Breaking News
1:07 pmସମ୍ବଲପୁର : ସମ୍ବଲପୁର ଶାସନ କେନାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ସମେତ ୭ ମୃତ, ୨ ଆହତ,ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ 1:04 pmବଡ଼ମ୍ବା ବନ ବିଭାଗ ହାଜତ ମୃତ୍ୟୁ ଘଟଣା : ମାନବାଧିକାର ଅୟୋଗଙ୍କ ରିପୋର୍ଟ ତଲବ 1:03 pmମହାନଦୀ ଜଳ ବିବାଦର ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ ଟୁକୁନି ସାହୁ 1:03 pmପିପିଲି : ପୁରୀକୁ ଚାଲାଣ ହେଉଥିବା ବେଳେ ଜବତ ହେଲା ଏକ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ 1:01 pmଆସନ୍ତାକାଲି ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ନବ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ନବୀନ। ଝାରସୁଗୁଡ଼ା ଉପନିର୍ବାଚନ ସହ ସାଙ୍ଗଠନିକ ଆଲୋଚନା କରିବେ ନବୀନ। ସନ୍ଧ୍ୟା ୭ଟାରେ ନବୀନ ନିବାସରେ ବୈଠକ

ଆଜିଠାରୁ ତୃତୀୟ ସମ୍ବଲପୁର ମହୋତ୍ସବ

92 0

ସମ୍ବଲପୁର ୨୦/୧୧ (ରମାକାନ୍ତ ବିଶ୍ବାଳ) ଆଜି ଠାରୁ ସମ୍ବଲପୁର ଅଇଁଠାପାଲି ପିଏଚ୍‌ଡ଼ି ପଡ଼ିଆ ବିର୍ସା ମଇଦାନରେ ତୃତୀୟ ସମ୍ବଲପୁର୍‌ ମହୋତ୍ସବ ଆରମ୍ଭ ହେବ I ଏହି ମହୋତ୍ସବରେ ୪୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଆୟୋଜକ ସମ୍ବଲପୁର ସାଂସ୍କୃତିକ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି I ଏହି ମହୋତ୍ସବରେ ଆସନ୍ତା ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ରଂଗାରଂଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ I ଏହି ୪ ଦିନ ଧରି ନୃତ୍ୟଗୀତର ଆସର ସହିତ ଆଲୋଚନାଚକ୍ର ମଧ୍ୟ ଆୟୋଜନ କରାଯାଇଛି I

ତେବେ, ‘ମନହରି ହାଟ’ ୨୦ରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ I ଏହି ହାଟରେ ପ୍ରାୟ ୩୦୦ ଷ୍ଟଲରେ ‌ଦେଶର ବିଭିନ୍ନ ପ୍ରାନ୍ତର ବିଭିନ୍ନ ପ୍ରକାର ସାମଗ୍ରୀ ବିକ୍ରି ପାଇଁ ଉପଲବ୍‌ଧ ରହିବ I ୨୦ ନଭେମ୍ବର ସକାଳ ୮ଟାରେ ସମଲେଇ ଗୁଡ଼ିରେ ପୂଜାର୍ଚ୍ଚନା, ସକାଳ ୯ଟାରେ ବୀର ବିର୍ସା ମଇଦାନରେ ଝୋଟି, ରଙ୍ଗୋଲି ଆଦି ପ୍ରତିଯୋଗିତା, ପୂର୍ବାହ୍ନ ୧୧ଟାରେ ମନହରି ହାଟ, ଚିତ୍ରକଳା ପ୍ରଦର୍ଶନୀ, ଫଟୋ ପ୍ରଦର୍ଶନୀ, ସୁଆଦ୍ ସମ୍ବଲପୁରୀ ଷ୍ଟଲ୍‌କୁ ଯଥାକ୍ରମେ ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ପ୍ରସାଦ ଜୟସ୍ବାଲ୍‌, ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଏନ୍‌.ନାଗରାଜୁ ଓ ଭିସୁଟ୍ କୁଳପତି ପ୍ରଫେସର ବଂଶୀଧର୍‌ ମାଝୀ ପ୍ରମୁଖ ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ରହିଛି I ସନ୍ଧ୍ୟା ୬ଟାରେ ଭାଗବତ ନନ୍ଦ ମୁକ୍ତମଂଚରେ ସମ୍ବଲପୁର ମହୋତ୍ସବକୁ ଉଦ୍‌ଘାଟନ କରିବେ ପଦ୍ମଶ୍ରୀ ହଲଧର ନାଗ୍‌ I

