ମୁନିଗୁଡା :(ରମାକାନ୍ତ ପୋଢଳ)ରାୟଗଡ଼ା ccଜିଲ୍ଲା ମୁନିଗୁଡ଼ା ବାଳିକା ଉଚ୍ଚ ବିଦ୍ୟାଳୟର ପରିସରରେ ବ୍ଲକ ସ୍ତରୀୟ ସରଗି ଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ମୁନିଗୁଡ଼ା ତହସିଲଦାର ଦେବାଶିଷ ଗୌଡ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ମୁନିଗୁଡା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୁଭପ୍ରଦା ସାସ୍ ମଲ, ସମ୍ମାନୀୟ ଅତିଥି ଭାବେ ମୁନିଗୁଡା+3କଲେଜର ଅଧ୍ୟକ୍ଷ ହୃଷୀକେଶ ଜାଲି, ମୁନିଗୁଡ଼ା ଡ୍ୟାନ୍ସ ଶିକ୍ଷକ ପ୍ରକାଶ ଚନ୍ଦ୍ର ମୁଦୁଲି ଉପସ୍ଥିତ ରହିଥିଲେ।
ପ୍ରଥମେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ ପରେ ଅତିଥି ମାନେ ଅଭିଭାଷଣ ପ୍ରଦାନ କରିଥିଲେ।ଅନୁସୂଚିତ ଜାତି ଜନଜାତି ସଂଖ୍ୟାଲଘୁ ସମ୍ପ୍ରଦାୟ କଲ୍ୟାଣ ବିଭାଗ ର ୧୧ଟି ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ସହ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସଙ୍ଗୀତ, ନୃତ୍ୟ ପରିବେଷଣ ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା
ଏକକ ନୃତ୍ୟ, ଜୀବନ କୌଶଳ ଶିକ୍ଷା ନାଟକ, ଦଳଗତ ନୃତ୍ୟ ପ୍ରତିଯୋଗିତା ପରେ କୃତିତ୍ୱ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିବା ଜଣାପଡିଛି। କାର୍ଯ୍ୟକ୍ରମରେ ମୁନିଗୁଡ଼ା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁନୀତା ସାହୁ ସଭାପତିତ୍ବ କରିଥିବା ବେଳେ ଶିକ୍ଷକ ଅରୁଣ ସାହୁ ପରିଚାଳନା କରିବା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ।