କେସିଙ୍ଗା :(ପୀତେଶ ପଟେଲ)କରୋନା କାଳର ଦୁଇ ବର୍ଷ ବିତିଗଳା ପରେ ସ୍କୁଲର ଛାତ୍ର ଛାତ୍ରୀ ଭିତରେ ଖୁସିର ଲହର ଆଣିଛି ବିଜ୍ଞାନମେଲା । କଳାହାଣ୍ଡି କେସିଙ୍ଗା ବ୍ଲକ ଅନ୍ତର୍ଗତ କେନ୍ଦୁପଡା ସ୍ଥିତ ଦ୍ରୌଣାଚାର୍ଯ୍ୟ ସ୍କୁଲରେ ବିଜ୍ଞାନ ମେଳା ଅଧକ୍ଷ୍ୟା ଅର୍ଚ୍ଚନା ଅଗ୍ରୱାଲଙ୍କ ନେତୃତ୍ବରେ ଶନିବାର ଅନୁଷ୍ଠିତ ହୋଇ ଯାଇଛି।ଏହି ମେଳାକୁ କାଣ୍ଡେଲ ପି .ଏଚ.ସି ର ଡା. ପ୍ରତିଭା ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ ଗଣେଶ ଙ୍କ ପ୍ରତିମୂର୍ତ୍ତି ରେ ପୂଜାର୍ଚ୍ଚନା କରି ଉଦଘାଟନ କରିଥିଲେ।
ଏହି ସ୍କୁଲରେ ଅଧ୍ୟୟନ ଛାତ୍ରୀ ଛାତ୍ର ମାନଙ୍କ ଦ୍ୱାରା ଫାର୍ମ ହାଉସ,ଅଟୋମେଟିକ ବିଦ୍ୟୁତ ଅଗ୍ନି ଉପ୍ତାଦନ, ଶିକ୍ଷା ସମ୍ବନ୍ଧୀୟ ଖେଳନା,ପରିବେଶ ସୃଷ୍ଟି,ଧୁମ୍ର ହୀନ ଶିଳ୍ପାଞ୍ଚଳ ଇତ୍ୟାଦି ୧୦୦ଟି ପ୍ରୋଜେକ୍ଟ ଛାତ୍ରୀଛାତ୍ର ମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇ ପ୍ରଦର୍ଶନ କରାଯାଇଥିଲା।
ଏଥିରେ ଜର୍ଜ ଭାବେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଡ଼ା. ଝସ କେତନ ସାହୁ,କେସିଙ୍ଗା ସରକାରୀ ବାଳିକା ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ସୁନୀଲ କୁମାର ପାତ୍ର, ସିଦ୍ଧାନ୍ତ ନନ୍ଦ ସମସ୍ତ ପ୍ରୋଜେକ୍ଟ ଗୁଡିକୁ ପରିଦର୍ଶନ କରିଥିଲେ।ଏହି ବିଜ୍ଞାପନ ମେଳାରେ ଉକ୍ତ ସ୍କୁଲ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।