ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଶିବାନି ଙ୍କ ମୄତ୍ୟୁ ଘଟଣା, କାର୍ଯ୍ୟାନୁଷ୍ଠାନ ପାଇଁ ତେଜୁଛି ଦାବି

22 0

ସମ୍ବଲପୁର: ୧୮/୧୧ (ରମାକାନ୍ତ ବିଶ୍ବାଳ)ଦେଶରେ ଶିଶୁ ଓ ମାତୃ ମୃତ୍ୟୁହାର ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ଅନୁଦାନରେ ଓଡ଼ିଶାରେ ବହୁଯୋଜନା କାର୍ଯ୍ୟକାରୀ କରୁଛନ୍ତି।ତେବେ, ସମ୍ବଲପୁର ଜିଲ୍ଲାରେ ଏହି ଯୋଜନାର କାର୍ଯ୍ୟକାରିତାରେ ଅବହେଳା ପାଇଁ ଜଣେ ମହିଳା ଙ୍କ ମୄତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ତେଣେ ଦୋଷୀ ଡାକ୍ତର ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ତେଜୁଥିବା ବେଳେ ଘଟଣାର ତଦନ୍ତ ଚାଳିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ।ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟରେ ଦାୟିତ୍ଵରେ ଥିବା କେତେକ ଅଧିକାରୀ ଓ କର୍ମଚାରୀଙ୍କ ଚରମ ସମ୍ବେଦନହୀନତା କାରଣରୁ ଜଣେ ମହିଳା ଙ୍କ ମୄତ୍ୟୁ ହୋଇଛି । ଆଉ ମୄତ ମହିଳା ଜଣକ ହେଲେ ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାର କନିଷ୍ଠ ହସ୍ପିଟାଲ ମ୍ୟାନେଜର ଶିବାନି ପାଣିଗ୍ରାହୀ ।

ଶିବାନି ଙ୍କ ପ୍ରସବ ଜନିତ ମୃତ୍ୟୁ ଚିକିତ୍ସା ଅଭାବରୁ ହୋଇଛି ବୋଳି ସମ୍ବଲପୁରର ଅଗ୍ରଣୀସ୍ଵେଚ୍ଛାସେବୀ ଅନୁଷ୍ଠାନ ‘ଉତ୍ସର୍ଗ’ ପକ୍ଷରୁ ଅଭିଯୋଗ କରାଯାଇଛି । ଉତ୍ସର୍ଗ’ ତରଫରୁ କୁହାଯାଇଛି ଶିବାନୀ ପାଣିଗ୍ରାହୀଙ୍କଦ୍ଵିତୀୟ ଗର୍ଭର ପ୍ରସବ ପାଇଁ ଗତ ୪ ନଭେମ୍ବରରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଡାକ୍ତର ବି.ବି.ମିଶ୍ରଙ୍କ ଦ୍ୱାରା ଅସ୍ତ୍ରୋପଚାରକରାଯାଇଥିଲା। ଅସ୍ତ୍ରୋପଚାର ପରବର୍ତ୍ତୀ ଯତ୍ନ ପାଇଁ ଡାକ୍ତର ବି.ବି.ମିଶ୍ର ଉପସ୍ଥିତ ନଥିବା ବେଳେ ତାଙ୍କ ପୂର୍ବ ନିର୍ବାଚିତ କାର୍ଯ୍ୟକ୍ରମରେ ସମ୍ବଲପୁର ବାହାରକୁ ଚାଲି ଯାଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ମିଶ୍ରଙ୍କୁ ମିଶାଇ ୫ଜଣ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଥିବା ସତ୍ତ୍ବେ ଶିବାନୀଙ୍କ ପରବର୍ତ୍ତୀ ଯତ୍ନ ପାଇଁ ଓ ଚିକିତ୍ସା ଠିକ ଭାବରେ ନହେବାରୁ ତାଙ୍କର ମୄତ୍ୟୁ ଘଟିଛି ।

