଦର୍ଘଟଣା । ବାଇକ୍ କୁ ପିଟିଲା ବସ, ସ୍ତୀ ମୃତ ସ୍ବାମୀ ଗୁରୁତର,ମୃତକ ହେଲେ ଖୁଜେନପାଲି ଗ୍ରାମର ପୁଷ୍ପାଞ୍ଜଳୀ ବାଘ । ଆଜି ସକାଳୁ ଉଭୟ ସ୍ବାମୀ ସ୍ତ୍ରୀ ନିଜ ଗାଁରୁ ଗତରକେଲା ଶିବମନ୍ଦିର କୁ ଦର୍ଶନ କରିବା ପାଇଁ ଏକ ବାଇକରେ ଆସୁଥିଲେ ।
ହେଲେ କଲାପଥର ଆଗରେ ବୁଲାଣି ରାସ୍ତା ରେ ବଲାଙ୍ଗିର ପଟରୁ ଆସୁଥିବା ଏକ ଘରୋଇ ବସ୍ ଏମାନଙ୍କୁ ଧକ୍କା ଦେଇଥିଲା । ଉଭୟ ସ୍ବାମୀ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଦମକଳ ବାହିନୀ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ଆଣିଥିଲେ ଓ ସେଠାରେ ଗୀତାଞ୍ଜଳୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ସ୍ବାମୀ ଗିରିଧାରୀ ବାଘ ଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି।