ବୌଦ୍ଧ: (ଚିତ୍ତରଞ୍ଜନ ସିଂ ) ବରିଷ୍ଠ ନାଗରିକ ମଞ୍ଚ, ଅବସର ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘ, ହରଭଙ୍ଗା ବ୍ଲକ ତରଫରୁ “ନିଆଁ ଦାଉରୁ ଜଙ୍ଗଲ କୁ ରକ୍ଷା କରିବା ସକାଶେ ସଚେତନତା ବୈଠକ ” ଅନୁଷ୍ଠିତ ହୋଇଯାଇଛି l
ସଭାପତି ରମେଶ ଚନ୍ଦ୍ର ଜେନା, ଉପସଭାପତି ଜନ୍ମେଜୟ ପ୍ରଧାନ,ସମ୍ପାଦକ ବାଳକୃଷ୍ଣ ନାୟକ, ସହ ସମ୍ପାଦକ ଶରତ କୁମାର ମାଝୀ, କୋଷାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସେଠୀ, କାର୍ଯ୍ୟକାରୀ ସମ୍ପାଦକ ଜନକ ପାତ୍ର ଏହି ସଚେତନତା କାର୍ଯ୍ୟକ୍ରମ ର ଆଲୋଚନା ରେ ଅଂଶ ଗ୍ରହଣ କରି ଆବଶ୍ୟକୀୟ ମତାମତ ଦେଇଥିଲେ l
+2 ଭୈରବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅବସର ପ୍ରାପ୍ତ ଅଧ୍ୟକ୍ଷ ମନୋଜ କୁମାର ପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଲବକିଶୋର ପ୍ରଧାନ, ଲବ କୁମାର ଅମାତ, ସୁବାଷ ଚନ୍ଦ୍ର ସାହୁ,ଭାଗିରଥି ଦାସ, ବାଇବର ସାହୁ, କାର୍ତ୍ତିକେଶ୍ୱର ସାହୁ ପରାମର୍ଶଦାତା ମଣ୍ଡଳୀ କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ l