Breaking News
1:07 pmସମ୍ବଲପୁର : ସମ୍ବଲପୁର ଶାସନ କେନାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ସମେତ ୭ ମୃତ, ୨ ଆହତ,ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ 1:04 pmବଡ଼ମ୍ବା ବନ ବିଭାଗ ହାଜତ ମୃତ୍ୟୁ ଘଟଣା : ମାନବାଧିକାର ଅୟୋଗଙ୍କ ରିପୋର୍ଟ ତଲବ 1:03 pmମହାନଦୀ ଜଳ ବିବାଦର ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ ଟୁକୁନି ସାହୁ 1:03 pmପିପିଲି : ପୁରୀକୁ ଚାଲାଣ ହେଉଥିବା ବେଳେ ଜବତ ହେଲା ଏକ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ 1:01 pmଆସନ୍ତାକାଲି ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ନବ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ନବୀନ। ଝାରସୁଗୁଡ଼ା ଉପନିର୍ବାଚନ ସହ ସାଙ୍ଗଠନିକ ଆଲୋଚନା କରିବେ ନବୀନ। ସନ୍ଧ୍ୟା ୭ଟାରେ ନବୀନ ନିବାସରେ ବୈଠକ

ଦିଲ୍ଲୀ ନୀଳାଚଳ ସେବା ସଂଘର ନୂଆ କର୍ମକର୍ତ୍ତା ନିର୍ବାଚନ

167 0

ନୂଆଦିଲ୍ଲୀ:୨୧ା୧୧: ନୂଆଦିଲ୍ଲୀର ପ୍ରମୁଖ ସାଂସ୍କୃତିକ ଓ ଧାର୍ମିକ ଅନୁଷ୍ଠାନ ଶ୍ରୀ ନୀଳାଚଳ ସେବା ସଂଘର ନିକଟରେ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସଂଘ ୧୯୬୭ ମସିହାଠାରୁ ଜାତୀୟ ରାଜଧାନୀର ହାଉଜଖାସସ୍ଥିତ ଜଗନ୍ନାଥ ମନ୍ଦିରର ପରିଚାଳନା ଦାୟିତ୍ୱ ନିର୍ବାହ କରିଆସୁଛି । ସଂଘର ବିଭିନ୍ନ ପଦ, ପଦବୀ ପାଇଁ ନଅ ଜଣ ଓ କାର୍ଯ୍ୟକାରୀ କମିଟି ପାଇଁ ୧୬ଜଣ ସଦସ୍ୟ ଆସନ୍ତା ୩ ବର୍ଷ ପାଇଁ ନିର୍ବାଚିତ ହୋଇଥିବା ଜଣାଯାଇଛି । ନବ ନିର୍ବାଚିତ କାର୍ଯ୍ୟକର୍ତ୍ତାମାନେ ୨୦୨୫ ମସିହା ପର୍ଯ୍ୟନ୍ତ ସେମାନଙ୍କର କାର୍ଯ୍ୟ ଭାର ତୁଲାଇବେ । ସମସ୍ତ ପଦାଧିକାରୀମାନେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବାବେଳେ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କ କ୍ଷେତ୍ରରେ ତୀବ୍ର ପ୍ରତିଦ୍ୱନ୍ଦିତା ହୋଇଥିବା ଲକ୍ଷ କରାଯାଇଥିଲା ।

ରବୀନ୍ଦ୍ରନାଥ ପ୍ରଧାନ ଶ୍ରୀ ନୀଳାଚଳ ସେବା ସଂଘର ସମ୍ପାଦକ ପଦରେ କ୍ରମାଗତ ଭାବରେ ଚତୁର୍ଥ ଥର ପାଇଁ ନିର୍ବାଚିତ ହୋଇଥିବା ପ୍ରାପ୍ତ ସୂଚନାରୁ ପ୍ରକାଶ । ଶ୍ରୀ ପ୍ରଧାନ ମନ୍ଦିର ପରିଚାଳନାର ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ୨୦୧୨ ମସିହାରୁ କାର୍ଯ୍ୟ କରିଆସୁଛନ୍ତି । ବର୍ତ୍ତମାନର କାର୍ଯ୍ୟନିର୍ବାହୀ ସଭାପତି ବିଘ୍ନେଶ୍ୱର ରାଉତ, ସଂଘର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ତିନିଜଣିଆ ଉପ-ସଭାପତି ପଦବୀରେ ଯଥାକ୍ରମେ ଗଜେନ୍ଦ୍ର ପ୍ରସାଦ ସାମନ୍ତ, କ୍ଷୀରୋଦ ଚନ୍ଦ୍ର ପାତ୍ର ଏବଂ ରାମଚନ୍ଦ୍ର ଦାସ ପ୍ରମୁଖ ନିର୍ବାଚିତ ହୋଇଛନ୍ତି । ସଂଘର ତିନି ନୂଆ ଯୁଗ୍ମ ସମ୍ପାଦକ ଭାବରେ ଅଭୟ କୁମାର ପ୍ରଧାନ, ଅଶୋକ କୁମାର ପ୍ରଧାନ ଏବଂ ଦିଲ୍ଲୀପ କୁମାର ସ୍ୱାଇଁ ବିଜୟୀ ଘୋଷିତ ହୋଇଛନ୍ତି ।

