Breaking News
1:07 pmସମ୍ବଲପୁର : ସମ୍ବଲପୁର ଶାସନ କେନାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ସମେତ ୭ ମୃତ, ୨ ଆହତ,ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ 1:04 pmବଡ଼ମ୍ବା ବନ ବିଭାଗ ହାଜତ ମୃତ୍ୟୁ ଘଟଣା : ମାନବାଧିକାର ଅୟୋଗଙ୍କ ରିପୋର୍ଟ ତଲବ 1:03 pmମହାନଦୀ ଜଳ ବିବାଦର ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ ଟୁକୁନି ସାହୁ 1:03 pmପିପିଲି : ପୁରୀକୁ ଚାଲାଣ ହେଉଥିବା ବେଳେ ଜବତ ହେଲା ଏକ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ 1:01 pmଆସନ୍ତାକାଲି ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ନବ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ନବୀନ। ଝାରସୁଗୁଡ଼ା ଉପନିର୍ବାଚନ ସହ ସାଙ୍ଗଠନିକ ଆଲୋଚନା କରିବେ ନବୀନ। ସନ୍ଧ୍ୟା ୭ଟାରେ ନବୀନ ନିବାସରେ ବୈଠକ

ଦ୍ବିତୀୟ ମା ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଉଦ୍ଘାଟିତ

1460 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ପୁରୁଣାକଟକ ମିନି ଷ୍ଟାଡିୟମ ଠାରେ ଚଳିତ ବର୍ଷ ଦ୍ବିତୀୟ ମା ଭୈରବୀ ମହୋତ୍ସବ ଉଦଘାଟିତ ହୋଇଯାଇଛି। ପ୍ରଥମେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ମନ୍ଦିର ପ୍ରାଙ୍ଗଣ ଠାରୁ ମାଁ ଙ୍କ ଜ୍ୟୋତି ଓ ପ୍ରତିମା କୁ ନେଇ ଏକ ବିରାଟ ପଟୁଆର ସହିତ ଢୋଲ ମହୁରୀ,ଦଣ୍ଡ ନୃତ୍ୟ, ଏବଂ ବିଭିନ୍ନ ସାଂସ୍କୃତିକ ନୃତ୍ୟ ଗୀତ ରେ ହଜାର ହଜାର ଶ୍ରଦ୍ଧାଳୁ ଙ୍କୁ ନେଇ ମହୋତ୍ସବ ପଡ଼ିଆ କୁ ଶୋଭାଯାତ୍ରା ଟି ପହଂଚି ଥିଲା। ପ୍ରଥମେ ମୁଖ୍ୟ ଅତିଥି ଓଡିଶା ସରକାରଙ୍କ ମାନ୍ୟବର ଜଙ୍ଗଲ ପରିବେଶ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଙ୍କ ଦ୍ଵାରା ମାଁ ଙ୍କ ଠାରେ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ମହୋତ୍ସବ କୁ ଉଦଘାଟିତ କରିଥିଲେ l

ଅନ୍ୟପଟେ ସମ୍ମାନିତ ଅତିଥି ଭାବେ ବୌଦ୍ଧ ଜିଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁ, ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ପ୍ରହଲ୍ଲାଦ ସାହାଇ ମୀନା, MGM ଗ୍ରୁପ୍ ଲୋକାପଡା ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ତନୁଜ ମହାନ୍ତି, ଭୁବନେଶ୍ବର ସାଇକୃପା ଚାରି ଟେବୁଲ ଟ୍ରଷ୍ଟ ର ଅଧ୍ୟକ୍ଷ ଶ୍ରୀ ସଦାଶିବ ଦାସ, ମହୋତ୍ସବ କମିଟିର ସଭାପତି ଶ୍ରୀ ଅଶୋକ କୁମାର ଅଗ୍ରୱାଲା, ମନ୍ଦିର ପରିଚାଳନା କମିଟିର ସଭାପତି ଶ୍ରୀ ସୁରେନ ପ୍ରଧାନ, ଓ ମହୋତ୍ସବ କମିଟିର ସମ୍ପାଦକ ଶ୍ରୀଯୁକ୍ତ ଅଶୋକ କୁମାର ସେଠୀ ପ୍ରମୂଖ ମଞ୍ଚାସୀନ ଥିଲେ। ଏହି ଅବସରରେ ମହୋତ୍ସବ ର ଉଦ୍ଘାଟିତ ସନ୍ଧ୍ୟାରେ ନଟରାଜ କଳା ପରିଷଦ ଫୁଲବାଣୀ ପକ୍ଷରୁ ଓଡ଼ିଶୀ ନୃତ୍ୟ, ସୁନ୍ଦରଗଡ଼ ରୁ ଆସିଥିବା ସମ୍ବଲପୁରୀ ନୃତ୍ୟ, ସୋସିଆଲ ମିଡିଆ ର ଭାଇରାଲ କଳାକାର ଙ୍କ ଦ୍ଵାରା ଝୁଲ ରେ ନିତାଇ ଝୁଲ, ଭୈରବୀ ଡିଗ୍ରୀ କଲେଜ ର ଛାତ୍ରଛାତ୍ରୀ ଙ୍କ ଦ୍ଵାରା ନୃତ୍ୟ ଗୀତ ଏବଂ ସୁନାମ ଧନ୍ଯ କଣ୍ଠଶିଳ୍ପୀ ଙ୍କ ଦ୍ଵାରା ସଙ୍ଗୀତ ପରିବେଶ ର କାର୍ଯ୍ୟ କ୍ରମ କରାଯାଇଥିଲା l

