କେସିଙ୍ଗା:(ପୀତେଶ ପଟେଲ)କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ର ୨୬ଟି ଗ୍ରାମ ପଞ୍ଚାୟତର ସମସ୍ତ ଅଙ୍ଗନବାଡି କର୍ମୀ ମାନେ ୮ଦଫା ଦାବିକୁ ନେଇ ସିଡିପିଓ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା ରେ ବସିଛନ୍ତି।ଯେଉଁ ଦିନ ପର୍ଯ୍ୟନ୍ତ ଦାବି ପୂରଣ ନ ହେବ ସେହିଦିନ ଯାଏ ଏହି କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବାପାଇଁ କେସିଙ୍ଗା ଅଙ୍ଗନବାଡି ସଙ୍ଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ରାଜ୍ୟ ସରକାର ଅଙ୍ଗନବାଡି କର୍ମୀଙ୍କୁ ବହୁ ବାର ପ୍ରତିଶ୍ରୁତି ଦେଇ ମଧ୍ୟ ଆଜି ଯାଏ କୌଣସି ଦାବି ଗୁଡ଼ିକ ପୂରଣ କରୁ ନାହାନ୍ତି।ସମସ୍ତ ଅଙ୍ଗନବାଡି ଓ ମିନି ଅଙ୍ଗନବାଡି ଓ ସହାୟତା ମାନଙ୍କୁ ସମ୍ପୂର୍ଣ୍ଣ ସରକାରୀ ମାନ୍ୟତା, ମାସିକ ୨୧ ହଜାର ଟଙ୍କା ଦରମା ପ୍ରଦାନ,ମିନି ଅଙ୍ଗନବାଡି କର୍ମୀମାନଙ୍କୁ ଅଙ୍ଗନବାଡି କର୍ମୀ ଘୋଷଣା, ରନ୍ଧା ଖାଦ୍ୟ ଓ ଅଣ୍ଡା ର ମୂଲ୍ୟ ବୃଦ୍ଧି,ସହ ତୁରନ୍ତ ୮ଦଫା ଦାବି ପୂରଣ କରିବାକୁ କର୍ମୀମାନେ ଗଣଧାରଣା ଦେଇ ଦାବି କରିଛନ୍ତି।ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସଂଘର ସଭାନେତ୍ରୀ ବସନ୍ତ ପାଢ଼ୀ ପ୍ରକାଶ କରିଛନ୍ତି।ଏଥିରେ ବ୍ଲକ ର୧୯୫ ଅଙ୍ଗନବାଡି କର୍ମୀ ଓ ମିନି ଅଙ୍ଗନବାଡି କର୍ମୀ ଓ ସହାୟିକା ମାନେ ଯୋଗଦେଇ ଥିବାର ଜଣା ପଡ଼ିଛି।