ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦୀର କୁ ଅଣ ହିନ୍ଦୁ ପ୍ରବେଶକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି ଗତ ରବିବାର ଦିନ କଣ୍ଠଶିଳ୍ପୀ ତାରିକ ଅଜିଜ ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ଆସିଥିଲେ ଏହି ଅବସରରେ ସେ ମନ୍ଦୀରକୁ ଯାଇ ମାଙ୍କ ଦର୍ଶନ କରିଥିଲେ ଏ ନେଇ ନିଜେ ତାରିକ କେତେକ ପଂଟୋ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା । ଆଜି ଏହାକୁ ନେଇ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ହିନ୍ଦୁ ମନ୍ଦୀରକୁ ଅଣହିନ୍ଦୁ ପ୍ରବେଶ ବାରଣ ଥାଇ କିଭଳି ସେ ପ୍ରବେଶ କଲେ ତାକୁ ନେଇ ପ୍ରଶ୍ନ ଉଠିଛି ଘଟଣା ଜଣାପଡିବା ପରେ ଆଜି ମାଙ୍କ ପୀଠକୁ ସୋଧନ କରାଯାଇଛି I ଏହି ସମୟରେ ସାଧାରଣ ଦର୍ଶନ କୁ ବନ୍ଦ କରାଯାଇଥିଲା I
ଗିରିଶ ପ୍ରସାଦ ଦାସ,ବିରଜା ବାହିନୀ ସଦସ୍ୟ
ସେପଟେ ବିରଜା ବାହିନୀ ଙ୍କ ସମେତ କେତେକ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଯାଜପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରି ତୁରନ୍ତ ତାରିକ ଅଜିଜଙ୍କୁ ଗିରପଂ କରିବାକୁ ଦାବୀ କରାଯାଇଛି । ଆଗାମୀ ୨୪ ଘଂଟା ମଧ୍ୟରେ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯାଏ ତା ହେଲେ ବିରଜା ବାହିନୀ ପକ୍ଷରୁ ଆନ୍ଦୋଳନକୁ ତିବ୍ର ତର କରାଯିବ ବୋଲି ଚେତାବନି ଦିଆଯାଇଛି ।