ଦୁଇ ବର୍ଷ ହେଲା କରୋନା ମହାମାରୀ ପାଇଁ ମହୋତ୍ସବ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ମହୋତ୍ସବ ର ପ୍ରଥମ ଶୀତୁଆ ସନ୍ଧ୍ୟାରେ ମୀନା ବଜାର, ପଲ୍ଲୀଶ୍ରୀ ମେଳା ଓ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ର ଷ୍ଟଲ୍ ଗୁଡିକରେ ଦର୍ଶକ ବେଶ୍ ଭିଡ଼ ପରିଲକ୍ଷିତ ହୋଇଥିଲା। ଉଦଘାଟିତ ପ୍ରଥମ ସନ୍ଧ୍ୟାରେ ମହୋତ୍ସବ ର ସମ୍ପାଦକ ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ମହୋତ୍ସବ ର ସ୍ମରଣିକା ଅତିଥି ଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା l ଭୈରବୀ ଡିଗ୍ରୀ କଲେଜ ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରେଣୀଆ ମଞ୍ଚ ପରିଚାଳନା କରିଥିବା ବେଳେ କମିଟିର ସଦସ୍ୟ ବାଳକୃଷ୍ଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରଥମ ସନ୍ଧ୍ୟାରେ ମହୋତ୍ସବ କମିଟିର ଆବାହକ ଶ୍ରୀ ସୁକାନ୍ତ ପଟ୍ଟନାୟକ ଙ୍କ ସମେତ, ବିଭୁଦତ୍ତ ବୋଷ, , ସତୀଶ ବେହେରା, ସଜନ ଅଗ୍ରୱାଲା, କୈଳାସ ଅଗ୍ରୱାଲା, ସୁକାନ୍ତ ଦାସ, ମନୋଜ କୁମାର ସାହୁ, ମନୋଜ ପାଢି,ଶୁଭଜିତ୍ ପ୍ରଧାନ, ସୁବାସ କୁମାର ପ୍ରଧାନ, ପୁରନ୍ଦର ଠେଲା, ଅମୂଲ୍ୟ ମିଶ୍ର, ବିଜୟ କହ୍ନର, ସତ୍ୟ ନାୟକ ପ୍ରମୁଖ କମିଟି ଅନନ୍ୟ ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଉକ୍ତ ଦ୍ୱିତୀୟ ରାଜ୍ୟ ସ୍ତରୀୟ ମାଁ ଭୈରବୀ ମହୋତ୍ସବ ଟି ମଙ୍ଗଳବାର ଦିନ ଠାରୁ ଆରମ୍ଭ ହୋଇ ଆସନ୍ତା 27 ତାରିଖ ରବିବାର ଦିନ ପର୍ଯ୍ୟନ୍ତ ଚାଲିବା ନେଇ କମିଟି ପକ୍ଷରୁ ସୂଚନା ମିଳିଛି।

Related Post

ଧଣ୍ଡାମୁଣ୍ଡା ଗାଁ ରେ ଦୁଇ ଦିନ ହେଲା ପଡ଼ିରହିଛି ମୃତ ଦେହ , ଦାଦନ ପୁଅ ଫେରିଲେ ହେବ ଶବ ସତ୍କାର

Posted by - October 12, 2022 0
ଖପ୍ରାଖୋଲ  : (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ୍ ଧଣ୍ଡାମୁଣ୍ଡା ଗାଁ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଗାଁ ର ପୁରନ୍ଦର ରଣା (ପନରୁ)(୫୫)ର…

ଧର୍ମଗଡ ଠାରେ ସମ୍ବିଧାନ ଦିବସ ପାଳନ ଓଏସଏସ ର ଚାରିଦିନିଆ ଅଧିକାର ସଚେତନା ମଟର ସାଇକେଲ ରେଲି ପରିସମାପ୍ତି

Posted by - November 27, 2022 0
ଧର୍ମଗଡ: ୨୭ /୧୧ (ହେମନ୍ତ କୁମାର ମାଝୀ)ଅଲ ଓଡିଶା ସିଡୁଲ୍ଡ କାଷ୍ଟ ଫେଡେରେସନ ଓ ଏସସି, ଏସଟି ଓବିସି ମହାସଙ୍ଘ ତରଫରୁ ଧର୍ମଗଡ ଆମ୍ବେଦକର ପ୍ରତିମୂର୍ତ୍ତି ସମ୍ମୁଖରେ…

ବୌଦ୍ଧରେ 5ଟିର ପ୍ରଧାମ ପର୍ଯ୍ୟାୟରେ ରୂପାନ୍ତରିତ ହୋଇଥିବା ୧୦ ଟି ହାଇସ୍କୁଲ ଲୋକାର୍ପିତ

Posted by - November 15, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା 5T ଉପକ୍ରମ ରେ ହାଇ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ର ପ୍ରଥମ ପର୍ଯ୍ୟl ୟ ରେ 10 ଟି ରୂପାନ୍ତରିତ ହାଇସ୍କୁଲ ପ୍ରଧାନ ମନ୍ତ୍ରୀ…

ହରଭଙ୍ଗା ବ୍ଳକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ

Posted by - July 12, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ) ହରଭଙ୍ଗା ବ୍ଳକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନଶୁଣାଣି ଓ ସମାଧାନ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି।…