ବର୍ତ୍ତମାନର କୋଷାଧ୍ୟକ୍ଷ ପଙ୍କଜ ମହାନ୍ତି ପୁର୍ନବାର କୋଷାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି ।ନିର୍ବାଚନରେ ଜୟଯୁକ୍ତ ହୋଇଥିବା ୧୬ଜଣ କାର୍ଯ୍ୟକାରୀ କମିଟି ସଦସ୍ୟଙ୍କ ମଧ୍ୟରେ ଅଜୟ ପ୍ରଧାନ, ଅଭିରାମ ସୂତାର, ଅଶୋକ କୁମାର ପ୍ରଧାନ, ସୁକାନ୍ତ କୁମାର ସାହୁ, ଅମୂଲ୍ୟ କୁମାର ଓଝା, ରଙ୍କନିଧି ସାହୁ, ନିଷିଦ୍ଧ କୁମାର ଦାସ, ବିଜୟ କୁମାର ସାହୁ, କିଶୋର ଚନ୍ଦ୍ର ସାମଲ, ଜୀତେନ୍ଦ୍ର କୁମାର ମହାପାତ୍ର, ସୁମିତ୍ରା ଜେନା, ସୁରଜ ନାୟକ, ଦିବାକର ଖୁଣ୍ଟିଆ, ଅଶୋକ କୁମାର ନାୟକ, ଦିଲ୍ଲୀପ କୁମାର ରାଉତ ଏବଂ ପ୍ରଦୀପ ସ୍ୱାଇଁ ପ୍ରମୁଖ ଅନ୍ତର୍ଭୁକ୍ତ ଥିବା ଜଣାଯାଇଛି ।ସୁପ୍ରିମକୋର୍ଟର ବିଶିଷ୍ଟ ଆଇନଜୀବୀ ଏବଂ ୱାର୍ଲଡ୍‍ ଓଡ଼ିଶା ସୋସାଇଟିର ଆନ୍ତର୍ଜାତିକ ଆଇନ ପରାମର୍ଶଦାତା ଅବନୀ କୁମାର ସାହୁଙ୍କର ତତ୍ତ୍ୱାବଧାନରେ ନିର୍ବାଚନ ସୁରୁଖୁରୁରେ ସମ୍ପନ୍ନ ହେବା ପରେ ଶ୍ରୀ ସାହୁ ବିଧିବଦ୍ଧ ଭାବେ ଫଳାଫଳ ଘୋଷଣା କରିଥିବା ମନ୍ଦିର ତରଫରୁ ସୂଚନା ଦିଆଯାଇଛି ।

Related Post

କଳାହାଣ୍ଡି ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Posted by - April 2, 2019 0
ଭବାନୀପାଟଣା ୨|୪ : ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଳାହାଣ୍ଡି ଭବାନୀପାଟଣାର ରାଧାକୃଷ୍ଣନଗରରେ ବିଜୟ ସଙ୍କଳ୍ପ ସଭାରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ । ମା ମାଣିକେଶ୍ବରୀଙ୍କୁ…

ଶକ୍ତିସମ୍ପନ୍ନା ଙ୍କର ଲାଟିନଆମେରିକା ରେ ଓଡିଶୀ କାର୍ଯ୍ୟକ୍ରମ

Posted by - January 26, 2023 0
ଭୁବନେଶ୍ୱର / ନୂଆଦିଲ୍ଲୀ ତା ୨୫.୦୧ ; ଗତକାଲି ଉଦୀୟମାନ ଓଡିଶୀ ନୃତ୍ୟଶିଳ୍ପୀ ସୁକନ୍ୟା ଶକ୍ତିସମ୍ପନ୍ନା ନିୟୁର୍କ ଠାରେ ପହଂଚିଛନ୍ତି I ସେଠାରୁ ସେ ଲାଟିନଆମେରିକା ଅଭିମୁଖେ…

ବେଙ୍ଗାଲୁର ଜଗନ୍ନାଥ ମନ୍ଦିରରେ ସୁନାବେଶ ଅନୁଷ୍ଠିତ

Posted by - July 13, 2022 0
ବେଙ୍ଗାଲୁରୁ : ବେଙ୍ଗାଲୁର ଠାରେ ପଵିତ୍ର ସୁନାବେଶ ଏବଂ ବାହୁଡା଼ ଯାତ୍ରା ମହୋତ୍ସବ ମହାସମାରୋହରେ ପାଳନ କରାଯାଇଛି। ଦୀର୍ଘ୯ ଦିନ କାଳ ବିତାଇ ଶ୍ରୀ ଗୁଣ୍ଡିଚା ମନ୍ଦିର…

ବିଶ୍ୱ ଓଡ଼ିଶା ସମାଜର ଭାରତୀୟ ମଣ୍ଡଳ ଗଠନ,ବିପିନ ମିଶ୍ର ସଭାପତି, ବିଜୟ ସେନାପତି ସାଧାରଣ ସମ୍ପାଦକ ନିଯୁକ୍ତ

Posted by - November 14, 2021 0
ମୁମ୍ବାଇ / ନୂଆଦିଲ୍ଲୀ / ହାଇଦ୍ରାବାଦ / ବିଶାଖାପାଟଣା / କୋଲକାତା / ଭୁବନେଶ୍ୱର: ୧୩ା୧୧ : ବିଶ୍ୱ ଓଡ଼ିଶା ସମାଜ (ବିଓସ)ର ଭାରତୀୟ ମଣ୍ଡଳ ଗଠନ…

ବିଲୁପ୍ତ ସୁପର ମାଉଣ୍ଟେନ ସନ୍ଧାନ ପାଇଲେ ବୈଜ୍ଞାନିକ, ହିମାଳୟ ଠାରୁ ଚାରିଗୁଣ ବଡ

Posted by - February 8, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ପୃଥିବୀ ର ବିବର୍ତ୍ତନବାଦ ରେ ବହୁ ଜୀବସତ୍ତା ଲୋପ ପାଇ ଯାଇଥିବା ବେଳେ ଅନେକ ବଡ ବଡ ପର୍ବତ ମଧ୍ଯ…