Breaking News
1:07 pmସମ୍ବଲପୁର : ସମ୍ବଲପୁର ଶାସନ କେନାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ସମେତ ୭ ମୃତ, ୨ ଆହତ,ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ 1:04 pmବଡ଼ମ୍ବା ବନ ବିଭାଗ ହାଜତ ମୃତ୍ୟୁ ଘଟଣା : ମାନବାଧିକାର ଅୟୋଗଙ୍କ ରିପୋର୍ଟ ତଲବ 1:03 pmମହାନଦୀ ଜଳ ବିବାଦର ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ ଟୁକୁନି ସାହୁ 1:03 pmପିପିଲି : ପୁରୀକୁ ଚାଲାଣ ହେଉଥିବା ବେଳେ ଜବତ ହେଲା ଏକ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ 1:01 pmଆସନ୍ତାକାଲି ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ନବ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ନବୀନ। ଝାରସୁଗୁଡ଼ା ଉପନିର୍ବାଚନ ସହ ସାଙ୍ଗଠନିକ ଆଲୋଚନା କରିବେ ନବୀନ। ସନ୍ଧ୍ୟା ୭ଟାରେ ନବୀନ ନିବାସରେ ବୈଠକ

ସରକାରୀ ଉଦାସୀନତାର ଶିକାର ଥୁଆମୂଳ ଗୁଣପୁର ରାସ୍ତା ,ସଂକୀର୍ଣ୍ଣ ରାସ୍ତା ସାଜିଛି ଦୁର୍ଘଟଣା ର କାରଣ

73 0

ଭବାନୀପାଟଣା  : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲାର ସୁନ୍ଦର ପ୍ରାକୃତିକ ପ୍ରାଚୁର୍ଯ୍ୟ ଭରା ଓ କଳାହାଣ୍ଡି ର କଶ୍ମୀର ବୋଲାଉଥିବା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକ କିନ୍ତୁ ଅନ୍ୟାନ୍ୟ କ୍ଷେତ୍ରରେ ବହୁ ପଛୁଆ ଏବଂ ଅବହେଳିତ ଅଞ୍ଚଳ ବୋଲି ପ୍ରମାଣିତ କରିସାରିଛି ପ୍ରଶାସନ।ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ବିକାଶ ନାରା ଏହି ବ୍ଲକ୍ ପାଇଁ ମରିଚିକା ସଦୃଶ। ଜିଲ୍ଲା ସଦର ମହୂକୁମାରୁ ପ୍ରତ୍ୟେକ ବ୍ଲକକୁ ରାଜ୍ୟ ରାଜପଥ ଯୋଜନା ମାଧ୍ୟମରେ ଦୀର୍ଘ ଓସାରିଆ ରାସ୍ତା ନିର୍ମାଣ ଲକ୍ଷ୍ୟ ରଖାଯାଇଥିବା ବେଳେ ସବୁବେଳେ ପଛରେ ରହୁଥିବା ଏହି ବ୍ଲକ ଏହି ରାସ୍ତା ନିର୍ମାଣ ପାଇଁ ମଧ୍ୟ ପଛରେ ରହିଛି। ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ମଧ୍ଯ ଥୁଆମୂଳ ରାମପୁର ଅଞ୍ଚଳକୁ ଗମନାଗମନ ବ୍ୟବସ୍ଥା ଆଜି ମଧ୍ଯ ଅପହଞ୍ଚ ।ସ୍ଵାଧୀନତା ର ଦୀର୍ଘ ୩୦ ବର୍ଷ ପରେ ଏଠିକାର ଅଞ୍ଚଳବାସୀ ପାଇ ପାରିଥିଲେ ବସ୍ ସେବା।ଜିଲ୍ଲା ସଦର ମହକୁମାକୁ ଗମନାଗମନର ସୁବିଧା ପାଇପାରିଥିଲେ। ବର୍ତ୍ତମାନ ଅଧିକାଂଶ ଅଞ୍ଚଳକୁ ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ ହୋଇସାରିଛି ଏବଂ ଏବେବି ଅନ୍ୟ ଅଞ୍ଚଳ ଗୁଡିକୁ ଏହି ସଡକ ନିର୍ମାଣ କାର୍ଯ୍ୟ ଚାଲିଅଛି।କିନ୍ତୁ ଭବାନୀପାଟଣା ଠାରୁ ଥୁଆମୂଳ ରାମପୁର ସଦର ମହକୁମାକୁ ଗମନାଗମନର ସୁବ୍ୟବସ୍ଥା ହୋଇପାରିନି।