ଏହି ଅବସରରେ ଲୋକଗୀତ, ଲୋକନୃତ୍ୟ, ସମ୍ବଲପୁରୀ ଫେସନ୍ ସୋ’ ଆଦି କାର୍ଯ୍ୟକ୍ରମ ପରିବେଷଣ କରାଯିବ I ସ୍ଥାନୀୟ କଳାକାରଙ୍କ ସହିତ ରାଜ୍ୟ ଓ ଜାତୀୟ ସ୍ତରର ଲୋକନୃତ୍ୟ ଦଳଗୁଡ଼ିକ ବି ଲୋକନୃତ୍ୟ ପରିବେଷଣ କରିବେ ବୋଲି ଆଜି ସନ୍ଧ୍ୟାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି I ଚଳିତ ବର୍ଷ ବିଭିନ୍ନ ‌କ୍ଷେତ୍ରରେ ଅବଦାନ ପାଇଁ ସମ୍ବଲପୁର ମହୋତ୍ସବରେ ଦିପାଳି ଚୌଧୁରୀ, ଉରୁକୁଲୁ ଭୋରାସାଗର, ଗରିବ ସୁନା, ପ୍ରଫେସର ଶଙ୍କର ପ୍ରସାଦ ପତି, କବି ଦୁର୍ଗା ପଣ୍ଡା, ନୁର୍ ବେଗମ୍‌, ମଗଶିର ଢୁଲିଆ, ଭରତ ମିଶ୍ର, ଶ୍ରୀନିବାସ ମିଶ୍ର, ଦୁର୍ଗା ପ୍ରସାଦ ନାଥ, ସୁରଥ ଚନ୍ଦ୍ର ନାୟକ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ସହିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରୟାସ ପରିବାର ଓ ମା’ ଲିମ୍‌ ସରିଏନ୍ ଯୁବକ ସଂଘକୁ ସମ୍ବର୍ଦ୍ଧିତ କରାଯିବ I

ସାଂସ୍କୃତିକ କାର୍ଯ୍ୟକ୍ରମରେ ସୁନୀଲ ମହାନନ୍ଦ, ଓମନୀଶ ଦାଶ, ଉମାକାନ୍ତ ବାରିକ, ଶାନ୍ତନୁ ସାହୁ, ନିବାସ ବେହେରା, ଶଙ୍କର ପ୍ରଧାନ, ରଂଜନ ସାହୁ, ରୁକୁ ସୁନା, ମଣ୍ଟୁ ଛୁରିଆ ପ୍ରମୁଖ ମହୋତ୍ସବରେ ମୁଖ୍ୟ ଆକର୍ଷଣ ହେବେ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି I ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ସପନ ମିଶ୍ର, ଭକ୍ତ ପ୍ରସାଦ ନନ୍ଦ, ଗୋଲବିହାରୀ ମିଶ୍ର, ସଦାନନ୍ଦ ପଣ୍ଡା, ଦୁର୍ଗାପ୍ରସାଦ ଦାଶ, ବନ୍ଦନା ପଣ୍ଡା, ଶିଶିର କର ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ସୂଚନା ପ୍ରଦାନ କରିଥିଲେ I

Related Post

ଓଡିଆ ସିନେମା ଜଗତ ର ହାସ୍ୟ ଅଭିନେତା ସଲିଲ ମିତ୍ର ଙ୍କ ବିୟୋଗ

Posted by - June 4, 2019 0
ଭୁବନେଶ୍ୱର: ଓଡ଼ିଆ ହାସ୍ୟ ଅଭିନେତା ସଲିଲ୍ ମିତ୍ରଙ୍କ ପରଲୋକରେ ଓଡ଼ିଆ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି। ଗତକାଲି ରାତିରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର…

ଅନ୍ୱେଷଣ ଥିଏଟର ଗ୍ରୁପ ପକ୍ଷରୁ ଛୋଟ ସିନେମା ‘ଫନି ‘ ର ରିଲିଜ

Posted by - April 11, 2022 0
ଯାଜପୁର :ଯାଜପୁର ର ଅଗ୍ରଣୀ ସାଂସ୍କୃତିକ ଓ ସ୍ୱଛାସେବୀ ଅନୁଷ୍ଠାନ ଅନ୍ୱେଷଣ ଥିଏଟର ଗ୍ରୁପ ପକ୍ଷରୁ ଛୋଟ ସିନେମା ‘ଫନି ‘ର ଉଦ୍ଘାଟନୀ ଉଛବ ସ୍ଥାନୀୟ ଜିଲ୍ଲା…

ବରିଷ୍ଟ କଳାକାର ମାନଙ୍କ ଦ୍ୱାରା ସର୍ବ ମଙ୍ଗଳା ଷ୍ଟୁଡ଼ିଓ ଉଦଘାଟିତ

Posted by - May 21, 2022 0
କୋରାପୁଟ :(ଏସ ସୁନ୍ଦରମ )ଅବିଭକ୍ତ କୋରାପୁଟ ଜିଲ୍ଲାର କଳା ସଂସ୍କୃତି ଓ ସଂଗୀତକୁ ବଜାୟ ରଖିବାର ମୁଖ୍ୟ ଉଦ୍ଦେଶ୍ୟ ନେଇ ଶୁକ୍ରବାର ବୋରିଗୁମ୍ମା ନିକଟସ୍ଥ ଦୁଲାଗୁଡା ଗ୍ରାମ…

ମହାନଦୀ ର ପାରିପାର୍ଶ୍ବିକ ସଫେଇ ଅଭିଯାନ ମହାନଦୀ ଉତ୍ସଵ

Posted by - December 18, 2021 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ)ମହାନଦୀ ର ପାରିପାର୍ଶ୍ବିକ ସଫେଇ ଅଭିଯାନ ମହାନଦୀ ଉତ୍ସଵ।ଆରମ୍ଭ ହୋଇଛି ମହାନଦୀର ପାରିପାର୍ଶ୍ବିକ ଅଞ୍ଚଳରେ ସଫେଇ ଅଭିଯାନ।ଅଣ୍ଟା ଭିଡିଛନ୍ତି ଜିଲ୍ଲା ପ୍ରଶାସନ ସହ ସ୍ବେଚ୍ଛାସେବୀ…