ଖପ୍ରାଖୋଲ ପୋଲିସ ଦ୍ୱାରା ଦଶ ଜଣ ଦାଦନ ଶ୍ରମିକ , ଦାଦନ ସର୍ଦ୍ଦାର କୋର୍ଟ ଚାଲାଣ

31 0

ଖପ୍ରାଖୋଲ ୨୧/୧୧(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ପୋଲିସ୍ ସୋମବାର ସକାଳେ ଚଢାଉ କରି ୬ ଶିଶୁ ସମେତ ୧୦ ଜଣ ଶ୍ରମିକ ଉଦ୍ଧାର କରିଛି। ସୂଚନା ଅନୁସାରେ ଖପ୍ରାଖୋଲ ପୋଲିସ ପେଟ୍ରୋଲିଙ୍ଗ ସମୟରେ ଗୋଟିଏ ବୋଲେରୋ ରେ କିଛି ଲୋକ ଭର୍ତ୍ତି ହୋଇ ଦୃତ ଗତିରେ ଯାଉଥିବା ଦେଖି ପୋଲିସ ଗାଡିକୁ ଅଟକାଇଥିଲା।

ପଚରାଉଚୁରା କରିବାରୁ ସମସ୍ତ ଶ୍ରମିକ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଅଂଚଳର ଯୁଗୀମଠ ଗ୍ରାମର ବୋଲି ଜଣାଯାଇଛି l ଉଦ୍ଧାର ମଧ୍ୟ ରେ ୫ଜଣ ମହିଳା ,୫ ଜଣ ପୁରୁଷ ସମେତ ୬ ଜଣ ଶିଶୁ ଥିବା ବେଳେ ବେଆଇନ ଦାଦନ ଚାଲାଣ ଅଭିଯୋଗ ରେ ଦାଦନ ସର୍ଦ୍ଦାର ପଞ୍ଚା ସୁନା ସହଯୋଗୀ ଅପିନ ଦଣ୍ଡସେନା ଓ ଗାଡ଼ି ଡ଼୍ରାଇଭର ପିତାମ୍ବର ସୁନାନି କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଶ୍ରମିକ ମାନଙ୍କୁ ଆନ୍ଧ୍ରପ୍ରଦେଶ ର ବିଜୟନଗରମ ଚାଲାଣ କରୁଥିବା ଜଣାପଡିଛି l ଏନେଇ ଖପ୍ରାଖୋଲ ଥାନା କେସ ନଂ ୧୯୫/୨୨ ରେ ଏକ ମାମଲା ରୁଜୁ କରି ଦାଦନ ସର୍ଦ୍ଦାର ସମେତ ସହଯୋଗୀ ଓ ଡ଼୍ରାଇଭର କୁ କୋର୍ଟ ଚାଲାଣ କରିଥିବାବେଳେ ଉଦ୍ଧାର ଶ୍ରମିକ ମାନଙ୍କୁ ନିଜ ନିଜ ଗାଁ କୁ ପଠାଇ ଦେଇଥିବା ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି l

Related Post

ବରୀ ରେ ବିଶ୍ୱ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

Posted by - June 23, 2020 0
ଯାଜପୁର ଅଫିସ:ବରୀ ବାଲିବିଲିରେ ସାମାଜିକ ଦୂରତା ଏବଂ ସରକାର ନିୟମ ଅବଲମ୍ବନକରି ବିଶ୍ୱ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବରୀ ଅଞ୍ଚଳର…

ତେଲେନପାଲି ଠାରେ ମାଣ୍ଡିଆ କ୍ରୟ କେନ୍ଦ୍ର ଶୁଭ ଉଦ୍ଘାଟନ

Posted by - December 28, 2021 0
ପାଟଣାଗଡ:(ତାପସ ରଞ୍ଜନ ବେହେରା ) ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ତେଲେନପାଲି ଠାରେ ମାଣ୍ଡିଆ କ୍ରୟ କେନ୍ଦ୍ର ଶୁଭ ଉତ୍ଘାଟନ ହୋଇଯାଇଛି। ଖପ୍ରାଖୋଲ ଅଞ୍ଚଳରେ ଦୀର୍ଘ ଚାରିବର୍ଷ…

ତେଲେନପାଲି ରେ ବିଶ୍ଵ ଆଦିବାସୀ ଦିବସ ପାଳିତ,ସମସ୍ତ ଆଦିବାସୀ ସଂଗଠିତ ହେବାକୁ ଆହ୍ବାନ

Posted by - August 10, 2022 0
ଖପ୍ରାଖୋଲ: ୯/୮ ( ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ତେଲେନପାଲି ଠାରେ ବିଶ୍ଵ ଆଦିବାସୀ ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି । ଆଦିବାସୀ କର୍ମଚାରୀ ସଂଘ…

କମାରଡ଼ିହ ପଂଚାୟତର ସରପଞ୍ଚ ଭାବେ ଦାୟିତ୍ବ ଗ୍ରହଣ କଲେ ଚିତ୍ତ ରଞ୍ଜନ ନାୟକ 

Posted by - March 11, 2022 0
ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କମାରଡ଼ିହ ପଂଚାୟତ କାର୍ଯ୍ୟାଳୟ ପରିସରରେ ପଂଚାୟତ ର ସରପଞ୍ଚ ଭାବେ ଚିତ୍ତ ରଞ୍ଜନ ନାୟକ ଆଜି ନିଜର ଦାୟିତ୍ବ ଗ୍ରହଣ କରିଛନ୍ତି ପ୍ରଥମେ ପଂଚାୟତ କାର୍ଯ୍ୟାଳୟରେ  ପୂଜାର୍ଚନା କରିବା ପରେ ସେ ପୂର୍ବତନ ସରପଞ୍ଚ ସ୍ମିତରାଣୀ ବିଶ୍ଵାଳଙ୍କଠାରୁ ଦାଇତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ପଂଚାୟତ ର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ସ୍ବାଗତ କରିଥିଲେ। ଏଥିସହିତ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟ ପାଇଁ ପଞ୍ଚାୟତର ବହୁ ବୁଦ୍ଧିଜୀବୀ ଏବଂ   ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ସହ ଆଲୋଚନା କରିଥିଲେ ।  ଚିତ୍ତ ରଞ୍ଜନ ସମସ୍ତ ଙ୍କ ସହଯୋଗ ନେଇ ପଂଚାୟତ ର ବିକାଶ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ମେଧାବୀ ଛାତ୍ରୀ ଦେବସ୍ମିତାଙ୍କୁ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧନା

Posted by - August 12, 2020 0
ଯାଜପୁର ଅଫିସ : ଦଶରଥପୁର ବ୍ଲକର ଅସନପୁର ପଞ୍ଚାୟତସ୍ଥିତ କଣ୍ଟାବଣିଆ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଦେବସ୍ମିତା ବେହେରା ଚଳିତ ବର୍ଷ ମେଟ୍ରିକ ପରୀକ୍ଷାରେ ୫୪୪ ନମ୍ବର ରଖି…