ଭବାନୀପାଟଣା ଠାରୁ ଭାୟା ଗୁଣପୁର ଦେଇ ରାୟଗଡା ଜିଲ୍ଲା କାଶୀପୁର ପର୍ଯ୍ୟନ୍ତ ଯେଉଁ ରାଜ୍ୟ ରାଜପଥ ନିର୍ମାଣ କରାଯାଇଛି ତାହା ସିଧାସଳଖ ଭାବେ ଥୁଆମୂଳ ରାମପୁର ସହିତ ସଂଯୋଗ କରାଯାଇନି।ଫଳରେ ଗୁଣପୁର ଠାରୁ ଥୁଆମୂଳ ରାମପୁର ୨୮ କିଲୋମିଟର ଏବଂଥୁଆମୂଳ ରାମପୁର ଠାରୁ ଡୁମେରପଦର ୧୪ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ସେଇ ପୂର୍ବ ଭଳି ରହିପଡିଛି।ବର୍ତ୍ତମାନ ଏହା ରାଜ୍ୟ ରାଜପଥ ଯୋଜନାରେ ଟେଣ୍ଡର ହୋଇଥିବା ବେଳେ ସେଇ ଅଣ ଓସାରିଆ ରାସ୍ତା ଉଭୟ ପାର୍ଶ୍ଵର ଅନାବନା ଲଟାବୁଦାରେ ସଂକୀର୍ଣ୍ଣ ହେବାରେ ଲାଗିଛି।ଏହି ରାସ୍ତାର ଅନେକ ସ୍ଥାନ ଖାଲଖମାରେ ଭର୍ତ୍ତି ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣା ମାନ ଘଟୁଥିବା ନଜିର ରହିଛି।ଏହି ରାସ୍ତା ଦେଇ ବଡବଡ ପ୍ରଶାସନିକ ଅଧିକାରୀ,ରାଜନେତା ଏବଂ ବିଭାଗୀୟ ଅଧିକାରୀ ମାନେ ଗସ୍ତ କରୁଥିଲେ ମଧ୍ୟ ସଡକ ପ୍ରତି କାହାରି ଦୃଷ୍ଟି ପଡ଼ୁନାହିଁ ।ଟେଣ୍ଡର ହେଲେ ରାସ୍ତା କାମ ଆରମ୍ଭ ହେବ ବୋଲି କ’ଣ ସେଇ ଦିନ ପର୍ଯ୍ୟନ୍ତ ରାସ୍ତା ମରାମତି ଏବଂ ଉଭୟ ପାର୍ଶ୍ଵର ସେଇ ଅନାବନା ଗଛ ସଫା କରାଯିବ ନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ପ୍ରଶାସନର ଏଭଳି ଅବହେଳା ଯୋଗୁଁ ଥୁଆମୂଳ ରାମପୁର ବ୍ଲକ ସବୁବେଳେ ପ୍ରତ୍ୟେକ କ୍ଷେତ୍ରରେ ପଛରେ ପଡିଛି।ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେଇ ଜନସାଧାରଣ ଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ସର୍ବସାଧାରଣ ରେ ଦାବୀ ହେଉଛି।

Related Post

ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ

Posted by - August 5, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ )ଅପପୃଷ୍ଟି ଓ ଶିଶୁ ମୃତ୍ୟୁ ହାରକୁ ରୋକିବା ଦିଗରେ ସ୍ତନ୍ୟପାନ ର ଏକ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ରହିଛି । ସ୍ତନ୍ୟପାନ…

ଗୁଣୁପୁର ପୌର ନିର୍ବାହୀ ଅଧିକାରୀ ଭାବେ ରାମନାଗୁଡା ବିଡ଼ିଓଙ୍କ ଦାଇତ୍ୱ ଗ୍ରହଣ

Posted by - December 31, 2022 0
ଗୁଣୁପୁର:୩୦/୧୨(ରମା କାନ୍ତ ପଡାଲ) ରାୟଗଡା ଜିଲ୍ଲା ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡିଆ ଙ୍କୁ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ବିଭାଗ ପକ୍ଷରୁ ଚଳିତ ମାସ…

ଶିଶୁ ପାଇଁ ଦିନ ଟିଏ ପାଳିତ ହୋଇଯାଇଛି

Posted by - December 25, 2021 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ପରିସର ରେ ଶିଶୁପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଡିପିଓ ପ୍ରମିଲା ମହାନ୍ତି ଙ୍କ ସଭାପତିତ୍ୱ ରେ…

ଅଜଣା ଗାଡ଼ି ଧକ୍କାରେ ବରିଷ୍ଠ ସାହିତ୍ୟିକ ଏବଂ ନାଟ୍ୟ ନିର୍ଦେଶକ କୁଳମଣି ସାମଲଙ୍କ ମୃତ୍ୟୁ

Posted by - February 14, 2020 0
ଯାଜପୁର: ଆଜି ସକାଳେ ଯାଜପୁର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଣା ଘଟିଛି। ଏକ ଅଜଣା ଗାଡ଼ିର ଧକ୍କାରେ ଜଣେ ବରିଷ୍ଠ ସାହିତ୍ୟିକ ଏବଂ ନାଟ୍ୟ ନିର୍ଦେଶକଙ୍କର…