ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ବିଦ୍ୟୁତ ସଂଯୋଗ ଥିବା ବାରହା ଫାଶରେ ପଡି ମୃତ ମହେନ୍ଦ୍ର ନାଏକଙ୍କ ବାବଦରେ ଶକ୍ତି ବିଭାଗ ସଚିବ ଓ କଳାହାଣ୍ଡି ଜିଲ୍ଲା ପାଳଙ୍କୁ ରିପୋର୍ଟ ତଲବ କଲେ ଜାତୀୟ ମାନବାଧିକାର କମିଶନ।ଗତ ୨୦୨୧ ମସିହା ଅକ୍ଟୋବର ୨୫ ତାରିଖରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ବଡଛତ୍ରଙ୍ଗ ଗ୍ରାମର ମହେନ୍ଦ୍ର ନାଏକ ଗାଁ ପାଖ ଜଙ୍ଗଲରୁ କାଠ ସଂଗ୍ରହ କରିବାକୁ ଯାଇ ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ସଂଲଗ୍ନ ଫାଶରେ ଲାଗି ମୃତ୍ୟୁ ବରଣ କରିଥିଲେ।
ଏହି ଘଟଣାରେ ବିଦ୍ୟୁତ ବିଭାଗର ପ୍ରମୁଖ ସଚିବ ଓଡିଶା, କଳାହାଣ୍ଡି ଜିଲ୍ଲାପାଳ ଏବଂ ଏସ୍ ପି ଙ୍କୁ କାର୍ଯ୍ୟାନୁଷ୍ଠାନ ସମ୍ପର୍କୀତ ରିପୋର୍ଟ ତଲବ କରିଛନ୍ତି ଜାତୀୟ ମାନବାଧିକାର କମିଶନ।୨୦ ନଭେମ୍ବର ୨୦୨୨ରେ ଏହି ନୋଟିସ ଜାରି ହୋଇଛି।ଏଥିରେ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ କମିଶନ ତାଗିଦ କରିଛନ୍ତି। ଭବାନୀପାଟଣାର ମାନବାଧିକାର ସୁରକ୍ଷା କର୍ମୀ ଦିଲ୍ଲୀପ କୁମାର ଦାସଙ୍କ ପକ୍ଷରୁ ଦାଖଲ ହୋଇଥିବା ଅଭିଯୋଗକୁ ଆଧାର କରି କମିଶନ ଏକ ମାମଲା (କେଶ ନଂ୧୧୯୬/୧୮/୬/୨୦୨୨)ପଞ୍ଜିକରଣ କରି ଏହି ନୋଟିସ ଜାରି କରିଛନ୍ତି।