ଏଥିପାଇଁ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ଦୋଷୀ ଡାକ୍ତର ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛିତେବେ ରେଢାଖୋଲ ହସ୍ପିଟାଲ ର କନିଷ୍ଠ ହସ୍ପିଟାଲ ମ୍ୟାନେଜର ଶିବାନି ଙ୍କ ମୄତ୍ୟୁ ଘଟଣା ଚିକିତ୍ସା ଅବହେଳା ପାଇଁ ହୋଇଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପଙ୍କଜ ପଟେଲ । ସେ କହିଛନ୍ତି ଯେ ଚିକିତ୍ସା ଅବହେଳା ପାଇଁ ଯେଉଁ ଶିବିନ ଙ୍କ ମୄତ୍ୟୁ ହୋଇଥିବା ଅଭିଯୋଗ ପାଇଁ ଏକ ତଦନ୍ତ କମିଟି ଗଠନ କରାଯାଇଛି । ଆଉ ଏହି କମିଟି ମୄତ୍ୟୁ ଘଟଣାର ଜଡିତ ସମସ୍ତଙ୍କ ଠାରୁ ଘଟଣା ନେଇ ବୟାନ ରେକର୍ଡ କରୁଛି । ଏହି ଘଟଣା ଉପରେ ଯେହେତୁ ତଦନ୍ତ କରାଯାଉଛି ତଦନ୍ତ ଶେଷ ହେବାପରେ ଯଦି ଯେ ଦୋଷି ଥିବ ତା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିଶ କରାଯିବ ବୋଳି ସିଡିଏମଓ ଡାକ୍ତର ପଟେଲ କହିଛନ୍ତି ।ବର୍ତ୍ତମାନ ସମ୍ବଲପୁର ହସ୍ପିଟାଲରେ ଶିବାନୀ ଙ୍କ ମୄତ୍ୟୁ ଘଟଣା ପରେ ଗର୍ଭବତୀ ଙ୍କ ସୁରକ୍ଷିତ ପ୍ରସବ ଓ ଅସ୍ତ୍ରୋପଚାର କୁ ନେଇ ସାଧାରଣ ରେ ଉଠିଛି ପ୍ରଶ୍ନ ।

Related Post

ଆଇଏଏସ ଅଧିକାରୀ ଙ୍କ ପଦୋନ୍ନତି କଲେ ରାଜ୍ୟ ସରକାର

Posted by - December 31, 2020 0
ଭୁବନେଶ୍ବର :ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ୩୫ ଜଣ ଆଇଏଏସ୍‌ ଅଧିକାରୀଙ୍କୁ ଜାନୁଆରି ପହିଲା ଠାରୁ ପଦୋନ୍ନତି ଦିଆଯାଇଛି।ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ…

ହରିଶଙ୍କର ଠାରେ ଆରମ୍ଭ ହେଲା ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା କଳସ ଶୋଭାଯାତ୍ରା ସହ ହୋମ ଯଜ୍ଞ

Posted by - May 14, 2022 0
ଖପ୍ରାଖୋଲ: ୧୪/୦୫(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ର ପ୍ରମୁଖ ପର୍ଯ୍ୟଟନ ସ୍ଥଳି ତଥା ପୁଣ୍ୟ କ୍ଷେତ୍ର ହରିଶଙ୍କର ଠାରେ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ…

ଦୁର୍ଘଟଣାରୁ ବର୍ତ୍ତିଗଲା ରାଜ୍ୟରାଣୀ ଏକ୍ସପ୍ରେସ୍‌ – ଲୁଟ କରିବା ସନ୍ଦେହରେ ଦୁଇ ଅଭିଯୁକ୍ତ ଗିରଫ.

Posted by - January 25, 2020 94
ଅନୁଗୁଳ:(ମହେଶ ଭୋମରାଜ) ଅନୁଗୋଳ ରେଲୱେ ଷ୍ଟେସନ ନିକଟରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ରାଜ୍ୟରାଣୀ ଏକ୍ସପ୍ରେସ୍ । ଅନୁଗୋଳ ଷ୍ଟେସନ୍ ଠାରୁ ୫୦୦ମିଟର ଦୂରରେ ରେଲୱେ ଟ୍ରାକ୍ ଉପରେ ଟ୍ରେନ୍…

ବରମୁଲ ଏବଂ ବ୍ରାହ୍ମଣୀ ନଦୀ ସଂଯୋଗୀକରଣ ପ୍ରକଳ୍ପ ଦ୍ୱାରା ମହାନଦୀର ବନ୍ୟା ନିୟନ୍ତ୍ରଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ନଗେନ୍ଦ୍ର

Posted by - August 21, 2022 0
ସମ୍ବଲପୁର :୨୦/୦୮(ରମାକାନ୍ତ ବିଶ୍ବାଳ)ରାଜ୍ୟରେ ବେଳେ ବେଳେ ମରୁଡି ସାଙ୍ଗକୁ ସାଙ୍ଘାତିକ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି I ବର୍ଷା ଜଳ ପରିଚାଳନାକୁ ସରକାର ଗୁରୁତ୍ୱ ଦେଉ ନ…

ଡାକ୍ତରଙ୍କୁ ଗୁଳିମାଡ଼:ଡାକ୍ତର ଓ ମେଡିସିନ ଦୋକାନୀ ଗୁରୁତର

Posted by - December 15, 2019 421
ଖୋର୍ଦ୍ଧା ୧୫।୧୨: କ୍ଲିନିକ୍‌ରେ ପଶି ଡାକ୍ତରଙ୍କୁ ଗୁଳିମାଡ କଲେ ଦୁର୍ବୁତ୍ତ । ଗୁଳିମାଡରେ ଡାକ୍ତର ମାନସ ଦାସ ଓ ଜଣେ ମେଡିସିନ ଦୋକାନୀ କର୍ମଚାରୀ ଆହତ ହୋଇଛନ୍ତି…